ETV Bharat / politics

ଦଳ ମୋ ପାଇଁ ନୂଆ ନୁହେଁ, କି ଚିହ୍ନ ମୋ ପାଇଁ ନୂଆ ନୁହେଁ: ଭର୍ତ୍ତୃହରି ମହତାବ - Bhartruhari Mahtab Reaction

author img

By ETV Bharat Odisha Team

Published : Mar 31, 2024, 5:41 PM IST

Bhartruhari's Reaction After Nomination: ଆଜି ଦିଲ୍ଲୀରୁ ଫେରିଛନ୍ତି ବିଜେପି ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ। ତାଙ୍କୁ ପାଛୋଟି ନେଇଛନ୍ତି ହଜାର ହଜାର ସଂଖ୍ୟାର କର୍ମକର୍ତ୍ତା । ଅଧିକ ପଢନ୍ତୁ

Bhartruhari Mahtab
Bhartruhari Mahtab

ଦଳ ମୋ ପାଇଁ ନୂଆ ନୁହେଁ, କି ଚିହ୍ନ ମୋ ପାଇଁ ନୂଆ ନୁହେଁ: ଭର୍ତ୍ତୃହରି ମହତାବ

ଭୁବନେଶ୍ବର: ଆଜି ଦିଲ୍ଲୀରୁ ଫେରିଲେ ଭର୍ତ୍ତୃହରି ମହତାବ । ଗତକାଲି ବିଜେପି ୩ ସାଂସଦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା । ଯେଉଁଥିରେ ଭର୍ତ୍ତୃହରିଙ୍କ ନାଁ ସାମିଲ ରହିଛି । ତାଙ୍କୁ ଏୟାରପୋର୍ଟରେ ସ୍ଵାଗତ ସମ୍ବର୍ଦ୍ଧନା ପାଇଁ ହଜାର ହଜାର ଲୋକ ଏକାଠି ହୋଇଥିବା ଦେଖିବାକୁ ମିଳିଥିଲା । ଏହାପରେ ବାଇକ ରାଲି ସହିତ ଦଳୀୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ ଭର୍ତ୍ତୃହରି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମଧ୍ୟ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଭର୍ତ୍ତୃହରି କହିଛନ୍ତି, "ଦଳ ମୋ ପାଇଁ ନୂଆ ନୁହେଁ କି ଚିହ୍ନ ମୋ ପାଇଁ ନୂଆ ନୁହେଁ । ସେହି ଦୃଷ୍ଟିରୁ ଆଗକୁ ବହୁତ ଚ୍ୟାଲେଞ୍ଜ ମଧ୍ୟ ଅଛି । ତଥାପି ଦଳ ଏବଂ ଦଳୀୟ ନେତୃବୃନ୍ଦ ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଆସ୍ଥା ଏବଂ ବିଶ୍ୱାସକୁ ମୁଁ ପୂରଣ କରିପାରିବି । ବିଜେପି କର୍ମୀଙ୍କ ଜରିଆରେ ଏହା ପୁରା କରିପାରିବି ବୋଲି ବିଶ୍ୱାସ ଅଛି ।"

ସେ ଆହୁରି କହିଛନ୍ତି, "ବିଜେପି ମୋତେ ସାଂସଦ ପ୍ରାର୍ଥୀ କରିଥିବାରୁ ରାଜ୍ୟ ସଭାପତି ଏବଂ କେନ୍ଦ୍ର ନେତୃତ୍ଵଙ୍କୁ ଧନ୍ୟବାଦ। ଦଳ ମୋ ପାଇଁ ନୂଆ ନୁହେଁ କି ଚିହ୍ନ ମୋ ପାଇ ନୂଆ ନୁହେଁ । କାମ କରିବାକୁ ମୋତେ ବଡ଼ ସୁଯୋଗ ମିଳିଛି । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିବି ସେଥିରେ ଆମେ କୃତକାର୍ଯ୍ୟ ହେବା । ୧୯୯୮ରୁ ୨୦୦୯ ପର୍ଯ୍ୟନ୍ତ ଆମେ ମିଳିତ ଭାବରେ ଉଭୟ ପତକା ଧରିଯାଉଥିଲୁ । ମୁଁ ମିଳିତ ସାମୁଖ୍ୟର ପ୍ରାର୍ଥୀ ମଧ୍ୟ ଥିଲି ବିଜୟୀ ମଧ୍ୟ ହୋଇଥିଲି । ତିନି ଥର ଜିତିଛି । ୧୯୯୮, ୧୯୯୯ ଏବଂ ୨୦୦୪ରେ ଜିତିଥିଲି । ତେଣୁ ଦଳ ମୋ ପାଇଁ ନୂଆ ନୁହେଁ କି ଚିହ୍ନ ମୋ ପାଇଁ ନୂଆ ନୁହେଁ । ଏତିକି ହେଇଛି ଗୋଟିଏ ଦଳକୁ ପରିତ୍ୟାଗ କରିଛି । କାରଣ ସେ ଦଳ ଆଉ ଦଳ ହୋଇ ନାହିଁ ।"

ଏହା ମଧ୍ୟ ପଢନ୍ତୁ...3 ଲୋକସଭା ପ୍ରାର୍ଥୀ ଦେଲା BJP: କଟକରୁ ଭର୍ତ୍ତୃହରି, କନ୍ଧମାଳରୁ ସୁକାନ୍ତ ଓ ଯାଜପୁରରୁ ରବୀନ୍ଦ୍ର - BJP Releases Candidates

ଭର୍ତ୍ତୃହରିଙ୍କ ଟକ୍କର ବିଜେଡିର ସଂତୃପ୍ତ ମିଶ୍ରଙ୍କ ସହ ହେବ । କଟକରୁ ବିଜେଡି ଟିକେଟରେ ୬ ଥର ସାଂସଦ ହୋଇଥିଲେ ଭର୍ତ୍ତୃହରି ମହତାବ । ୨୦୧୭ରେ ଶ୍ରେଷ୍ଠ ସାଂସଦ ଭାବେ ସମ୍ମାନିତ ହୋଇଥିଲେ । ଭାରତୀୟ ଜନତା ପାର୍ଟି ଗତକାଲି (ଶନିବାର) ଓଡ଼ିଶାର ଆଉ ୩ଟି ଲୋକସଭା କ୍ଷେତ୍ର ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିଛି । କଟକ ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେପି ଭର୍ତ୍ତୃହରି ମହତାବଙ୍କୁ ଟିକେଟ୍‌ ଦେଇଛି । ଭର୍ତ୍ତୃହରି ମହତାବ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କୁ ମୁକାବିଲା କରିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.