ETV Bharat / politics

ପଦ୍ମ ଧରିଲେ ପୂର୍ବତନ ସାଂସଦ ପ୍ରଭାସ ସିଂ, କହିଲେ ବିଜେଡିରେ ଆତ୍ମ ସମ୍ମାନ ନଥିଲା - Lok Sabha Election 2024

author img

By ETV Bharat Odisha Team

Published : Apr 15, 2024, 5:16 PM IST

Prabhas Kumar Singh Joins BJP: ବିଜେପିରେ ସାମିଲ ହେଲେ ନିକଟରେ ବିଜେଡି ଛାଡି ଥିବା ପୂର୍ବତନ ବରଗଡ ସାସଂଦ । ଆଜି ସେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତ । ଅଧିକ ପଢନ୍ତୁ

Prabhas Kumar Singh Joins BJP
Prabhas Kumar Singh Joins BJP

ଭୁବନେଶ୍ବର: ପଦ୍ମ ଧରିଲେ ପୂର୍ବତନ ସାଂସଦ । ବରଗଡ଼ର ପୂର୍ବତନ ସାସଂଦ ତଥା ଜିଲ୍ଲା ବିଜେଡି ସଭାପତି ପ୍ରଭାସ ସିଂ ଆଜି ବିଜେପିରେ ଯୋଗ ଦେଇଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିବା ସହିତ ନରେନ୍ଦ୍ର ମୋଦିଙ୍କ ନେତୃତ୍ବକୁ ପ୍ରଶଂସା କରି ଆଜି ପଦ୍ମ ଧରିଛନ୍ତି । ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପୂର୍ବରୁ ସେ ଆଜି ବିଜେପିରେ ସାମିଲ ହୋଇଛନ୍ତି । ପ୍ରକାଶଥାଉକି, ସେ ଗତ ଏପ୍ରିଲ 8 ତାରିଖରେ ବିଜେଡି ଛାଡିଥିଲେ ।

ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗ ଏବଂ ଅନ୍ୟ ବରିଷ୍ଠ ବିଜେପି ନେତାଙ୍କ ଉପସ୍ଥିତିରେ ସେ ଆଜି ପଦ୍ମ ଧରିଛନ୍ତି । ତେବେ ବିଜେପିରେ ସାମିଲ ହେବା ପରେ ବିଜେଡିକୁ ଟାର୍ଗେଟ କରି ପ୍ରତିକ୍ରିୟା ଦେଇଛନ୍ତି, "ବିଜୁ ଜନତା ଦଳରେ କୌଣସି ସମ୍ମାନ କିମ୍ବା ନିଜର ଆତ୍ମ ସମ୍ମାନ ନଥିଲା । ତେଣୁ ମୁଁ ବିଜେପିରେ ଯୋଗ ଦେଇଛି । ବିଶ୍ବର ସବୁଠାରୁ ବଡ଼ ରାଜନୈତିକ ଦଳରେ ଯୋଗଦେଇ ବହୁତ ଖୁସି ଅଛି ।'

ଏହା ମଧ୍ୟ ପଢନ୍ତୁ: ବିଜେଡି ଛାଡିଲେ ପୂର୍ବତନ ସାଂସଦ ପ୍ରଭାସ ସିଂ, ଟିକେଟକୁ ନେଇ ଥିଲେ ଅସନ୍ତୁଷ୍ଟ - PRABHAS SINGH Resign

ସେ ଆହୁରି ମଧ୍ୟ କହିଛନ୍ତି, "ଏହା ମୋ ପାଇଁ ଏକ ବିଶେଷ ମୁହୁର୍ତ୍ତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିତ୍ୱ ମୋତେ ବହୁତ ପ୍ରଭାବିତ କରିଛି । ବିଜେଡିରେ ମୋର ଆତ୍ମସମ୍ମାନ ନଥିଲା ତେଣୁ ମୁଁ ବିଜୁ ଜନତା ଦଳରୁ ଇସ୍ତଫା ଦେଲି । ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ଦଳରେ ଓଡିଶାର ଅସ୍ମିତା, କଳା ସଂସ୍କୃତି ଏବଂ ଐତିହ୍ୟ ପ୍ରତି ସମ୍ମାନର ଅଭାବ ରହିଛି । ମୋଦିଙ୍କ ଶାସନ କାଳରେ ଗତ 10 ବର୍ଷ ଧରି ଯୁବ, ମହିଳା, ଚାଷୀ ଏବଂ ଗରିବଙ୍କ ସମେତ ବିଭିନ୍ନ ବିଭାଗ ପାଇଁ କରିଥିବା କାର୍ଯ୍ୟ ନିହାତି ପ୍ରଶଂସନୀୟ ଅଟେ । ମୁଁ ବିଜେପିରେ ଯୋଗ ଦେଇ ଭାଗ୍ୟବାନ ।"

କହିରଖୁଛୁ କି, ଗତ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ପ୍ରଭାସ କୁମାର ସିଂ ବରଗଡ଼ରୁ ସାଂସଦ ଥିଲେ । ଚଳିତ ନିର୍ବାଚନରେ ମଧ୍ୟ ସେ ବିଜେଡି ଟିକେଟ ପାଇଁ ଆଶାୟୀ ଥିଲେ । ହେଲେ ଦଳ ପରିଣୀତା ମିଶ୍ରଙ୍କୁ ବରଗଡ଼ ଲୋକସଭା ଟିକେଟ ଦେଇଥିଲେ । ୨୦୧୪ ନିର୍ବାଚନରେ ପ୍ରଭାସ ବରଗଡ଼ ଲୋକସଭା ଆସନ ପ୍ରାର୍ଥୀ ହୋଇ ୩ ଲକ୍ଷ ୮୩ ହଜାର ୨୩୦ ଖଣ୍ଡ ଭୋଟ ପାଇଥିଲେ । ବିଜେପିରୁ ପ୍ରାର୍ଥୀ ହୋଇଥିବା ସୁବାସ ଚୌହାନଙ୍କୁ ମାତ୍ର ୧୧,୧୭୮ ଭୋଟରେ ପରାସ୍ତ କରିଥିଲେ । ୨୦୧୯ ନିର୍ବାଚନରେ ଦଳ ବରଗଡ଼ ଆସନରୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଓହ୍ଲାଇଥିଲା । କିନ୍ତୁ ସେ ପରାସ୍ତ ହୋଇଥିଲେ । ଏଥିରେ ଅସନ୍ତୁଷ୍ଟ ହୋଇ ସେ ନବୀନ ନିବାସ ଆସି ଇସ୍ତଫା ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.