ETV Bharat / politics

ନୂଆପଡା ବିଧାନସଭା ଆସନ: ବିଜେଡି-ବିଜେପି-କଂଗ୍ରେସକୁ ଅଡୁଆ ସ୍ବାଧୀନ ପ୍ରାର୍ଥୀ - Nuapada Politics

Nuapada Politics: ନୂଆପଡା ବିଧାନସଭା ଆସନରେ ବିଜେପିର ଅଭିନନ୍ଦନ ପଣ୍ଡା, କଂଗ୍ରେସର ଶରତ ପଟ୍ଟନାୟକ ଓ ବିଜେଡିର ରାଜେନ୍ଦ୍ର ଢୋଲକିଆଙ୍କ ମଧ୍ୟରେ ତ୍ରିମୁଖୀ ଲଢେଇ ହେଉଛି । ଏଥର ସ୍ବାଧୀନ ପ୍ରାର୍ଥୀ ନିର୍ଣ୍ଣାୟକ ଭୂମିକା ନେବେ ବୋଲି ଚର୍ଚ୍ଚା ହୋଇଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : May 8, 2024, 10:48 PM IST

Nuapada Assembly Constituency
Nuapada Assembly Constituency (ETV Bharat Odisha)

ନୂଆପଡା: ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଲଢେଇର ମୈଦାନ ପ୍ରସ୍ତୁତ ହୋଇସାରିଲାଣି । ପଶ୍ଚିମ ଓଡିଶାର ନୂଆପଡା ବିଧାନସଭା ଆସନ ଏବେ ଚର୍ଚ୍ଚାରେ । ଦୀର୍ଘ ଦୁଇ ଦଶନ୍ଧି ଧରି ଏହି ଆସନରେ ବିଜେଡି ଓ ବିଜେପିର ଦବଦବା ରହିଆସିଛି । ଚଳିତ ନିର୍ବାଚନରେ ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ସହିତ ସ୍ବାଧୀନ ପ୍ରାର୍ଥୀ ଆଦିବାସୀ ନେତା ଘାସିରାମ ମାଝୀଙ୍କ ମଧ୍ୟରେ କଡା ଟକ୍କର ହେବାକୁ ଯାଉଛି ।

ବିଜେପି ଏଥର କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ପୁଅ ଯୁବ ଚେହେରା ଅଭିନନ୍ଦନ ପଣ୍ଡାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ଉପରେ ଆସ୍ଥା ରଖି ପ୍ରାର୍ଥୀ କରିଛି । ହେଲେ କଂଗ୍ରେସର ପ୍ରାର୍ଥୀ ଚୟନ ଏଥର ଅଲଗା ରହିଛି । ଗତ 2019 ନିର୍ବାଚନରେ କଂଗ୍ରେସ ଆଦିବାସୀ ନେତା ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିଥିଲା । ଘାସିରାମ ମାଝୀ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆକୁ କଡା ମୁକାବିଲା କରି ପରାଜୟ ସ୍ବୀକାର କରି ଦ୍ଵିତୀୟ ସ୍ଥାନରେ ରହିଥିଲେ । ଏଥର 2024 ନିର୍ବାଚନରେ କଂଗ୍ରେସରୁ ପୁଣି ଘାସିରାମ ମାଝୀ ପ୍ରାର୍ଥୀ ହେବେ ଏବଂ ଜନମତ ତାଙ୍କ ଉପରେ ଯିବ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଘାସିରାମ ମାଝୀଙ୍କ ବଦଳରେ ସ୍ବୟଂ ପିସିସି ସଭାପତି ଶରତ ପଟ୍ଟନାୟକ ହୋଇଛନ୍ତି କଂଗ୍ରେସ ପ୍ରାର୍ଥୀ । ଯାହାକି ନୂଆପଡା ଆଦିବାସୀ ସମାଜକୁ ଶକ୍ତ ଧକ୍କା ବୋଲି ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢନ୍ତୁ .... ଖଡ଼ିଆଳରରେ ଭୋଟ ମାଗିଲେ ନବୀନ, ବିରୋଧୀଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ - CM Naveen Patnaik Election Campaign

ଶରତଙ୍କୁ ପାଲଟା ଜବାବ ଦେବା ପାଇଁ ଏକଜୁଟ ହୋଇଛନ୍ତି ନୂଆପଡା ଆଦିବାସୀ ସମାଜ । ଜାତି ସ୍ବାଭିମାନ ରକ୍ଷା ପାଇଁ ଘାସିରାମ ମାଝୀଙ୍କୁ ସ୍ବାଧୀନ ପ୍ରାର୍ଥୀ ଭାବେ ଛିଡା କରାଇଛନ୍ତି । ନୂଆପଡାର ସମୂହ ଆଦିବାସୀ ଘାସିରାମ ମାଝୀଙ୍କ ମୁଣ୍ଡରେ ବିଜୟୀ ମୁକୁଟ ବାନ୍ଧିବା ପାଇଁ ଏକ ପ୍ରକାର ତୟ କରିଛନ୍ତି । ବିଗତ ନିର୍ବାଚନ ମାନଙ୍କରେ ଆଦିବାସୀ ଭୋଟକୁ ପାଥେୟ କରି ନିର୍ବାଚନ ବୈତରଣୀ ପାର ହେଉଥିବା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆକୁ ଅଡୁଆରେ ପକାଇ ପାରନ୍ତି ଘାସିରାମ । ନୂଆପଡାରେ ମୁଖ୍ୟତଃ ବିଜେପି, ବିଜେଡି ଓ ଘାସିରାମ ମଧ୍ୟରେ ତ୍ରିମୁଖୀ ଲଢେଇର ସଙ୍କେତ ଦିଶୁଥିବା ବେଳେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସ୍ଥିତି କୁଆଡେ ଯାଉଛି ତାହା ନିର୍ବାଚନ ଫଳାଫଳ ପରେ ହିଁ ଜଣାପଡିବ ।

ନୂଆପଡା ବିଧାନସଭା ବିଧାୟକ ପ୍ରାର୍ଥୀ ଭାବରେ ଏଥର 7 ଜଣ ପ୍ରାର୍ଥୀ ନିର୍ବାଚନର ପ୍ରାଙ୍ଗଣରେ ଅବତରଣ କରିଛନ୍ତି । ବିଜେପି ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା, ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ, କଂଗ୍ରେସ ପ୍ରାର୍ଥୀ ଶରତ ପଟ୍ଟନାୟକ, ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝୀ, ସୁକଧର ଦଣ୍ଡସେନା, ଲୋଚନ ସିଂ ମାଝୀ, ଭୁଜବଲ ଆଡ଼ବଙ୍ଗ ବୋଲି ରିଟର୍ଣ୍ଣିଂ ଅଫିସରଙ୍କ ଠାରୁ ସୂଚନା ମିଳିଛି । ନୂଆପଡା ନିର୍ବାଚନ ମଣ୍ଡଳୀରେ ସମୁଦାୟ 2 ଲକ୍ଷ 42 ହଜାର 448 ଜଣ ଭୋଟର ଅଛନ୍ତି । ସେହିଭଳି 302 ଗୋଟି ମତଦାନ କେନ୍ଦ୍ରରେ ଭୋଟ ଦେବା ପାଇଁ ପ୍ରସ୍ତୁତି କରିଛି ଜିଲ୍ଲା ପ୍ରଶାସନ ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.