ETV Bharat / politics

ବିଜେଡିକୁ ବାହୁଡ଼ିଲେ ପୂର୍ବତନ ବିଧାୟକ ରମାରଞ୍ଜନ ବଳିଆରସିଂହ - RAMA BALIARSINGH JOINS BJD

Rama Baliarsingh Joins BJD: ଶଙ୍ଖ ଫୁଙ୍କିଲେ ପୂର୍ବତନ ବିଧାୟକ ରମାରଞ୍ଜନ ବଳିଆରସିଂହ । ବିଜେପିରୁ ଇସ୍ତଫା ଦେବାର କିଛି ଘଣ୍ଟା ମଧ୍ୟରେ ସେ ବିଜେଡିରେ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : May 16, 2024, 6:28 PM IST

Rama Baliarsingh
Rama Baliarsingh (ETV Bharat Odisha)
Rama Baliarsingh (ETV Bharat Odisha)

ଭୁବନେଶ୍ବର: ବିଜେପିରୁ ଇସ୍ତଫା ଦେବାର କିଛି ଘଣ୍ଟା ମଧ୍ୟରେ ବିଜେଡିରେ ସାମିଲ ହେଲେ ସତ୍ୟବାଦୀ ପୂର୍ବତନ ବିଧାୟକ ରମାରଞ୍ଜନ ବଳିଆରସିଂହ । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ସେ ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ରମା ଓ ତାଙ୍କ ସମର୍ଥିତ ଲୋକ ପ୍ରତିନିଧିଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ବରିଷ୍ଠ ବିଜେଡି ନେତା । ରମାଙ୍କ ଯୋଗଦାନ ଦଳକୁ ପୁରୀ ଜିଲ୍ଲାରେ ଅଧିକ ସଶକ୍ତ କରିବ ବୋଲି କହିଛନ୍ତି ବିଜେଡିର ବରିଷ୍ଠ ନେତା ସଞ୍ଜୟ କୁମାର ଦାସବର୍ମା, ସାଂସଦ ସସ୍ମିତ ପାତ୍ର, ଶୁଭାଶିଷ ଖୁଣ୍ଟିଆ ଓ ମୁଖପାତ୍ର ପ୍ରିୟବ୍ରତ ମାଝୀ ।

ବିଜେଡିର ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା କହିଛନ୍ତି, "ବିଜେପିର ଉପସଭାପତି ଓ ମୁଖପାତ୍ର ଭାବେ ରମା ରଞ୍ଜନ ବଳିଆରସିଂ କାର୍ଯ୍ୟ କରୁଥିଲେ । ଆଜି ସେ ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଛନ୍ତି । ରମାଙ୍କର 4 ଦଶନ୍ଧି ଧରି ରାଜନୈତିକ ଅନୁଭବ ରହିଛି । କଣାସ ମାଟିରେ ସେ ଆଜି ପର୍ଯ୍ୟନ୍ତ ସେ ସଂଘର୍ଷ ଜାରି ରଖିଛନ୍ତି । ରମାଙ୍କ ସହିତ ବର୍ତ୍ତମାନ ଓ ପୁରାତନ ଲୋକପ୍ରତିନିଧି ବିଜେଡିରେ ସାମିଲ ହୋଇଛନ୍ତି । ପୁରୀ ତଥା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ସେ ଅଣକଂଗ୍ରେସ ଆନ୍ଦୋଳନର ନେତୃତ୍ୱ ନେଉଥିଲେ । ରମାଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ମରଣ କରୁଛୁ । ସତ୍ୟବାଦୀର ବିଧାୟକ ଥିବାବେଳେ ସେ ବହୁ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ରମାଙ୍କ ଯୋଗଦାନ ଫଳରେ ସତ୍ୟବାଦୀ ନୁହେଁ ପୁରୀ ଲୋକସଭା କ୍ଷେତ୍ରରେ ବିଜେଡି ସଶକ୍ତ ହୋଇଛି । ରମାଙ୍କ ଉପସ୍ଥିତରେ ବିଜେଡି ଆସନ୍ତା ନିର୍ବାଚନରେ ଅଧିକ ଉତ୍ସାହିତ ହେବ ।"

ବିଜେଡିରେ ସାମିଲ ହେବା ପରେ ରମା ରଞ୍ଜନ ବଳିଆରସିଂ କହିଛନ୍ତି, "ମୋ ପାଇଁ ଆଜି ଏକ ନୂଆ ଦିନ । ବିଜେଡି କାର୍ଯ୍ୟାଳୟ ମୋ ପାଇଁ ନୂଆ । କିନ୍ତୁ ବିଜେଡି ମୋ ପାଇଁ ପୁରୁଣା । ବିଜୁ ପଟ୍ଟନାୟକଙ୍କ ହାତ ଗଢ଼ା ମଣିଷ ମୁଁ । 1984ରୁ 1990 ପଞ୍ଚାୟତ ସମିତି ଅଧ୍ୟକ୍ଷ ଥିଲି । ଯେତେବେଳେ ଜନତା ଦଳରୁ 32 ଜଣ ପଞ୍ଚାୟତ ସମିତି ଅଧ୍ୟକ୍ଷ ଥିଲେ, ସେଥିରୁ ମୁଁ ଜଣେ । ଅଭିଭକ୍ତ ପୁରୀ ଜିଲ୍ଲାରେ ଯୁବ ଜନତା ଦଳର ସଭାପତି ଓ ସାଧାରଣ ସମ୍ପାଦକ ବିଜୁ ବାବୁ ମୋତେ କରିଥିଲେ । ଯଥେଷ୍ଟ ସ୍ନେହ, ଶ୍ରଦ୍ଧା ଓ ଗାଳି ମୁଁ ବିଜୁ ବାବୁଙ୍କଠାରୁ ପାଇଛି । ପରିସ୍ଥିତି କ୍ରମେ 2000, 2004, 2019 ଓ 2024ରେ ବିଜେପି ମୋତେ ଟିକଟ ଦେଲା ନାହିଁ । ସତ୍ୟବାଦୀ ଲୋକଙ୍କ ଆଶା ଓ ଆକାଂକ୍ଷା ପ୍ରତାରଣା କରାଗଲା ।"

ଏହା ବି ପଢନ୍ତୁ...ବିଜେପି ଛାଡି ଶଙ୍ଖ ଫୁଙ୍କିଲେ ବ୍ରଜରାଜନଗର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା - Radharani Panda Quits BJP

ସେ ଆହୁରି ମଧ୍ୟ କହିଛନ୍ତି, "ଏହି ଯୋଗଦାନ ଫଳରେ ଆଜି ଅପରାହ୍ନରୁ ସତ୍ୟବାଦୀରେ ଫୁଲ ମଉଳିବା ଆରମ୍ଭ କରିବ । ମୁଁ ନବୀନ ପଟ୍ଟନାୟକଙ୍କ ଲୋକ ହୋଇ ଦୀର୍ଘ ବର୍ଷ ହେଲା ମରୀଚିକା ପଛରେ ଗୋଡେଇଥିଲି । ବିଜେପି ଜଣେ ଅପରାଧୀ, ଚିଟଫଣ୍ଡ ଚୋରକୁ ଟିକଟ ଦେଇଛି । 254 ବୁଥରୁ 190 ବୁଥ ହାରିଥିବା ନେତାଙ୍କୁ ବିଜେପି ପ୍ରାର୍ଥୀ କରିଛି । ବିଜେପିର ପୁରୀ ସାଂସଦ ପ୍ରାର୍ଥୀ ଜଣେ ଭଲ ନାଟୁଆ । ସତ୍ୟବାଦୀରେ ଏଥର ଯୋଡି ଶଙ୍ଖ । ସାଂସଦ କିମ୍ବା ବିଧାୟକ ହେବାର ନାହିଁ । କିନ୍ତୁ ଜାଗ୍ରତ ପ୍ରହରୀ ଭାବେ ସତ୍ୟବାଦୀ ପାଇଁ ଲଢ଼ିବି ।" ଚଳିତ ନିର୍ବାଚନରେ ରମା ସତ୍ୟବାଦୀରୁ ବିଜେପିରୁ ଟିକେଟ ଆଶାୟୀ ପ୍ରାର୍ଥୀ ଥିଲେ । ହେଲେ ଦଳ ତାଙ୍କୁ ଟିକଟ ନଦେବାରୁ ସେ ଅସନ୍ତୋଷ ଥିଲେ । ତେଣୁ ଏହିୁ କାରଣରୁ ସେ ବିଜେପି ଛାଡିଥିବା ନେଇ କୁହାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.