ETV Bharat / politics

ହିମନ୍ତ ବିଶ୍ବଶର୍ମାଙ୍କୁ ତାଙ୍କ ଅପକର୍ମର ମୂଲ୍ୟ ଦେବାକୁ ପଡ଼ିବ: ଜୟଦେବ ଜେନା - Former PCC President Jaydev Jena

Jaydev Jena criticized Assam CM: ଆସାମରେ ରାହୁଲ ଗାନ୍ଧୀ ଏବଂ ଭାରତ ଯୋଡ଼ ନ୍ୟାୟ ଯାତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣର ଦୃଢ଼ ନିନ୍ଦା କରିଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା । ଅଧିକ ପଢ଼ନ୍ତୁ

ଜୟଦେବ ଜେନା
ଜୟଦେବ ଜେନା
author img

By ETV Bharat Odisha Team

Published : Jan 23, 2024, 7:43 AM IST

ଭୁବନେଶ୍ବର: ଆସାମରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା ବାଧାପ୍ରାପ୍ତ ହୋଇଛି । ସୋମବାର ଆସାମର ଏକ ମନ୍ଦିରକୁ ଯାଉଥିବା ବେଳେ ରାହୁଲ ଗାନ୍ଧୀଙ୍କୁ ଆସାମ ପୋଲିସ ବାରିକେଡ୍‌ ଲଗାଇ ଅଟକାଇ ଥିଲା । ସେଠାରେ ପୋଲିସ ସହ ରାହୁଲ ଗାନ୍ଧୀଙ୍କର ଧସ୍ତାଧସ୍ତି ମଧ୍ୟ ହୋଇଥିଲା । ତେବେ ପୋଲିସ ଆଗକୁ ନଛାଡ଼ିବାରୁ ସେହିଠାରେ ବସି କୀର୍ତ୍ତନ କରିଥିଲେ ରାହୁଲ ଗାନ୍ଧୀ ଓ ତାଙ୍କ ସହ ବୁଲୁଥିବା ଯାତ୍ରୀ । ଏହି ପ୍ରସଙ୍ଗରେ ସୋମବାର ଦେଶବ୍ୟାପୀ କଂଗ୍ରେସ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯିବା ସହ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ କୁଶପୁତ୍ତଳିକା ଦାହ କରାଯାଉଛି । ସେପଟେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଆସାମରେ ରାହୁଲ ଗାନ୍ଧୀ ଏବଂ ଭାରତ ଯୋଡ଼ ନ୍ୟାୟ ଯାତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣର ଦୃଢ଼ ନିନ୍ଦା କରିଛନ୍ତି ।

ଜୟଦେବ କହିଛନ୍ତି, "ରାହୁଲ ଗାନ୍ଧୀଙ୍କର ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଜନ ଆଦୃତି ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଭୟଭୀତ ହୋଇପଡ଼ିଛନ୍ତି । ହିମନ୍ତ ନିଜ ଇତିହାସ କଥା ଟିକେ ସ୍ମରଣ କରନ୍ତୁ । କଂଗ୍ରେସ ଦଳରେ ଥାଇ ସେ ଅନେକ ଥର ମନ୍ତ୍ରୀ ହୋଇଛନ୍ତି ଏବଂ ରାଜନୀତିରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । ସେ କଂଗ୍ରେସ ଦଳର ମହାନ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳ ପ୍ରତି ଯେଉଁ କଟୁ ସମାଲୋଚନା କରୁଛନ୍ତି, ତାହା ଦୁର୍ଭାଗ୍ୟଜନକ । ଏହି ଯାତ୍ରା ଦେଶରେ ସାମାଜିକ ନ୍ୟାୟ, ରାଜନୈତିକ ନ୍ୟାୟ ଓ ଅର୍ଥନୈତିକ ନ୍ୟାୟ ପ୍ରତିଷ୍ଠା ପାଇଁ ହେଉଛି । ଯେଉଁମାନେ ଧର୍ମ, ବର୍ଣ୍ଣ ଓ ଭାଷାର ଦ୍ବାହି ଦେଇ ଦେଶକୁ ଭାଗ ଭାଗ କରିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି, ଯେଉଁମାନେ ହିଂସାର ବିଷ ମଞ୍ଜି ବୁଣୁଛନ୍ତି, ସେମାନଙ୍କୁ ରାହୁଲ ଗାନ୍ଧୀଙ୍କର 'ପ୍ରେମର ଦୋକାନ' ଭଲ ନଲାଗିପାରେ । ଯେଉଁମାନେ ରାହୁଲ ଗାନ୍ଧୀଙ୍କ ବସ୍ ଅଟକାଇଥିଲେ, ନ୍ୟାୟ ଯାତ୍ରାର ପୋଷ୍ଟର ଚିରିଥିଲେ ଏବଂ ଏହି ଯାତ୍ରୀମାନଙ୍କୁ ଆକ୍ରମଣ କରିଥିଲେ, ସେମାନଙ୍କୁ ହିଂସା ପଥରୁ ବିରତ ହେବା ପାଇଁ ରାହୁଲ ଗାନ୍ଧୀ ଉପଦେଶ ଦେଇଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ଭାରତ ଯୋଡୋ ନ୍ୟାୟ ଯାତ୍ରା’ରେ ସାମିଲ ନହେବାକୁ ଲୋକଙ୍କୁ ଧମକ ଦେଉଛି ଆସାମ ସରକାର: ରାହୁଲ

ସେ ଆହୁରି କହିଛନ୍ତି ଯେ, ରାହୁଲ ଗାନ୍ଧୀ ଶାନ୍ତି, ପ୍ରେମ ଓ ସ୍ନେହର ପ୍ରତୀକ । ଏହି ଯାତ୍ରା ଯୁବକ, ମହିଳା, ସଂଖ୍ୟାଲଘୁ, ଚାଷୀ ଓ ଉପେକ୍ଷିତ ବର୍ଗଙ୍କର ଅଧିକାରର ସ୍ବର । ଶାନ୍ତିପୂର୍ଣ୍ଣ ଭାବରେ ଏହି ନ୍ୟାୟ ଯାତ୍ରା ଚାଲୁଥିବାବେଳେ ଏଥିରେ ବିଭ୍ରାଟ କରିବା ପାଇଁ ହିମନ୍ତ ବିଶ୍ବଶର୍ମା ଷଡଯନ୍ତ୍ର କରିଛନ୍ତି । କେନ୍ଦ୍ରର ବିଜେପି ସରକାର ଏବଂ ହିମନ୍ତଙ୍କର ଶାସନଗତ ବିଫଳତା, ଦୁର୍ନୀତିକୁ ଘୋଡାଇବା ପାଇଁ ଏହି ଷଡ଼ଯନ୍ତ୍ର ରଚାଯାଇଛି । ଯେତେ ଆକ୍ରମଣ ହେଲେ ବି ଭାରତ ଯୋଡ଼ ନ୍ୟାୟ ଯାତ୍ରା ଏହାର ଲକ୍ଷ୍ୟ ପଥରୁ ବିଚ୍ୟୁତ ହେବନାହିଁ । ନ୍ୟାୟ ପ୍ରତିଷ୍ଠା ପାଇଁ ରାହୁଲ ଗାନ୍ଧୀ ଯେଉଁ ମହାସଂଗ୍ରାମ କରୁଛନ୍ତି, କୌଣସି ଶକ୍ତି ସେଥିରେ ବାଧା ଦେଇପାରିବ ନାହିଁ ।

ରାହୁଲ ଗାନ୍ଧୀ ଆହ୍ବାନ ଦେଇଛନ୍ତି 'ଯୁଡେଗା ଭାରତ ଜିତେଗା ହିନ୍ଦୁସ୍ଥାନ' । ଅନ୍ୟପକ୍ଷରେ ହିମନ୍ତ ବିଶ୍ବଶର୍ମା ରାହୁଲ ଗାନ୍ଧୀଙ୍କର ନ୍ୟାୟ ଯାତ୍ରାକୁ 'ମିଆଁ ଯାତ୍ରା' ବୋଲି ଆକ୍ଷେପ କରିବା ଦୁର୍ଭାଗ୍ୟଜନକ । ମୁସଲିମ ସଂପ୍ରଦାୟଙ୍କ ପ୍ରତି ହିମନ୍ତ ବିଶ୍ବଶର୍ମାଙ୍କର ଆଚରଣ ଓ ଉଚ୍ଚାରଣ ଏଥିରେ ପ୍ରକଟିତ ହେଉଛି । ସମୟ ଆସିବ, ହିମନ୍ତଙ୍କୁ ତାଙ୍କ ଅପକର୍ମର ମୂଲ୍ୟ ଦେବାକୁ ପଡ଼ିବ ବୋଲି ଜୟଦେବ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.