ETV Bharat / politics

24 ବର୍ଷରେ ମାତ୍ର 76 ଥର ଲୋକଙ୍କ ଅଭିଯୋଗ ଶୁଣିଛନ୍ତି ନବୀନ; 'ଏବେ ଭୋଗୁଛନ୍ତି ପରିଣାମ' - Ex CM Naveen Patnaik Grievance Cell

author img

By ETV Bharat Odisha Team

Published : Jul 2, 2024, 9:43 PM IST

Ex CM Naveen Patnaik vs CM Mohan Majhi Grievance Cell: 2000ରୁ 2008 ପର୍ଯ୍ୟନ୍ତ ମାତ୍ର 76 ଥର ଲୋକଙ୍କ ଅଭିଯୋଗ ଶୁଣିବାକୁ ଅଭିଯୋଗ ପ୍ରକୋଷ୍ଠକୁ ଯାଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 2008 ପରଠାରୁ ଅଭିଯୋଗ ପ୍ରକୋଷ୍ଠ ମାଡ଼ିନଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ । ଏବେ ମୋହନ ସରକାର ପୁଣି ଆରମ୍ଭ କଲେ ଅଭିଯୋଗ ଶୁଣାଣି ପ୍ରକ୍ରିୟା । ଅଧିକ ପଢ଼ନ୍ତୁ

Ex CM Naveen Patnaik vs CM Mohan Majhi Grievance Cell
Ex CM Naveen Patnaik vs CM Mohan Majhi Grievance Cell (ETV Bharat Odisha)

ଭୁବନେଶ୍ବର: ଗଣତନ୍ତ୍ରରେ ଗଣ ଅର୍ଥାତ ଲୋକଙ୍କ ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ । ତେଣୁ ଗଣଙ୍କୁ ସନ୍ତୁଷ୍ଟ କରିବା ଶାସନ ତନ୍ତ୍ରର ମୁଖ୍ୟ ଲକ୍ଷ୍ୟ ହୋଇଥାଏ । ଜନସାଧାରଣଙ୍କୁ ନିଜ ସପକ୍ଷରେ ରଖିବା ଲାଗି ରାଜନୈତିକ ଦଳ ପକ୍ଷରୁ ଭିନ୍ନ ଭିନ୍ନ ପ୍ରୟାସ କରାଯାଏ । ଜନମତକୁ ନିଜ ସପକ୍ଷରେ ଆଣିବା ଲାଗି ଲୋକଙ୍କ ଅଭିଯୋଗ ଶୁଣିବା ସହ ତାହାର ସମାଧାନ କରନ୍ତି ଶାସନ ତନ୍ତ୍ର । କିନ୍ତୁ ଏହା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ନବୀନ ପଟ୍ଟନାୟକ 24 ବର୍ଷର ଶାସନ ଦାୟିତ୍ବରେ ଥିବାବେଳେ ମାତ୍ର 76 ଥର ଲୋକଙ୍କ ଅଭିଯୋଗ ଶୁଣିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଓ ଅଭିଯୋଗ ପ୍ରକୋଷ୍ଠକୁ ନେଇ ଏବେ ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି । ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିଯୋଗ ଶୁଣିବା ସହ ମନ୍ତ୍ରୀ, ବିଭାଗ ଓ ଜିଲ୍ଲାପାଳ ଅଭିଯୋଗ ଶୁଣି ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ, "ଦୀର୍ଘ 16 ବର୍ଷ ପରେ ସାଧାରଣ ଲୋକଙ୍କ ପାଇଁ ଖୋଲାଗଲା ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ । 2008 ମସିହାରେ ଶେଷଥର ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାକୁ ଆସିଥିଲେ । ଲୋକଙ୍କ ସରକାରରେ ଲୋକଙ୍କ ପାଇଁ ଖୋଲା ରହିବ ଅଭିଯୋଗ ପ୍ରକୋଷ୍ଠ । ଲୋକେ ସିଧାସଳଖ ଆସି ମୋ ସହ ଭେଟି ନିଜର ସମସ୍ୟା ଜଣାଇପାରିବେ ।" ତେବେ ପ୍ରଶ୍ନ ଆସୁଛି, 24 ବର୍ଷ ଧରି ଓଡ଼ିଶାର ଶାସନ ଡୋରୀ ଧରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେତେଥର ଅଭିଯୋଗ ପ୍ରକୋଷ୍ଠ ଯାଇଛନ୍ତି ? ଶେଷ ଥର କେବେ ଅଭିଯୋଗ ଶୁଣିଛନ୍ତି ?

2000ରୁ 2024 ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି ନବୀନ ପଟ୍ଟନାୟକ । 2000ରୁ 2008 ପର୍ଯ୍ୟନ୍ତ ଲୋକଙ୍କ ଅଭିଯୋଗ ଶୁଣିବାକୁ ନବୀନ ଅଭିଯୋଗ ପ୍ରକୋଷ୍ଠ ଯାଇଛନ୍ତି । ଶେଷଥର ଲାଗି 2008 ଅଗଷ୍ଟ 16 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିଲେ ନବୀନ । ଏହାପରେ ନବୀନଙ୍କୁ ଆଉ କେବେ ଅଭିଯୋଗ ପ୍ରକୋଷ୍ଠରେ ଦେଖିବାକୁ ମିଳିନାହିଁ । ଏହି ସମୟ ମଧ୍ୟରେ 76 ଥର ଅଭିଯୋଗ ଶୁଣିବାକୁ ଅଭିଯୋଗ ପ୍ରକୋଷ୍ଠକୁ ଯାଇଛନ୍ତି ନବୀନ । 2001 ମସିହାରେ ସର୍ବାଧିକ 20 ଥର ଅଭିଯୋଗ ପ୍ରକୋଷ୍ଠକୁ ଯାଇ ଅଭିଯୋଗ ଶୁଣିଛନ୍ତି । ଏନେଇ 2016 ମସିହା ସେପ୍ଟେମ୍ବର 29 ତାରିଖରେ ବିଧାନସଭାରେ ଉତ୍ତର ରଖିଥିଲେ ତତ୍କାଳୀନ ସାଧାରଣ ପ୍ରଶାସନ ବିଭାଗ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା । ବିଜେପି ବିଧାୟକ ଦିଲ୍ଲୀପ କୁମାର ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହା କହିଥିଲେ ।

ସେହିପରି 2016ରୁ 2024 ମଧ୍ୟରେ ନବୀନ କଦାପି ଅଭିଯୋଗ ପ୍ରକୋଷ୍ଠକୁ ଯାଇନାହାନ୍ତି । ଯଦି ପ୍ରତି ସୋମବାର ନବୀନ ଅଭିଯୋଗ ଶୁଣିଥାନ୍ତେ, ତେବେ 24 ବର୍ଷରେ ପ୍ରାୟ 1100 ଥର ଅଭିଯୋଗ ଶୁଣିବାକୁ ଯାଇଥାନ୍ତେ । କିନ୍ତୁ 24 ବର୍ଷ ଶାସନ କ୍ଷମତାରେ ଥିବା ନବୀନ ସର୍ବମୋଟ ମାତ୍ର 76 ଥର ଅଭିଯୋଗ ପ୍ରକୋଷ୍ଠକୁ ଯାଇ ଅଭିଯୋଗ ଶୁଣିଛନ୍ତି । ଅନଲାଇନ ଜରିଆରେ ଅଭିଯୋଗ କରିବା ଲାଗି 2010ରେ ନବୀନ ସରକାର ଇ-ଅଭିଯୋଗ ବ୍ୟବସ୍ଥା କରିଥିଲେ । ସେତେବେଳେ ଇଣ୍ଟରନେଟର ଅସୁବିଧା ଯୋଗୁଁ ଏହି ବ୍ୟବସ୍ଥା ବିଶେଷ ସଫଳ ହୋଇପାରିନଥିଲା । ସେହିପରି 2017 ଡିସେମ୍ବର ମାସରେ ସୋସିଆଲ ମିଡିଆ ଜରିଆରେ ଅଭିଯୋଗ ଗ୍ରହଣ ଓ ଶୁଣାଣି ବ୍ୟବସ୍ଥା କରିଥିଲେ ନବୀନ ସରକାର । 2019 ସାଧାରଣ ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ସଚିବଙ୍କ ଜରିଆରେ ଅଭିଯୋଗ ଗ୍ରହଣ ଓ ସମାଧାନ ନିର୍ଦ୍ଦେଶ ଦେଇଥିଲେ । ଯାହା ବିଜେଡି ପରାଜୟର ଅନ୍ୟତମ କାରଣ ସାଜିଲା ବୋଲି କୁହାଯାଉଛି ।

ବିଜେଡି ବିଧାୟକ ପ୍ରତାପ କେଶରୀ ଦେବ କହିଛନ୍ତି, କ୍ଷମତାକୁ ଆସିଥିବା ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିବା ଭଲ କଥା । ଓଡ଼ିଶାର ଜନସାଧାରଣଙ୍କ ଅଭିଯୋଗ ଶୁଣିବା ଉଚିତ । ମୁଖ୍ୟମନ୍ତ୍ରୀଙ୍କର ଏହା ଇଚ୍ଛାଧୀନ ବ୍ୟାପାର ଓ ଚିନ୍ତାଧାରା । ଏହା ଉପରେ କୌଣସି ଟିପ୍ପଣୀ ଦେବାର ଆବଶ୍ୟକତା ନାହିଁ । ପୂର୍ବତନ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣିନଥିବା କଥା କିଏ କହୁଛି ? ନବୀନ ବାବୁ ସବୁ ଶନିବାର ଅଭିଯୋଗ ଶୁଣୁଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସବୁବେଳେ ଖୋଲା ରହୁଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣିନଥିବା ଅଭିଯୋଗ ଭୁଲ । ଆମେ ବିଜେପିକୁ ଯେତିକି ଜାଣିଛୁ, ଛୋଟ କଥାକୁ ବଡ଼ କଥା କହି ହାଇଲାଇଟ କରିବାକୁ ଚାହିଁବେ । ଏହା ବିଜେପିର ଧାରାବାହିକ କଥା ଓ କାର୍ଯ୍ୟକ୍ରମ । ଏଥିରେ ନୂତନତ୍ବ କିଛି ନାହିଁ । ଯଦି ମୁଖ୍ୟମନ୍ତ୍ରୀ ଲୋକଙ୍କ କଥା ଶୁଣୁଛନ୍ତି, ଭଲ କଥା ।"

ଏହା ମଧ୍ୟ ପଢ଼ନ୍ତୁ...16ବର୍ଷ ପରେ ଖୋଲିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ସିଏମ ଶୁଣିଲେ ଲୋକଙ୍କ ସମସ୍ୟା - Odisha CM public grievance cell

ସେହିପରି ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି, "ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ପ୍ରଥମରୁ ଅଭିଯୋଗ ପ୍ରକୋଷ୍ଠକୁ ଯାଉଥିଲେ । ପରେ ଆଉ ଗଲେ ନାହିଁ । ଅଭିଯୋଗ ପ୍ରକୋଷ୍ଠରେ ଅଫିସର କେବଳ ବସୁଥିଲେ । କୋଭିଡ ସମୟରେ ଏହା ମଧ୍ୟ ଅନେକ ପରିମାଣରେ ବନ୍ଦ ହୋଇଯାଇଥିଲା । ଅଭିଯୋଗ ଶୁଣିନଥିଲେ ବୋଲି ଶେଷ ବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଅଭିଯୋଗ ଶୁଣିବାକୁ ଯାଉଥିଲେ । ଜିଲ୍ଲାପାଳ, ସଚିବ ସହ ମୁଖ୍ୟମନ୍ତ୍ରୀ ମଧ୍ୟ କିଛି ଶୁଣିବା କଥା । ମୁଖ୍ୟମନ୍ତ୍ରୀ ନିଜେ ଯଦି ଅଭିଯୋଗ ଶୁଣିଥାନ୍ତେ, ସଚିବଙ୍କୁ ପଠେଇନଥା'ନ୍ତେ । ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଯଦି ନଶୁଣିବେ, ଗଣତନ୍ତ୍ର କେଉଁଠି ରହିଲା ? ଅଭିଯୋଗ ନଶୁଣିବାର ଅବ୍ୟବସ୍ଥାର ପରିଣାମ ଏବେ ନବୀନ ଭୋଗୁଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.