ETV Bharat / politics

କଂଗ୍ରେସରେ ମିଶିଲେ ବିହାରର ବାହୁବଳୀ ରାଜନେତା ପପୁ ଯାଦବ - Pappu Yadav Joins INDIA Bloc

Pappu Yadav Joins INDIA Bloc: କଂଗ୍ରେସରେ ସାମିଲ ହେଲେ ବିହାର ପୂର୍ବତନ ସାଂସଦ ତଥା ଜନ ଅଧିକାର ପାର୍ଟି ମୁଖ୍ୟ ପପୁ ଯାଦବ । ନିଜ ପାରମ୍ପରିକ ସିଟ ପୁର୍ଣ୍ଣିଆରୁ ଲଢିପାରନ୍ତି ଲୋକସଭା ନିର୍ବାଚନ । ଅଧିକ ପଢନ୍ତୁ

କଂଗ୍ରେସରେ ମିଶିଲେ ବିହାରର ପୂର୍ବତନ ସାଂସଦ ପପୁ ଯାଦବ

author img

By ETV Bharat Odisha Team

Published : Mar 20, 2024, 4:07 PM IST

Updated : Mar 20, 2024, 4:58 PM IST

ପାଟନା/ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସରେ ସାମିଲ ହେଲେ ବିହାରର ପୂର୍ବତନ ସାଂସଦ ତଥା ‘ଜନ ଅଧିକାର ପାର୍ଟି’ (ଜେଏପି) ମୁଖ୍ୟ ପପୁ ଯାଦବ । ଆଜି ଅପରାହ୍ନରେ ସେ ଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ଦଳରେ ସାମିଲ ହୋଇଛନ୍ତି । ଏହା ପୂର୍ବରୁ ସେ ପୂର୍ବାହ୍ନରେ ପାଟନାରେ ରାଷ୍ଟ୍ରୀୟ ଜନତା ଦଳ (ଆରଡେଜି) ମୁଖ୍ୟ ଲଲୁ ପ୍ରସାଦ ଯାଦବ ଓ ତେଜସ୍ବୀ ଯାଦବଙ୍କୁ ସାକ୍ଷାତ କରିଥିଲେ । ହେଉଥିବା ଚର୍ଚ୍ଚା ଅନୁସାରେ, ସେ କଂଗ୍ରେସରେ ସାମିଲ ହୋଇଛନ୍ତି । ନିଜ ପାରମ୍ପରିକ ଆସନ ପୁର୍ଣ୍ଣିଆରୁ କଂଗ୍ରେସ ଟିକେଟରେ ଲୋକସଭା ନିର୍ବାଚନ ଲଢିବା ନେଇ ଅନୁମାନ କରାଯାଉଛି । ପପୁଙ୍କ ପତ୍ନୀ ରଞ୍ଜିତ ରଞ୍ଜନ ଏବେ କଂଗ୍ରେସରୁ ରାଜ୍ୟସଭା ସାଂସଦ ମଧ୍ୟ ରହିଛନ୍ତି ।

ଆଜି ପର୍ବାହ୍ନରେ ସେ ଦିଲ୍ଲୀ ଗସ୍ତ କରିବା ପୂର୍ବରେ କଂଗ୍ରେସରେ ନିଜ ଦଳର ବିଲୟ ନେଇ କୌଣସି ଘୋଷଣା କରିନଥିଲେ । କେବଳ ସେ କଂଗ୍ରେସ ରାଷ୍ଟ୍ରୀୟ ନେତୃତ୍ବଙ୍କ ସହ ଆଲୋଚନା କରିବା ପାଇଁ ଦିଲ୍ଲୀ ଯାଉଥିବା କହିଥିଲେ । ସେ ଏହି ଅବସରରେ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ବେଳେ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତାକୁ ମଧ୍ୟ ପ୍ରଶଂସା କରିଥିଲେ । ରାହୁଲଙ୍କୁ ଏଥର ଜନସମର୍ଥନ ମିଳିବ ବୋଲି କହିଥିଲେ । ଅପରାହ୍ନରେ ସେ କଂଗ୍ରେସରେ ମିଶିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ତେଲେଙ୍ଗାନା ରାଜ୍ୟପାଳ ଭାବେ ଦାୟିତ୍ବ ନେଲେ ସିପି ରାଧାକ୍ରିଷ୍ଣନ

ପପୁଙ୍କ ରାଜନୈତିକ ଯାତ୍ରା

1967 ମସିହା ଡିସେମ୍ବର 24 ତାରିଖରେ ଜନ୍ମଗ୍ରହଣ କରିଥିବା ପପୁ ବିହାର ରାଜନୀତିରେ ଜଣେ ଚର୍ଚ୍ଚିତ ଚେହେରା । ସେ 1991 ରୁ 2014 ମଧ୍ୟରେ ବିଭିନ୍ନ ଦଳରୁ ମୋଟ 5 ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । 1991,1996,1999,2004 ଓ 2014 ରେ ସେ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ସ୍ବାଧୀନ, ଏସପି, ଲୋକ ଜନତା ପାର୍ଟି ଓ ଲାଲୁଙ୍କ ଆରଜେଡି ସହ ନିର୍ବାଚନ ଲଢିଥିବା ପପୁ ପରବର୍ତ୍ତୀ ସମୟରେ ଜନ ଅଧିକାର ପାର୍ଟି (ଲୋକତାନ୍ତ୍ରିକ) ନାମରେ ନିଜର ଏକ ରାଜନୈତିକ ଦଳ ଗଠନ କରିଥିଲେ । ଯାହା 2024 ସାଧାରଣ ନିର୍ବାଚନ ପୂର୍ବରୁ ଆଜି କଂଗ୍ରେସରେ ବିଲୟ ହୋଇଛି । ରାଜନୀତିରେ ଲମ୍ବା ଇନିଂସ ଖେଳିଥିବା ପପୁଙ୍କ ବିରୋଧରେ ଏକାଧିକ ଅପରାଧିକ ମାମଲା ମଧ୍ୟ ରହିଛି । ସେ ଏକାଧିକ ଥର ଗିରଫ ମଧ୍ୟ ହୋଇଛନ୍ତି । ଏବେ ପପୁ କଂଗ୍ରେସ ଟିକେଟରେ ଲୋକସଭା ନିର୍ବାଚନ ଲଢିବାକୁ ଯାଉଥିବା ଏକପ୍ରକାର ସ୍ପଷ୍ଟ ଜଣାପଡୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 20, 2024, 4:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.