ETV Bharat / politics

‘ଲୋକତନ୍ତ୍ର ବଞ୍ଚାଓ’ ମହାରାଲିରେ ନିର୍ବାଚନ ଆୟୋଗଙ୍କ ନିକଟରେ 5ଦାବି ରଖିଲା ‘ଇଣ୍ଡିଆ’ ମେଣ୍ଟ - LOKTANTRA BACHAO RALLY

author img

By ETV Bharat Odisha Team

Published : Mar 31, 2024, 9:30 PM IST

Demands of INDIA Bloc: ରାଜଧାନୀ ଦିଲ୍ଲୀରେ ବିଜେପି ବିରୋଧରେ ବର୍ଷିଲେ ବିରୋଧୀ । ଗଣତନ୍ତ୍ର ସଙ୍କଟରେ, ଦେଶର ତଦନ୍ତକାରୀ ସଂସ୍ଥା ଦ୍ବାରା ବିରୋଧୀଙ୍କୁ କରାଯାଉଛି ଟାର୍ଗେଟ । ନିର୍ବାଚନ ଆୟୋଗଙ୍କ ନିକଟରେ ମେଣ୍ଟ ରଖିଲା ଏହି 5ଦାବି । ଅଧିକ ପଢନ୍ତୁ

‘ଲୋକତନ୍ତ୍ର ବଞ୍ଚାଓ’ ମହାରାଲିରେ ନିର୍ବାଚନ ଆୟୋଗଙ୍କ ନିକଟରେ 5 ଦାବି ରଖିଲା ‘ଇଣ୍ଡିଆ’ ମେଣ୍ଟ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆଜି କଂଗ୍ରେସ ନେତୃତ୍ବାଧୀନ ମିଳିତ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ‘ଗଣତନ୍ତ୍ର ବଞ୍ଚାଓ’ ବ୍ୟାନରରେ ଶକ୍ତି ପ୍ରଦର୍ଶନ କରିବା ସହ ବିଜେପି ସରକାର ବିରୋଧରେ ବର୍ଷିଛି । ଆଜି ତମାମ ମେଣ୍ଟ ନେତା ବିଜେପିର ନୀତିକୁ ଗଣତନ୍ତ୍ର ପାଇଁ ବିପଦ ଓ ଏକଛତ୍ରବାଦ ବୋଲି କହିଛନ୍ତି । କେଜ୍ରିଓ୍ବାଲଙ୍କ ଗିରଫଦାରୀକୁ ସମ୍ପୂର୍ଣ୍ଣ ବେଆଇନ ଓ ରାଜନୈତିକ ଉଦ୍ଦେଶ୍ୟମୂଳକ ବୋଲି ଦର୍ଶାଇଛି ମେଣ୍ଟ । କେନ୍ଦ୍ରରେ ନରେନ୍ଦ୍ର ମୋଦି ନେତୃତ୍ବାଧୀନ ସରକାର, କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ମାଧ୍ୟମରେ ବିରୋଧୀ ଦଳମାନଙ୍କୁ ନିଷ୍କ୍ରିୟ କରିବାକୁ ଯୋଜନା ରଖିଛି । ଯାହା ଦେଶର ସାମ୍ବିଧାନିକ ଢାଞ୍ଚା ପ୍ରତି ବିପଦ । ସେହିପରି ମେଣ୍ଟ ଆଜି ନିର୍ବାଚନ ଆୟୋଗଙ୍କ ନିକଟରେ 5ଟି ଦାବି ମଧ୍ୟ ରଖିଛି । କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଭଦ୍ରା ଏହି 5 ସୂତ୍ରୀ ଦାବି ଉପସ୍ଥାପନା କରିଛନ୍ତି । ଏହା ମଧ୍ୟରେ ପ୍ରମୁଖ ମୁଦ୍ଦା ରହିଛି ନିର୍ବାଚନୀ ବଣ୍ଡ ମାଧ୍ୟମରେ ବିଜେପି ସଂଗ୍ରହ କରିଥିବା ଦାନ ରାଶିର ନ୍ୟାୟିକ ତଦନ୍ତ ଦାବି ।

ପ୍ରିୟଙ୍କା ଉଠାଇଥିବା 5 ଦାବି...

1. ନିର୍ବାଚନ ଆୟୋଗ ଲୋକସଭା ନିର୍ବାଚନରେ ସମସ୍ତଙ୍କ ପାଇଁ ସମାନ ଅବସର ସୁନିଶ୍ଚିତ କରିବା ଉଚିତ ।

2. ନିର୍ବାଚନ ଆୟୋଗ ବିରୋଧୀ ଦଳମାନଙ୍କ ବିରୋଧରେ ତଦନ୍ତକାରୀ ସଂସ୍ଥା ଦ୍ବାରା ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ରୋକ ଲଗାଇବା ଉଚିତ । ଗିରଫ ହୋଇ ଜେଲରେ ଥିବା ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତୁରନ୍ତ ମୁକ୍ତ କରାଯିବା ଉଚିତ ।

4. ନିର୍ବାଚନ ସମୟରେ ବିରୋଧୀ ରାଜନୈତିକ ଦଳ ବିରୋଧରେ ଆର୍ଥିକ ପ୍ରସଙ୍ଗରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ବନ୍ଦ ହେବା ଉଚିତ ।

5. ନିର୍ବାଚନୀ ବଣ୍ଡ ବ୍ୟବହାର କରି ବିଜେପି ଦ୍ୱାରା ଅର୍ଥ ହେରଫେର ଓ ବିଭିନ୍ନ ସଂସ୍ଥାଠାରୁ ବଳପୂର୍ବକ ଚାନ୍ଦା ଆଦାୟ ଅଭିଯୋଗର ତଦନ୍ତ ସୁପ୍ରିମକୋର୍ଟଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଏକ ମନିଟରିଂ କମିଟି ଗଠନ କରି କରାଯିବା ଉଚିତ ।

ଏହା ମଧ୍ୟ ପଢନ୍ତୁ :- ଆସାମ ଓ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା: ଜଲପାଇଗୁଡିରେ ଏକାଧିକ ମୃତାହତ, ଗୌହାଟୀ ଏୟାରପୋର୍ଟ ଟର୍ମିନାଲରେ ପଶିଲା ପାଣି

ତେବେ ଆଜି ପ୍ରଥମ ଥର କେଜ୍ରିଓ୍ବାଲଙ୍କ ପତ୍ନୀ ସୁନୀତା ଓ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପାନାଙ୍କୁ କୌଣସି ଜାତୀୟ ନିର୍ବାଚନୀ ସଭାରେ ବେଶ ପ୍ରଭାବୀ ଭୂମିକାରେ ଦେଖିବାକୁ ମିଳିଛି । ସୁନୀତା ଜେଲରୁ ସ୍ବାମୀ କେଜ୍ରିଓ୍ବାଲ ପଠାଇଥିବା ବାର୍ତ୍ତା ପଢିବା ସହ 6 ସୂତ୍ରୀ ଗ୍ୟାରେଣ୍ଟ ମଧ୍ୟ ଘୋଷଣା କରିଛନ୍ତି । କଳ୍ପନା ମଧ୍ୟ ସ୍ବାମୀ ହେମନ୍ତଙ୍କ ଗିରଫଦାରୀ ବିରୋଧରେ ବର୍ଷିଛନ୍ତି । ଖଡଗେ, ରାହୁଲ, ପ୍ରିୟଙ୍କା ଗାନ୍ଧୀ ପ୍ରମୁଖ ବିଜେପିକୁ ବିଭିନ୍ନ ପ୍ରସଙ୍ଗରେ କଡା ସମାଲୋଚନା କରିଛନ୍ତି । ମାତ୍ର ବିଜେପି ଏହାକୁ ପାଲଟା ସମାଲୋଚନା କରିବାର କୌଣସି ଅବସର ଛାଡନି । ବିରୋଧୀମାନେ କେବଳ ଭ୍ରଷ୍ଟାଚାର ଲୁଚାଇବା ପାଇଁ ଏକାଠି ହୋଇଛନ୍ତି । ହେଲେ ଯେଉଁମାନେ ଦୁର୍ନୀତିରେ ସମ୍ପୃକ୍ତ ସେମାନେ ନିସ୍ତାର ପାଇବେ ନାହିଁ ବୋଲି ବିଜେପି କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.