ETV Bharat / politics

କଟିଲା ଟିକେଟ; ବିଜେଡି ଛାଡିଲେ ସୀମାରାଣୀ, ଆଜି ବିଜେପିରେ ମିଶିପାରନ୍ତି - Hindol MLA quits BJD

author img

By ETV Bharat Odisha Team

Published : Apr 23, 2024, 6:56 AM IST

Hindol MLA Simarani quits BJD: ବିଜେଡି ଛାଡିଲେ ହେଭିୱେଟ ନେତ୍ରୀ ତଥା ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ । ଟିକଟ କଟିବା ପରେ ବିଜେଡି ସୁପ୍ରିମୋଙ୍କ ନିକଟକୁ ରାତି ଅଧିଆ ଇସ୍ତଫା ପତ୍ର ପଠାଇଲେ । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: କିିଛି ଦିନ ବ୍ୟବଧାନରେ ପୁଣି ବିଜେଡିକୁ ଲାଗିଛି ବଡ ଝଟକା । ବିଜେଡି ଛାଡିଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ । ଗତକାଲି (ସୋମବାର) ବିଳମ୍ବିତ ରାତିରେ ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ନିଜର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି । ଦଳ ସୀମାରାଣୀଙ୍କ ଟିକଟ କାଟି ଦେଇଥିବାରୁ ସେ ଅସନ୍ତୋଷ ହୋଇ ଇସ୍ତଫା ଦେଇଥିବା କୁହାଯାଉଛି । ବିଜେଡି ଛାଡିବା ପରେ ଆଜି ସେ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି ।

ବିଜେଡି ସୁପ୍ରିମୋଙ୍କ ଲେଖିଥିବା ଇସ୍ତଫା ପତ୍ରରେ ସୀମାରାଣୀ ଲେଖିଛନ୍ତି ଯେ, ୧୦ ବର୍ଷ ହେଲା ସେ ଲୋକଙ୍କର ସେବା କରିଆସୁଥିଲେ । ତେବେ ବ୍ୟକ୍ତିଗତ କାରଣରୁ ଦଳରେ ରହିବା ସମ୍ଭବ ନୁହେଁ । କହିରଖୁଛୁ କି, ସୋମବାର ଘୋଷଣା ହୋଇଥିବା ଟିକେଟ ତାଲିକାରେ ସୀମାରାଣୀଙ୍କ ବଦଳରେ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ସୀମାରାଣୀ ଦୁଇ ଥରର ବିଜେଡ଼ି ବିଧାୟିକା । ୨୦୧୪ରୁ ୨୦୧୯ ଓ ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ବିଜେଡି ଟିକଟରେ ବିଧାୟିକା ହୋଇଛନ୍ତି । ୨୦୧୪ରେ ସେ ବିଜେଡି ପ୍ରତିନିଧି ଭାବରେ ହିନ୍ଦୋଳ ଆସନରୁ ନିର୍ବାଚନ ଲଢ଼ିଥିଲେ । ଏଠାରୁ ୩ ଥର ନିର୍ବାଚନ ଜିତିଥିବା ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରାଙ୍କ ଟିକଟ କାଟିଥିଲା ବିଜେଡି । ଦଳ ସୀମାରଣୀଙ୍କୁ ଭରଷା କରିଥିଲା ।

କଟିଲା ଟିକେଟ; ବିଜେଡି ଛାଡିଲେ ସୀମାରାଣୀ, ଆଜି ବିଜେପିରେ ମିଶିପାରନ୍ତି

ଏହା ମଧ୍ୟ ପଢନ୍ତୁ: ଆଉ 6 ଆସନରେ ପ୍ରାର୍ଥୀ ଦେଲା ବିଜେଡି: ହିନ୍ଦୋଳରୁ ବିଧାନସଭା ଲଢ଼ିବେ ମହେଶ, କାକଟପୁରରୁ ତୁଷାରକାନ୍ତି ରିପିଟ୍ - BJD CANDDATE LIST

ତେଣୁ ଅଞ୍ଜଳି ଦଳୀୟ ଟିକଟ ନ ପାଇବାରୁ ସ୍ୱାଧୀନ ଭାବରେ ନିର୍ବାଚନ ଲଢ଼ିଥିଲେ । ସୀମାରାଣୀଙ୍କୁ ୮୪,୩୫୧ ଖଣ୍ଡ ଭୋଟ ମିଳିଥିଲା । ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଥିଲେ ବିଜେପି ପ୍ରାର୍ଥୀ ଲକ୍ଷ୍ମୀଧର ବେହେରା । ସେ ୩୩,୮୫୨ ଖଣ୍ଡ ଭୋଟ ପାଇଥିଲେ । ୩ୟ ସ୍ଥାନରେ ଥିବା କଂଗ୍ରେସର ପ୍ରାର୍ଥୀ ନମିତା ନାଏକ ୩୦,୯୭୮ ଖଣ୍ଡ ଭୋଟ ପାଇଥିଲେ । ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ିଥିବା ଅଞ୍ଜଳି ମାତ୍ର ୧୨,୩୦୪ ଖଣ୍ଡ ଭୋଟ ପାଇଥିଲେ । ସୀମାରାଣୀ ୫୦,୪୯୯ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ । ୫୦,୦୦୦ରୁ ଅଧିକ ଭୋଟରେ ଜିତିଥିବା ୧୦ ସଭ୍ୟଙ୍କ ମଧ୍ୟରେ ସେ ସ୍ଥାନିତ ହୋଇଥିଲେ ।

ସେହିପରି ୨୦୧୯ ନିର୍ବାଚନରେ ସୀମାରଣୀଙ୍କ ଭୋଟ ପରିମାଣ ବଢିଥିଲା । ୨୦୧୪ ଅପେକ୍ଷା ପ୍ରାୟ ୯ ହଜାର ଭୋଟ ବଢି ୯୩,୯୮୦ ଭୋଟ ପାଇଥିଲେ । ବିଜେପି ପ୍ରାର୍ଥୀ ୭୫,୦୭୫ ଖଣ୍ଡ ଭୋଟ ପାଇଥିଲେ । ୨୦୧୪ ଓ ୨୦୧୯ ମଧ୍ୟରେ ବ୍ୟବଧାନ ୫୦ ହଜାରରୁ କମି ପ୍ରାୟ ୧୯,୦୦୦ ହୋଇଥିଲା । ସୋମବାର ଦିନ ସପ୍ତମ ପର୍ଯ୍ୟାୟର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ହିନ୍ଦୋଳରୁ ସୀମାରାଣୀଙ୍କ ଟିକଟ କାଟି ସାଂସଦ ମହେଶ ସାହୁଙ୍କୁ ଟିକଟ ଦେଇଛି । ତେଣୁ ସୀମାରାଣୀ ସୋମବାର ବିଳମ୍ବିତ ରାତିରେ ବିଜେଡିରୁ ଇସ୍ତଫା ଦେଇଛନ୍ତି । ଆଜି (ମଙ୍ଗଳବାର) ସେ ବିଜେପିରେ ମିଶିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.