ETV Bharat / politics

ସଶକ୍ତ ହେଉଛି ବିଜେପି; ପଦ୍ମ ଧରିଲେ ପୂର୍ବତନ ବିଜେଡି ବିଧାୟକ ପ୍ରିୟଦର୍ଶୀ ମିଶ୍ର - Priyadarshi Mishra joins BJP - PRIYADARSHI MISHRA JOINS BJP

Priyadarshi Mishra joins BJP: ପଦ୍ମ ଧରିଲେ ଆଉ ଜଣେ ବିଜେଡି ବିଧାୟକ । ପୂର୍ବତନ ଭୁବନେଶ୍ବର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ଆଜି ସକାଳେ ବିଜେଡି ଛାଡ଼ିଥିବା ବେଳେ ଏବେ ବିଜେପିରେ ଯୋଗଦାନ କରିଛନ୍ତି । ଅଧିକ ପଢନ୍ତୁ

Priyadarshi Mishra joins BJP
Priyadarshi Mishra joins BJP
author img

By ETV Bharat Odisha Team

Published : Mar 30, 2024, 4:23 PM IST

ସଶକ୍ତ ହେଉଛି ବିଜେପି; ପଦ୍ମ ଧରିଲେ ପୂର୍ବତନ ବିଜେଡି ବିଧାୟକ ପ୍ରିୟଦର୍ଶୀ ମିଶ୍ର

ଭୁବନେଶ୍ବର: ସଶକ୍ତ ହେବାରେ ଲାଗିଛି ଓଡ଼ିଶା ବିଜେପି । ଗୋଟିଏ ପରେ ଗୋଟିଏ ବିଜେଡି ବିଧାୟକ ଦଳ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ଦଳ ଡିଆଁ ଜୋରସୋରରେ ଚାଲିଛି । ଏହାରି ମଧ୍ୟରେ ପଦ୍ମ ଧରିଛନ୍ତି ପୂର୍ବତନ ବିଜେଡି ବିଧାୟକ ପ୍ରିୟଦର୍ଶୀ ମିଶ୍ର । ଶତାଧିକ ସମର୍ଥକଙ୍କ ସହ ବିରାଟ ପଟୁଆରରେ ଆସି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେପିରେ ମିଶିଛନ୍ତି ପୂର୍ବତନ ଭୁବନେଶ୍ବର ଉତ୍ତର ବିଧାୟକ ପ୍ରିୟଦର୍ଶୀ । ସେ ଆଜି ବିଜେଡିରୁ ଇସ୍ତଫା ଦେଇଥିଲେ ପ୍ରିୟଦର୍ଶୀ ।

ଆଜି ସକାଳେ ବିଜେଡି ଛାଡିଥିଲେ ଏବଂ ମଧ୍ୟାହ୍ନରେ ବିଜେପିରେ ମିଶିଲେ ଉତ୍ତର ଭୁବନେଶ୍ବରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ମିଶ୍ର ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ବିଜେପିର ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ମିଶ୍ର ବିଜେପିରେ ସାମିଲ ହୋଇଛନ୍ତି । ବିଜେପିରେ ଯୋଗଦାନ ପରେ ପୂର୍ବତନ ବିଜେଡି ବିଧାୟକ ପ୍ରିୟଦର୍ଶୀ ମିଶ୍ର କହିଛନ୍ତି, "ଦଳରେ କୁଚକ୍ରି ଗୋଷ୍ଠୀ କାମ କରୁଛନ୍ତି । ସେମାନେ ପୁରୁଣା ଲୋକଙ୍କୁ ହଟାଇବାକୁ ଚାହୁଁଛନ୍ତି । ନୂଆ ଯେଉଁମାନେ ଆସିଛନ୍ତି ସେମାନେ କ୍ଷମତା ରାଜନୀତି କରୁଛନ୍ତି ।"

ଏହା ବି ପଢନ୍ତୁ- ବିଜେଡି ଛାଡ଼ିଲେ ପୂର୍ବତନ ଭୁବନେଶ୍ବର-ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜେପିରେ ହୋଇପାରନ୍ତି ସାମିଲ

ଏହି ଅବସରରେ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି," ଟ୍ରାଞ୍ଜିଟ ପିରିୟଡରେ ବିଜେଡି । ବିଜୁ ଜନତା ଦଳର ସରକାର ଯାଉଛି । ବିଜେପି ସରକାର ଆସୁଛି ।" ସୂଚନା ଥାଉ କି ପ୍ରିୟଦର୍ଶୀ ମିଶ୍ର 2014ରୁ 2019 ପର୍ଯ୍ୟନ୍ତ ବିଧାୟକ ରହିଥିଲେ । ସେ ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀରୁ ବିଜେଡି ଟିକେଟରେ ବିଧାୟକ ହୋଇଥିଲେ । 2019 ନିର୍ବାଚନରେ ଦଳ ତାଙ୍କ ଟିକେଟ କାଟିଥିଲା । ତାଙ୍କ ବଦଳରେ ଉତ୍ତର ଭୁବନେଶ୍ବରରୁ ସୁଶାନ୍ତ ରାଉତଙ୍କୁ ଟିକେଟ ଦେଇଥିଲା । ଚଳିତ ଥର ମଧ୍ୟ ସୁଶାନ୍ତ ଟିକେଟ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି । ଟିକେଟ ଦାବି କରି ପ୍ରିୟଦର୍ଶୀ ନିକଟରେ ଦଳର ବହୁ ବରିଷ୍ଠ ନେତାଙ୍କୁ ଭେଟିଥିଲେ । ନବୀନ ନିବାସ ମଧ୍ୟ ଯାଇଥିଲେ । ହେଲେ କୌଣସି ସୁଫଳ ମିଳିନଥିଲା ।

ଏହା ବି ପଢନ୍ତୁ-ବିଜେଡି ଛାଡ଼ିଲେ ପୂର୍ବତନ କୋରେଇ ବିଧାୟକ ଆକାଶ ଦାସ ନାୟକ

ବିଜେଡିରେ କୋଣଠେସା ନେତା ଭାବେ ରହିବା ପରେ ଆତ୍ମ ସମ୍ମାନ ଦୃଷ୍ଟିରୁ ସେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି । ଅନ୍ୟପଟେ ପୂର୍ବତନ କେନ୍ଦ୍ରାପଡ଼ା ସାଂସଦ ତଥା ଅନୁଭବ ମହାନ୍ତି, ପୂର୍ବତନ କୋରେଇ ବିଧାୟକ ଆକାଶ ଦାଶ ନାୟକ ମଧ୍ୟ ଆଜି ବିଜେଡ଼ି ଛାଡିଛନ୍ତି । ବିଜେଡି ଛାଡିବା ପରେ ଆକାଶ ପ୍ରତିକ୍ରିୟାରେ କହିଥିଲେ ଯେ ତାଙ୍କ ତ୍ୟାଗ, ବଳିଦାନକୁ ଦଳ ବୁଝିପାରିନଥିଲା । ଗତ ନିର୍ବାଚନରେ ତାଙ୍କ ଟିକେଟ କଟିବା ପରେ ଗତ 5ବର୍ଷ ସେ ଦଳ ପାଇଁ ନିଷ୍ଠାର ସହିତ କାର୍ଯ୍ୟ କରିଛନ୍ତି । ଏବେ ନିଜ ଆତ୍ମ ସମ୍ମାନ ଦୃଷ୍ଟିରୁ ସେ ଦଳ ଛାଡ଼ିଥିବା କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.