ETV Bharat / politics

ବିହାରରେ ଘଡିକେ ଛୁଟୁଛି ଘୋଡା: ନୀତିଶଙ୍କ ଏନଡିଏ ସାମିଲ ଚର୍ଚ୍ଚା ମଧ୍ୟରେ ରାଜ୍ୟ ନେତାଙ୍କୁ ଦିଲ୍ଲୀ ଡାକିଲେ ନଡ୍ଡା - INDIA bloc

Nitish Kumar may walk out INDIA alliance: ବିହାର ରାଜନୀତିରେ ହଲଚଲ ଉପରେ ସାରା ଦେଶର ନଜର । ନୀତିଶ କୁମାର ‘ଇଣ୍ଡିଆ’ରୁ ‘ଏନଡିଏ’ ଫେରିବା ଚର୍ଚ୍ଚା । ଦଳୀୟ ନେତାଙ୍କୁ ଦିଲ୍ଲୀ ଡାକିଲେ ଜେ.ପି ନଡ୍ଡା । ଡ୍ୟାମେଜ କଣ୍ଟ୍ରୋଲ ପାଇଁ ଆରଜେଡିର ଆପ୍ରାଣ ଉଦ୍ୟମ । ଅଧିକ ପଢନ୍ତୁ

ବିହାରରେ ଘଡିକେ ଛୁଟୁଛି ଘୋଡା: ନୀତିଶଙ୍କ ଏନଡିଏ ସାମିଲ ଚର୍ଚ୍ଚା ମଧ୍ୟରେ ରାଜ୍ୟ ନେତାଙ୍କୁ ଦିଲ୍ଲୀ ଡାକିଲେ ନଡ୍ଡା

author img

By ETV Bharat Odisha Team

Published : Jan 25, 2024, 9:38 PM IST

ନୂଆଦିଲ୍ଲୀ/ପାଟନା: ଦୀର୍ଘମାସ ହେବ ଯାହା ଚର୍ଚ୍ଚା ହେଉଥିଲା ତାହା ହୁଏତ ବିହାରରେ ଖୁବଶିଘ୍ର ଘଟିବାକୁ ଯାଉଛି । କାରଣ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତିଶ କୁମାର ବିରୋଧୀ ‘ଇଣ୍ଡିଆ’ ମେଣ୍ଟ ଛାଡି ବିଜେପି ନେତୃତ୍ବାଧୀନ ‘ଏନଡିଏ’ ମେଣ୍ଟରେ ସାମିଲ ହୋଇପାରନ୍ତି । ବିହାରରେ ଏବେ ରାଜନୀତି ପାରା ପୁଣି ଥରେ ଉପର ମୁହାଁ ହୋଇଛି । ଏପରି ଚର୍ଚ୍ଚା ମଧ୍ୟରେ ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡା ବିହାର ପ୍ରଦେଶ ବିଜେପି ନେତାଙ୍କୁ ଦିଲ୍ଲୀ ଡାକିଛନ୍ତି । ବିଜେପି ରାଜ୍ୟ ସଭାପତି ସମ୍ରାଟ ଚୌଧୁୁରୀ ଓ ଅନ୍ୟ କିଛି ନେତା ହଠାତ ସଂଧ୍ୟାରେ ଦିଲ୍ଲୀ ଗସ୍ତ କରିଛନ୍ତି । ଜେଡିୟୁର ବରିଷ୍ଠ ନେତା କେ.ସି ତ୍ୟାଗି ମଧ୍ୟ ଦିଲ୍ଲୀ ଗସ୍ତ କରିଛନ୍ତି । ବିହାରରେ ଖୁବଶିଘ୍ର କଂଗ୍ରେସ, ଯେଡିୟୁ ଓ ଆରଜେଡି ଦ୍ବାରା ମହାମେଣ୍ଟ ସରକାରର ପତନ ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି ।

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତ କିଛି ମାସ ହେବ ‘ଇଣ୍ଡିଆ’ ମେଣ୍ଟରେ ନୀତିଶ କୁମାର ଅସନ୍ତୁଷ୍ଟ ଥିବା ନେଇ ଚର୍ଚ୍ଚା ମଧ୍ୟରେ ଏବେ ସେ ‘ଇଣ୍ଡିଆ’ ମେଣ୍ଟର ହାତ ଛାଡିପାରନ୍ତି । ସେ ଗତ କିଛି ମାସ ହେବ ବିଜେପିର ନିକଟତର ହେଉଥିବା ଚର୍ଚ୍ଚା ହେଉଥିଲା । ଏପରିକି ସେ ‘ଇଣ୍ଡିଆ’ ମେଣ୍ଟର ସଂଯୋଜକ ପଦ ମଧ୍ୟ ଗ୍ରହଣ କରିବାକୁ ମନା କରିଦେଇଥିଲେ । ଅନ୍ୟପଟେ ବିହାରରେ ମହାମେଣ୍ଟ ସମର୍ଥନରେ ସରକାର ଗଠନ ହେବା ପରେ ଉପମୁଖ୍ୟମନ୍ତ୍ରୀ ହୋଇଥିବା ତେଜସ୍ବୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଲାଲୁଙ୍କ କ୍ୟାମ୍ପରୁ ନୀତିଶଙ୍କ ଉପରେ କ୍ରମାଗତ ଚାପ ପଡୁଥିବା ମଧ୍ୟ ଚର୍ଚ୍ଚା ହେଉଥିଲା । ହେଲେ ନୀତିଶଙ୍କୁ ଏହା ମଞ୍ଜୁର ନଥିବା ମଧ୍ୟ କୁହାଯାଉଥିଲା ।

ତେବେ ନିକଟରେ ଏକାଧିକ ଥର ନୀତିଶ କେନ୍ଦ୍ରର ବିଜେପି ସରକାରକୁ ପ୍ରଶଂସା କରି ବିଜେପିରେ ସାମିଲ ଚର୍ଚ୍ଚାକୁ ଆହୁରି ଘନୀଭୂତ କରିଥିଲେ । ଦୁଇଦିନ ତଳେ କର୍ପୂରୀ ଠାକୁରଙ୍କୁ ଭରତରତ୍ନ ମିଳିବା ନେଇ ସେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଖୋଲା ସ୍ବାଗତ କରିଥିଲେ । ଏହା ତାଙ୍କ ଦଳର ଦୀର୍ଘବର୍ଷର ଦାବି ଥିଲା ବୋଲି ନୀତିଶ କହିଥିଲେ । ସେ ଏହି ଆଳରେ ଲାଲୁଙ୍କ ପରିବାରକୁ ତେରଛା ବାଣ ମାରିଥିବା ମଧ୍ୟ ଚର୍ଚ୍ଚା ହେଉଥିଲା । ମରଣୋତ୍ତର ଭାରତରତ୍ନ ପାଇଁ ଘୋଷିତ ହୋଇଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ରାଜନୀତିରେ ପରିବାରବାଦକୁ ପ୍ରୋତ୍ସାହିତ କରିନଥିଲେ ବୋଲି ନୀତିଶ କହିଥିଲେ । ଯାହା ଲାଲୁ ପରିବାର ଉଦ୍ଦେଶ୍ୟରେ ଥିବା ପରି ଚର୍ଚ୍ଚା ହେଉଥିଲା । ଲାଲୁଙ୍କ ପରିବାରରୁ ଏହାର ପ୍ରକିକ୍ରିୟା ମଧ୍ୟ ଆସିଥିଲା ।

  • #WATCH | Delhi: JD(U) leader KC Tyagi says, "INDIA gathbandhan (alliance) salamat hai... Everything is fine in the alliance..."

    On Bihar CM & JD(U) leader Nitish Kumar's statement on dynastic politics and Rohini Acharya's tweet, he said, "Baccho ke comments par hum comment nahi… pic.twitter.com/2kipxTUxaj

    — ANI (@ANI) January 25, 2024 " class="align-text-top noRightClick twitterSection" data=" ">

ତେବେ ଏହାରି ମଧ୍ୟରେ ନୀତିଶଙ୍କୁ ନେଇ ଏପରି ଚର୍ଚ୍ଚା ମଧ୍ୟରେ ଆରଜେଡି କ୍ୟାମ୍ପରେ ଛନକା ପଶିଛି । ବିହାରରେ ଚର୍ଚ୍ଚା ହେଉଥିବା ପରି କିଛି ହେବାର ନାହିଁ ବୋଲି ଆରଜେଡି ନେତାଏଁ କହୁଛନ୍ତି । ଜେଡିୟୁ ବରିଷ୍ଠ ନେତା କେ.ସି ତ୍ୟାଗି ମଧ୍ୟ ଏହି ଚର୍ଚ୍ଚାକୁ ଖଣ୍ଡନ କରିବା ସହ ସେପରି କିଛି ହେବାର ନାହିଁ ବୋଲି କହିଛନ୍ତି । ଜେଡିୟୁ ଏବେ ମଧ୍ୟ ‘ଇଣ୍ଡିଆ’ ମେଣ୍ଟର ସହଯୋଗୀ ରହିଛି ବୋଲି ତ୍ୟାଗୀ କହିଛନ୍ତି । ଏସବୁ ମଧ୍ୟରେ ନୀତିଶଙ୍କ ପୂର୍ବ ମେଣ୍ଟ ବଦଳ ଇତିହାସ ଦେଖିଲେ, ଚର୍ଚ୍ଚାରେ ଯେ ବାସ୍ତବତାରେ ପରିଣତ ହେବ ନାହିଁ ବୋଲି କହିବା ମଧ୍ୟ ସମ୍ଭବ ନୁହେଁ ।

କାରଣ ଗତ ନିର୍ବାଚନରେ ପରେ ଆବଶ୍ୟକ ସଂଖ୍ୟା ନଥାଇ ମଧ୍ୟ ନୀତିଶ ବିଜେପି ସମର୍ଥନରେ ବିହାରରେ ସରକାର ଗଠନ କରି ଆରଜେଡିକୁ ଶାସନକୁ ଦୂରେଇ ରଖିବାରେ ସଫଳ ହୋଇଥିଲେ । ରାଜ୍ୟ ବିଜେପିର ବରିଷ୍ଠ ନେତା ସୁଶୀଲ ମୋଦି ବିହାର ଉପମୁଖ୍ୟମନ୍ତ୍ରୀ ହୋଇଥିଲେ । ହେଲେ 2022 ରେ ନାଟକୀୟ ଭାବେ ବିଜେପି ସହ ମେଣ୍ଟ ଭାଙ୍ଗିଥିଲେ ନୀତିଶ । ତାର ମାତ୍ର 24 ଘଣ୍ଟା ମଧ୍ୟରେ ସେ ଆରଜେଡି ଓ କଂଗ୍ରେସ ସମର୍ଥନରେ ରାଜ୍ୟରେ ସରକାର ଗଠନ କରି ମୁଖ୍ୟମନ୍ତ୍ରୀ ଭାବେ ପୁନଶ୍ଚ ଶପଥ ଗ୍ରହଣ କରିଥିଲେ । ବିହାରର ନୂତନ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ ଆରଜେଡି ନେତା ଲାଲୁଙ୍କ ପୁଅ ତେଜସ୍ବୀ ଯାଦବ । ତେବେ ଏବେ ନୀତିଶ ପୁଣି ମେଣ୍ଟ ଭାଙ୍ଗି ‘ଏନଡିଏ’ ଫେରିପାରନ୍ତି ବୋଲି ଯେଉଁ ଚର୍ଚ୍ଚା ହେଉଛି, ତାହା ନୀତିଶଙ୍କ କ୍ଷେତ୍ରରେ କୌଣସି ନୂଆ କଥା ମଧ୍ୟ ନୁହେଁ ।

ଏହା ମଧ୍ୟ ପଢନ୍ତୁ :-ଗଣତନ୍ତ୍ର ଦିବସ ପୂର୍ବ ସଂଧ୍ୟାରେ ରାଷ୍ଟ୍ରକୁ ସମ୍ବୋଧିତ କଲେ ରାଷ୍ଟ୍ରପତି: ରାମ ମନ୍ଦିର ପ୍ରତିଷ୍ଠା ନ୍ୟାୟିକ ବ୍ୟବସ୍ଥାରେ ଦେଶବାସୀଙ୍କ ବିଶ୍ବାସର ପ୍ରତୀକ

ଏସବୁ ମଧ୍ୟରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବାସଭବନରେ ମଧ୍ୟ କିଛି ଦଳୀୟ ନେତା ଏକାଠି ହୋଇଥିବା ସୂଚନା ମିଳିଛି । ଦିଲ୍ଲୀରେ ନଡ୍ଡାଙ୍କୁ ଭେଟିବା ପାଇଁ ବିହାର ବିଜେପିର ନେତାମାନେ ପହଞ୍ଚିଛନ୍ତି । ହେଲେ ଅଚାନକ ଗସ୍ତ ସମ୍ପର୍କରେ ବିହାର ବିଜେପି ଅଧ୍ୟକ୍ଷ ସମ୍ରାଟ ଚୌଧୁରୀ ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ଉଭୟ ଯେଡିୟୁ ଓ ଆରଜେଡି ନେତାମାନେ ଏପରି ମେଣ୍ଟ ପରିବର୍ତ୍ତନ କରିବା ଚର୍ଚ୍ଚାକୁ ଖଣ୍ଡନ କରିଥିବା ବେଳେ ସ୍ଥିତି ଉପରେ ସମଗ୍ର ଦେଶର ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.