ETV Bharat / politics

ବିଜେଡି ଛାଡ଼ିଲେ ପୂର୍ବତନ ଭୁବନେଶ୍ବର-ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜେପିରେ ହୋଇପାରନ୍ତି ସାମିଲ - Priyadarshi Mishra quits BJD

Ex-MLA Priyadarshi Mishra quits BJD: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର । ସେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଛି । ସେ 2014ରେ ଭୁବନେଶ୍ବର-ଉତ୍ତର ବିଧାନସଭା ଆସନରୁ ବିଜେଡି ଟିକେଟରେ ବିଜୟୀ ହୋଇଥିଲେ। ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 30, 2024, 10:32 AM IST

Updated : Mar 30, 2024, 11:03 AM IST

Former MLA Priyadarshi Mishra resigns from BJD

ଭୁବନେଶ୍ୱର: ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର । ଆଜି ସେ ବିଜୁ ଜନତା ଦଳର ପ୍ରାଥମିକ ସଭ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ଦଳରେ ତାଙ୍କୁ ଅଣଦେଖା କରାଯିବାରୁ ସେ ଇସ୍ତଫା ଦେଇଥିବା କହିଛନ୍ତି । ନିଜର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି । ଏଥିସହ ସେ ଖୁବଶୀଘ୍ର ବିଜେପିରେ ସାମିଲ ହେବାକୁ ଯାଉଥିବା ଶୁଣିବାକୁ ମିଳୁଛି । ତେବେ ବିଜେଡିରୁ ଇସ୍ତଫା ନେଇ ପ୍ରିୟଦର୍ଶୀ କହିଛନ୍ତି ଯେ, ' ଦଳରେ ଅଲୋଡା ପାଲଟିବାରୁ ଛାଡିବାକୁ ନିଷ୍ପତ୍ତି ନେଇଛି । ଏ ସମ୍ପର୍କରେ ଆଗରୁ ଦଳର ପ୍ରମୁଖମାନଙ୍କୁ ଜଣାଇଛି । ନିର୍ବାଚନ ଲଢିବି ବୋଲି ଆଗରୁ କହିଥିଲି ଏବଂ ଲଢିବି । '

ମିଶ୍ରଣ ସହ ବିଜେଡିରୁ ଇସ୍ତଫା ପର୍ବ ମଧ୍ୟ ଜାରି ରହିଛି । ବିଜେଡିରୁ ଇସ୍ତଫା ଦେଉଛନ୍ତି ପୂର୍ବତନ ଓ ବର୍ତ୍ତମାନର ସାଂସଦ ଓ ବିଧାୟକ । ଏହି କ୍ରମରେ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର । ଇସ୍ତଫା ପତ୍ରରେ ପ୍ରିୟଦର୍ଶୀ ଦର୍ଶାଇଛନ୍ତି ଯେ, " ଛାତ୍ର ଜୀବନରୁ ମୁଁ ରାଜନୀତିରେ ପ୍ରବେଶ କରିଛି । ବିଜୁବାବୁଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ରାଜନୀତି କରୁଥିଲି । ପ୍ରାୟ 30 ବର୍ଷ ହେବ ରାଜନୀତିରେ ଅଛି । ଦଳ ଓ ଜନସାଧାରଣଙ୍କ ସେବାରେ ମୁଁ ନିୟୋଜିତ ହୋଇଛି । ଦଳରେ ଲଗାତର ଭାବେ ମୁଁ ଅଣଦେଖା ହୋଇଆସୁଛି । ତେଣୁ ମୁଁ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି । "

ସେହିପରି ଖୋର୍ଦ୍ଧା ଜିଲ୍ଲାର ବିଜେଡି ଉପସଭାପତି କୁନାଲ ରାଉତ ମଧ୍ୟ ଆଜି ଦଳ ଛାଡିଛନ୍ତି । ସେ ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । କୁନାଲ ରାଉତ ୧୦ ବର୍ଷ ଧରି ବିଜୁ ଛାତ୍ର ଜନତା ଦଳ ଓ ବିଜୁ ଯୁବ ଜନତା ଦଳର ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ । ସେ ପୂର୍ବତନ ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ମଧ୍ୟ ରହିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପ୍ରିୟଦର୍ଶୀ ମିଶ୍ର 2014ରୁ 2019 ପର୍ଯ୍ୟନ୍ତ ବିଧାୟକ ରହିଥିଲେ । ସେ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରୁ ବିଜେଡି ଟିକେଟରେ ବିଧାୟକ ହୋଇଥିଲେ । 2019 ନିର୍ବାଚନରେ ଦଳ ତାଙ୍କ ଟିକେଟ କାଟି ଥିଲା । ତାଙ୍କ ବଦଳରେ ଉତ୍ତର ଭୁବନେଶ୍ୱରରୁ ସୁଶାନ୍ତ ରାଉତଙ୍କୁ ଟିକେଟ ଦେଇଥିଲା । ଚଳିତ ଥର ମଧ୍ୟ ସୁଶାନ୍ତ ଟିକେଟ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି । ଟିକେଟ ଦାବି କରି ପ୍ରିୟଦର୍ଶୀ ନିକଟରେ ଦଳର ବହୁ ବରିଷ୍ଠ ନେତାଙ୍କୁ ଭେଟିଥିଲେ । ନବୀନ ନିବାସ ମଧ୍ୟ ଯାଇଥିଲେ । ହେଲେ କୌଣସି ସୁଫଳ ମିଳିନଥିଲା ।

ଏହାମଧ୍ଯ ପଢ଼ନ୍ତୁ- କାହିଁକି ବିଜେଡି ଛାଡିଲେ ସାଂସଦ ଭର୍ତ୍ତୃହରି ? ଶୁଣନ୍ତୁ - Why Bhratruhari Left Bjd

ଏହାମଧ୍ଯ ପଢ଼ନ୍ତୁ- ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଅଭିନେତା ଅରିନ୍ଦମ ରାୟ, ଆଜି ନବୀନଙ୍କୁ ପଠାଇଥିଲେ ଇସ୍ତଫା ପତ୍ର

2019ରେ ଦଳ ତାଙ୍କ ଟିକେଟ କାଟିବା ସହ ଦଳରେ କୌଣସି ଦାୟିତ୍ୱ ଦେଇନଥିଲା । ସେହିପରି ତାଙ୍କ ଶ୍ବଶୁର ପ୍ରସନ୍ନ ପାଟ୍ଟଶାଣୀଙ୍କର 2019ରେ ଟିକେଟ କଟିଥିଲା । ତାଙ୍କୁ ରାଜ୍ୟସଭା ପଠାଯିବ ବୋଲି ବିଜେଡି ସୁପ୍ରିମୋ ପ୍ରତିଶ୍ରୁତି ଦେଇଥିବା କଥା ପ୍ରସନ୍ନ ପାଟ୍ଟଶାଣୀ କହିଆସୁଛନ୍ତି । କିନ୍ତୁ ତାହା ସମ୍ଭବ ହୋଇନାହିଁ । ସେହିପରି ଚଳିତ ନିର୍ବାଚନରେ ପ୍ରସନ୍ନ ପାଟ୍ଟଶାଣୀଙ୍କ ନାଁ ଘୋଷଣା ହୋଇନାହିଁ । ଦଳ ତାଙ୍କୁ ଚିଲିକାରୁ ଟିକେଟ ଦେବ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଟିକେଟ ମିଳିଲେ ଏଥିରେ କେତେ ସତ୍ୟତା ରହିଛି ଜଣାପଡିବ ।

ଉଭୟ ଶ୍ବଶୁର-ଜାମତାଙ୍କୁ ଦଳ 2 ବର୍ଷ ପୂର୍ବେ ନିଗମରେ ଥଇଥାନ କରିଥିଲା । ଶ୍ବଶୁର ପ୍ରସନ୍ନ ପାଟ୍ଟଶାଣୀଙ୍କୁ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଓ ଜ୍ୱାଇଁ ପ୍ରିୟଦର୍ଶୀ ମିଶ୍ରଙ୍କୁ ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡର ଅଧ୍ୟକ୍ଷ କରିଥିଲା । ତେବେ ପ୍ରିୟଦର୍ଶୀ ବିଜେଡିରୁ ଇସ୍ତଫା ଦେଇଛନ୍ତି । ସେ ଖୁବଶୀଘ୍ର ବିଜେପିରେ ସାମିଲ ହେବେ । ବିଜେପି ଟିକେଟରେ ସେ ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀରୁ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Mar 30, 2024, 11:03 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.