ETV Bharat / politics

ପୁଣି ଚର୍ଚ୍ଚାରେ ଚମ୍ପାଇ ସୋରେନ, ୩୦ରେ ବିଜେପିରେ ମିଶିବେ ପୂର୍ବତନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ, ରାଞ୍ଚିରେ ମିଶ୍ରଣ ପର୍ବ - Champai Soren to join BJP

author img

By ETV Bharat Odisha Team

Published : Aug 27, 2024, 7:10 AM IST

Updated : Aug 27, 2024, 10:22 AM IST

Champai Soren to join BJP: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ହଟ୍ଟଚମଟ । 'ଜେଏମଏମ୍‌'କୁ ଲାଗିବ ବଡ ଝଟକା । ଆସନ୍ତା 30 ତାରିଖରେ ବିଜେପିରେ ମିଶିବେ ଚମ୍ପାଇ ସୋରେନ । ସୂଚନା ଦେଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବସର୍ମା । ଅଧିକ ପଢନ୍ତୁ

ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ! ବିଜେପିରେ ମିଶିବେ ଚମ୍ପାଇ ସୋରେନ, ସ୍ପଷ୍ଟ କରିଦେଲେ ବିଶ୍ବଶର୍ମା
ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ! ବିଜେପିରେ ମିଶିବେ ଚମ୍ପାଇ ସୋରେନ, ସ୍ପଷ୍ଟ କରିଦେଲେ ବିଶ୍ବଶର୍ମା (ETV Bharat Odisha)

ନୂଆଦିଲ୍ଲୀ: ଯାହା ଚର୍ଚ୍ଚା ହେଉଥିଲା, ତାହା ସତ ହେବାକୁ ଯାଉଛି । ନୂଆ ଦଳ ଗଢିବେନି ବରଂ ବିଜେପିରେ ମିଶିବେ ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ । ଆସନ୍ତା 30 ତାରିଖ (ଶୁକ୍ରବାର) ସେ ଭାରତୀୟ ଜନତା ପାର୍ଟିରେ ସାମିଲ ହେବା ନେଇ କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବସର୍ମା । ଗତକାଲି ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚମ୍ପାଇ ଭେଟିଥିଲେ । ପରେ ହିମନ୍ତ ବିଶ୍ବଶର୍ମା ଏହି ସାକ୍ଷାତକାରର ଏକ ଫଟୋ ଟ୍ବିଟ୍‌ କରି ଏପରି ସୂଚନା ଦେଇଛନ୍ତି ।

  • ବିଜେପିରେ ମିଶିବେ ଚମ୍ପାଇ:

‘ଏକ୍ସ’ରେ ଆସାମ ମୁଖ୍ୟମନ୍ତ୍ରୀ ଟ୍ବିଟ କରି ଲେଖିଛନ୍ତି,''ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ ଦେଶର ଜଣେ ବିଶିଷ୍ଟ ଆଦିବାସୀ ନେତା ଚମ୍ପାଇ ସୋରେନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି । ସେ ଆନୁଷ୍ଠାନିକ ଭାବରେ ଆସନ୍ତା 30 ଅଗଷ୍ଟରେ ରାଞ୍ଚିରେ ବିଜେପିରେ ଯୋଗଦେବେ ।''ଗତକାଲି ହିମନ୍ତ ବିଶ୍ବଶର୍ମା, ଚମ୍ପାଇ ସୋରେନ ଅମିତ ଶାହଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ । ଯାହାର ଫଠୋ ମଧ୍ୟ ବିଶ୍ବଶର୍ମା ଟ୍ବିଟରରେ ସେୟାର କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଚମ୍ପାଇଙ୍କ ପ୍ଲାନ-B କ'ଣ ? ଏହି ପୋଷ୍ଟ ପରେ ରାଜନୀତିରେ ହଟଚମଟ - Plan B Of Champai Soren

  • 'ଜେଏମଏମ୍‌' ଉପରେ ଭାରି ପଡିବ ଚମ୍ପାଇଙ୍କ ନିଷ୍ପତ୍ତି :

ଚଳିତବର୍ଷ ଶେଷ ଭାଗରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଚମ୍ପାଇ ସୋରେନଙ୍କ ଏପରି ନିଷ୍ପତ୍ତି 'ଜେଏମଏମ' ଦଳ ଉପରେ ନିଶ୍ଚିତ ଭାରି ପଡିପାରେ । କାହିଁକିନା ଚମ୍ପାଇ ବିଜେପିରେ ମିଶିବା ପରେ 'ଜେଏମଏମ' ଦଳ କିଛି ନେତା ମଧ୍ୟ ଦଳ ଛାଡି ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଛି । ଯାହା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପାଇଁ ନିର୍ବାଚନୀ ଅଡୁଆ ସୃଷ୍ଟି କରିପାରେ । ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନ ବେଲ ପାଇ ଜେଲରୁ ଫେରିବା ପରେ ଚମ୍ପାଇଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡୁବାକୁ କୁହାଯାଇଥିଲା । ଯାହା ପରେ ସେ ଅସନ୍ତୁଷ୍ଟ ଥିଲେ । ବିଜେପିରେ ସାମିଲ ହେବା ପରେ ଚମ୍ପାଇଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

  • କହିଥିଲେ ନୂଆ ଦଳ ଗଢିବେ :

ପ୍ରଥମେ ଚମ୍ପାଇ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ଗତ ଅଗଷ୍ଟ 21 ତାରିଖରେ ଦିଲ୍ଲୀ ଯାଇ ଫେରିବା ପରେ ସମର୍ଥକଙ୍କ ସହ ଆଲୋଚନା କରି ନୂଆ ଦଳ ଗଢିବା ନେଇ କହିଥିଲେ ଚମ୍ପାଇ । ଚମ୍ପାଇ ସୋସିଆଲ ମିଡିଆ ଏକ୍ସରେ ଲେଖିଥିଲେ,'' ମୋତେ ଅନ୍ୟ ବିକଳ୍ପ ବାଛିବାକୁ ପଡିବ । ମୋ ଆଗରେ ବର୍ତ୍ତମାନ 3ଟି ରାସ୍ତା ରହିଛି । ବର୍ତ୍ତମାନ ସ୍ଥିତିରେ ତିଷ୍ଠି ରହିବା, ନୂଆ ଦଳ ଗଢିବା, ନଚେତ ରାଜନୀତିରୁ ସନ୍ୟାନ ନେବେ ।''

ବିଜେପିରେ ମିଶିବା ଚର୍ଚ୍ଚା ଏଇଠୁ ହୋଇଥିଲା:

ଚମ୍ପାଇ ସୋରେନ ଯେଉଁଭଳି ଭାବେ ମୁଖ୍ୟପଦରୁ ହଟିଲେ ଏବଂ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ହେଲେ, ସେଥିରେ ସେ ଖୁସି ନଥିଲେ । ଏହି ଅସନ୍ତୋଷ ଯୋଗୁଁ ସେ ‘ଜେଏମଏମ’ ଦଳରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଥିଲା । ଅଗଷ୍ଟ 18 ତାରିଖରେ ଚମ୍ପାଇ ‘ଜେଏମଏମ’ର ୬ ଜଣ ବିଧାୟକଙ୍କୁ ସାଙ୍ଗରେ ଧରି ଦିଲ୍ଲୀ ଯାଇଥିଲେ । ସେହି ସମୟରେ ତାଙ୍କୁ ବିଜେପିରେ ମିଶିବା ନେଇ ପ୍ରଶ୍ନ କରାଯିବାରୁ ଏହାକୁ ଖଣ୍ଡନ କରିଥିଲେ । ମୁଖ୍ୟମନ୍ତ୍ରୀ ଥିବାବେଳେ ଦଳରେ ତାଙ୍କୁ ଅପମାନିତ କରାଯାଉଥିବା ଏକ୍ସରେ ଟ୍ବିଟ କରି କହିଥିଲେ ସୋରେନ ।

କେଉଁ କଥା ଚମ୍ପାଇଙ୍କୁ ଆଘାତ ଦେଇଥିଲା?

ଦଳରେ ଅପମାନ ମିଳିଥିବା କହି ଦୁଃଖ ପ୍ରକାଶ କରି ପୂର୍ବରୁ ପୋଷ୍ଟ କରିଥିଲେ ଚମ୍ପାଇ ସୋରେନ । ସେ ଲେଖିଥିଲେ,"କ୍ଷମତାର ଲୋଭ ଟିକିଏ ବି ନଥିଲା । ହେଲେ ଆତ୍ମସମ୍ମାନରେ ଦିଆଯାଇଥିବା ଆଘାତକୁ କିପରି ଦେଖାଇବି ? ନିଜ ଲୋକ ଦେଇଥିବା କଷ୍ଟକୁ କାହା ଆଗରେ ଜଣାଇବି ? ଅପମାନଜନକ ବ୍ୟବହାର ପରେ ନିଜକୁ ବୁଝାଇବାକୁ ଚେଷ୍ଟା କରିଛି । ହେଲେ ତାଙ୍କର ଉଦ୍ଦେଶ୍ୟ କେବଳ ଚୌକି ଥିଲା । ମୋତେ ଏପରି ଲାଗିଲା ଯେମିତି ମୋର କୌଣସି ମୂଲ୍ୟ ନାହିଁ । ପରଦିନ ମୁଁ ଜାଣିଲି ଯେ, ଆଗାମୀ ଦୁଇ ଦିନ ପାଇଁ ମୋର ସମସ୍ତ କାର୍ଯ୍ୟକ୍ରମ ଦଳର ନେତୃତ୍ବଙ୍କ ଦ୍ବାରା ସ୍ଥଗିତ ରଖାଯାଇଛି । ସେଥି ମଧ୍ୟରୁ ଗୋଟିଏ ଡୁମକାରେ ଏକ ଜନସାଧାରଣକୁ ସମ୍ବୋଧନ କାର୍ଯ୍ୟକ୍ରମ ଥିଲାବେଳେ ଅନ୍ୟ କାର୍ଯ୍ୟକ୍ରମଟି PGT କୁ ନିଯୁକ୍ତି ପତ୍ର ବଣ୍ଟନ କାର୍ଯ୍ୟକ୍ରମ ଥିଲା । ଜୁଲାଇ 3ରେ ବିଧାୟକ ଦଳ ବୈଠକ ଡକାଯାଇଥିଲା, ଯେଉଁଥିରେ କୁହାଯାଇଥିଲା ଯେ, ଆପଣ CM ଭାବରେ କୌଣସି କାର୍ଯ୍ୟକ୍ରମକୁ ଯାଇପାରିବେ ନାହିଁ । କ'ଣ ଗଣତନ୍ତ୍ର ପାଇଁ ଏହାଠୁ ଖରାପ କଥା କିଛି ଥାଇପାରେ ? ଜଣେ ମୁଖ୍ୟମନ୍ତ୍ରୀଙ୍କୁ କାର୍ଯ୍ୟକ୍ରମକୁ ଯିବାକୁ ବାରଣ କରିବା କେତେ ଯୁକ୍ତିଯୁକ୍ତି ?"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 27, 2024, 10:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.