ETV Bharat / politics

ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ ବିବାଦ: ହେବ କି କାର୍ଯ୍ୟାନୁଷ୍ଠାନ ? ଏମିତି କହିଲେ ପରିବହନ ମନ୍ତ୍ରୀ - Pandian Chopper Rides Probe - PANDIAN CHOPPER RIDES PROBE

Pandian Chopper Rides Probe: ଚଳିତ ନିର୍ବାଚନ ପୂର୍ବରୁ ହେଲିକପ୍ଟରରେ ବୁଲି ବୁଲି ପ୍ରଚାର କରିଥିଲେ ପାଣ୍ଡିଆନ । ବାରମ୍ବାର ହେଲିକପ୍ଟର ଗସ୍ତ ବାବଦକୁ ଏତେ ଟଙ୍କା ଆସୁଥିଲା କୁଆଡୁ? ରାଜକୋଷରୁ ଟଙ୍କା ଖର୍ଚ୍ଚ ହୋଇନି ତ ? ଅଭିଯୋଗ ସତ ହୋଇଥିଲେ ସାଙ୍ଘାତିକ । ପାଣ୍ଡିଆନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଅଣ୍ଟା ଭିଡିଛି ବିଜେପି ସରକାର । ପଢନ୍ତୁ ପୂରା ଖବର ।

Pandian Chopper Rides Probe
Pandian Chopper Rides Probe (ETV Bharat Odisha)
author img

By ETV Bharat Odisha Team

Published : Aug 18, 2024, 4:09 PM IST

ଭୁବନେଶ୍ବର: ବଢୁଛି ପାଣ୍ଡିଆନଙ୍କ ଅଡୁଆ । ପୂର୍ବ ସରକାର ସମୟରେ ପାଣ୍ଡିଆନ କରୁଥିବା ହେଲିକପ୍ଟର ଗସ୍ତ ଏବେ ଚର୍ଚ୍ଚାରେ ରହିଛି । ଏହି ଗସ୍ତ ସମୟରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଅଭିଯୋଗ ରହିଛି । ଯାହାର ତଦନ୍ତ ପାଇଁ ବିଜେପି ସରକାର ଆରମ୍ଭ କରିଛନ୍ତି ପ୍ରକ୍ରିୟା ।

Pandian Chopper Rides Probe (ETV Bharat Odisha)

'ଖୁବଶୀଘ୍ର ନିର୍ଯ୍ୟାସ ଆସିବ'

ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ ତଦନ୍ତ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା । ସେ କହିଛନ୍ତି "ବ୍ୟକ୍ତିଗତ କାର୍ଯ୍ୟରେ ପାଣ୍ଡିଆନଙ୍କ ହେଲିକପ୍ଟର ବୁଲିବାକୁ ନେଇ ତଦନ୍ତ ଚାଲିଛି । ଖୁବଶୀଘ୍ର ନିର୍ଯ୍ୟାସ ଆସିବ । ଯାହା ଲୋକଙ୍କ ମନରେ ସନ୍ଦେହ ଅଛି ତାହା ସତ ହୋଇପାରେ । ଅପେକ୍ଷା କରନ୍ତୁ, ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛନ୍ତି ସରକାର । ଦୁର୍ନୀତି ବିରୁଦ୍ଧରେ ଆମ ସରକାର ଶୂନ୍ୟ ସହନଶୀଳତା ନୀତି ଆପଣାଇଛନ୍ତି । ତେଣୁ ହେଲିକପ୍ଟର ବୁଲାର ନିର୍ଯ୍ୟାସ ଅଳ୍ପ ଦିନ ମଧ୍ୟରେ ବାହାରିବ । ମୁଁ କହିଛି ମାନେ ସରକାର କହିଛି । ତେଣୁ ଆପଣମାନେ ଅପେକ୍ଷା ରଖନ୍ତୁ, ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ ନେଇ କେନ୍ଦ୍ର ବେସାମରିକ ଚଳାଚଳ ବିଭାଗଠୁ ସମସ୍ତ ତଥ୍ୟ ନିଆଯିବ ଏନେଇ ବିଚାର ବିମର୍ଷ ଚାଲିଛି । "

'ହେଲିକପ୍ଟର ଯାତ୍ରାରେ ଉଡାଇଥିଲେ କୋଟି କୋଟି'
ଅଭିଯୋଗ ଅନୁସାରେ, ହେଲିକପ୍ଟର ଯାତ୍ରା ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଅଭିଯୋଗ ହୋଇଆସୁଥିଲା । ୨୦୧୩ରୁ ୨୦୨୪ ଭିତରେ ୫୦୦ କୋଟିରୁ ଅଧିକ ଖର୍ଚ୍ଚ ନେଇ ଅଭିଯୋଗ ରହିଛି । ପାଣ୍ଡିଆନଙ୍କ ଗସ୍ତ ପାଇଁ ପ୍ରତି ବ୍ଲକରେ ତିଆରି ହେଉଥିଲା ହେଲିପ୍ୟାଡ୍ । ବିଜେଡି ସରକାର ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନଙ୍କ ଖୁବ ବିଶ୍ବସ୍ତ ଭିକେ ପାଣ୍ଡିଆନ ହେଲିକପ୍ଟରରେ ବିଭିନ୍ନ ଜିଲ୍ଲା ଗସ୍ତ କରୁଥିଲେ । ଭୁବନେଶ୍ୱରରୁ ନିକଟବର୍ତ୍ତୀ ଅଞ୍ଚଳ ହେଉ ଅବା ଦୂର । ଯୁଆଡେ ବି ଯାଉଥିଲେ ହେଲିକପ୍ଟରରେ ଯାଇ ନିର୍ବାଚନୀ ପ୍ରଚାର କରୁଥିଲେ ପାଣ୍ଡିଆନ ।

ଏହା ବି ପଢନ୍ତୁ...ହେଲିକପ୍ଟର ଗସ୍ତରେ କେତେ ଖର୍ଚ୍ଚ କରିଥିଲେ ପାଣ୍ଡିଆନ; ହିସାବ କରୁଛନ୍ତି ମୋହନ ସରକାର - Pandian Politics

ରାଜକୋଷରୁ ଅର୍ଥ ଖର୍ଚ୍ଚ କରିଥିଲେ କାର୍ଯ୍ୟାନୁଷ୍ଠାନ:

ପୂର୍ବରୁ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି, "ସରକାର ସବୁ ଘଟଣା ଉପରେ ନଜର ରଖିଛନ୍ତି । ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଲକ୍ଷ ଲକ୍ଷ ଲୋକଙ୍କୁ ଭେଟୁଛନ୍ତି । ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଲୋକଙ୍କୁ ଭେଟିଛନ୍ତି କାହିଁ ପଇସାଟେ ଖର୍ଚ୍ଚ ହୋଇନାହିଁ । ଯଦି କୌଣସି ଅଧିକାରୀ ରାଜକୋଷରୁ କୋଟି କୋଟି ଟଙ୍କା ଅପବ୍ୟୟ କରିଥିବେ, ଆମ ସରକାର ନଜର ରଖିଛି । ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବ । ପୂର୍ବତନ 5ଟି ସଚିବ ଭିକେ ପାଣ୍ଡିଆନ ସାରା ରାଜ୍ୟ ବୁଲୁଥିଲେ । 2020 ଫେବ୍ରୁଆରୀରୁ ଡିସେମ୍ବର 2023 ପର୍ଯ୍ୟନ୍ତ ନିରବଛିନ୍ନ ଭାବେ ହେଲିକପ୍ଟରରେ ବୁଲୁଥିଲେ । ଜନସାଧାରଣ ଏହା ଦେଖିଛନ୍ତି । ଲୋକେ ଏହାକୁ ହଜମ କରିପାରୁନଥିଲେ । ଏ ବୁଲିବା ପାଇଁ ଅର୍ଥ ବାବଦରେ ଜନସାଧାରଣ ପ୍ରଶ୍ନ ପଚାରୁଛନ୍ତି । ମୋହନ ମାଝୀ ସରକାର ଶୂନ୍ୟ ଦୁର୍ନୀତି ଲାଗି ସଂକଳ୍ପବଦ୍ଧ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.