ETV Bharat / politics

ଓଡ଼ିଶାବାସୀ ବିଜେପିକୁ ସେବା କରିବାର ସୁଯୋଗ ଦେଇଛନ୍ତି, ଏଥିପାଇଁ ରାଜ୍ୟବାସୀଙ୍କୁ ଧନ୍ୟବାଦ: ବିଜେପି - BJP Felicitation Ceremony

author img

By ETV Bharat Odisha Team

Published : Jun 30, 2024, 9:28 PM IST

BJP Felicitation Ceremony: ସରିଲା ବିଜେପିର ସମ୍ବର୍ଦ୍ଧନା ଉତ୍ସବ । ରାଜ୍ୟରେ ବିଜେପି ସରକାର ଗଢ଼ିବାକୁ ଓଡ଼ିଶାବାସୀ ସୁଯୋଗ ଦେଇଥିବାରୁ ଧନ୍ୟବାଦ ଜଣାଇଲେ ବିଜେପି ନେତା । ଅଧିକ ପଢ଼ନ୍ତୁ

BJP FELICITATION CEREMONY
BJP FELICITATION CEREMONY (ETV Bharat Odisha)

ଭୁବନେଶ୍ୱର: ରାଜଧାନୀର ପ୍ରଦର୍ଶନୀ ପଡ଼ିଆରେ ବିଜେପିର ବିଜୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଶେଷ ହୋଇଛି । ନବନିର୍ବାଚିତ ବିଧାୟକ, ସାଂସଦ ଏବଂ କେନ୍ଦ୍ରମନ୍ତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିଛ ଦଳ । ତେବେ ଏହି ଉତ୍ସବରେ ବିଜେପିର ସମସ୍ତ ଜନ ପ୍ରତିନିଧିମାନେ ଉପସ୍ଥିତ ଥିବା ବେଳେ ଏହା ସହିତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବହୁ ବରିଷ୍ଠ ନେତାମାନେ ଯୋଗଦାନ କରିଥିଲେ । ପ୍ରଥମେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍ ସମସ୍ତେ ଶୁଣିଥିଲେ । ପରେ ଆରମ୍ଭ ହୋଇଥିଲା ସମ୍ବର୍ଦ୍ଧନା ଉତ୍ସବ ।

ଏହି ପରିପ୍ରେକ୍ଷୀରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, " ଓଡ଼ିଶାବାସୀ ବିଜେପିକୁ ସେବା କରିବାର ସୁଯୋଗ ଦେଇଛନ୍ତି । ଏଥିପାଇଁ ରାଜ୍ୟବାସୀଙ୍କୁ ଧନ୍ୟବାଦ । ସଂକଳ୍ପ ପତ୍ରର ପ୍ରତି କଥାକୁ ପାଳନ କରିବ ବିଜେପି ସରକାର । ସବୁ ଲୋକଙ୍କ ସହ ସିଧାସଳଖ ସମ୍ପର୍କ ରଖିବାର ପ୍ରତିଶ୍ରୁତି ଦେଇଛୁ । ଜଗନ୍ନାଥଙ୍କ ଚାରି ଦ୍ଵାରା ଖୋଲାଗଲା, ଧାନ ଏମଏସପି 3100 ଟଙ୍କା ହେଲା, ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ 100 ଦିନ ଭିତରେ 50 ହାଜର ଟଙ୍କାର ଭାଉଚର୍ ମିଳିବ । ଦଳ ଓ ସରକାର ମଧ୍ୟରେ ସମନ୍ୱୟ ରହି କାମ ହେବ । ସମସ୍ତଙ୍କ ସମସ୍ୟାର ସମାଧାନ କରିବା ପାଇଁ ଦାୟିତ୍ଵ ନିଆଯିବ । କେହି ଗରିବ ରହିବେ ନାହିଁ । ଦାଦନ ଖଟିବାକୁ କେହି ଯିବେ ନାହିଁ । 5 ବର୍ଷ ଦିନ ରାତି ପରିଶ୍ରମ କରାଯିବ । ମୋଦି ତାଙ୍କ ମନ୍ତ୍ରୀ ମଣ୍ଡଳରେ ଓଡ଼ିଶାରୁ 3 ଜଣଙ୍କୁ ସାମିଲ କରିଥିବାରୁ ଧନ୍ୟବାଦ୍। ସରକାରଙ୍କ ଉପଲବ୍ଧିକୁ ଘରେ ଘରେ ପହଞ୍ଚାଇବା । 25ରୁ 30 ବର୍ଷ ଯାଏଁ ବିଜେପି ସରକାରକୁ କେହି ଛୁଇଁ ପାରିବେ ନାହିଁ ।"

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି ବିଶ୍ବକପ ବିଜୟ ପାଇଁ ଭାରତୀୟ କ୍ରିକେଟ ଟିମକୁ ଅଭିନନ୍ଦନ ଜଣାଇବା ସହ କହିଛନ୍ତି, "ବିଜେପିର ବିଜୟର ହକଦାର କେବଳ ବିଜେପି ନୁହେଁ । ଏ ବିଜୟ ସାଢ଼େ 4 କୋଟି ଓଡ଼ିଆ, ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ସମର୍ପିତ । ହଜାର ହଜାର ବର୍ଷ ତଳେ କଳିଙ୍ଗ ଯୁଦ୍ଧ ଲଢ଼ିଥିବା ବୀରମାନଙ୍କ ପାଦ ତଳେ ସମର୍ପିତ । କିଛି ବିଧାୟକ ଓ ସାଂସଦ ନିର୍ବାଚନ ପାଇଁ ଏଥର ନିର୍ବାଚନ ହୋଇନଥିଲା । ଓଡ଼ିଆ ଅସ୍ମିତା ଓ ସ୍ବାଭିମାନ ପାଇଁ ଏଥର ନିର୍ବାଚନ ହୋଇଥିଲା । କେନ୍ଦ୍ରୀୟ ନେତାଙ୍କୁ ଧନ୍ୟବାଦ । ଜଗନ୍ନାଥଙ୍କ ଭଳି ରଙ୍ଗ, ବଳରାମଙ୍କ ଭଳି ବଳ, ସୁଭଦ୍ରାଙ୍କ ଭଳି ଭଉଣୀ । 2036ରେ ସ୍ଵତନ୍ତ୍ର ରାଜ୍ୟ ଭାବେ 100 ବର୍ଷ ପାଳନ କରିବ । 10 କୋଟି ଆଖି ଆମକୁ ସବୁବେଳେ ଦେଖୁଛନ୍ତି । ଏ କଥାକୁ କେବେ ଭୁଲିବା କଥା ନୁହେଁ । ଜାତୀୟ ରାଜନୀତିରେ ଓଡ଼ିଶା କେନ୍ଦ୍ର ବିନ୍ଦୁ ହୋଇଛି । ଓଡିଶାରୁ କେବେ 3 ଜଣ ପ୍ରଭାବଶାଳୀ କେନ୍ଦ୍ରମନ୍ତ୍ରୀ ହୋଇ ନଥିଲେ । ଓଡ଼ିଆ ଲୋକଙ୍କ ଅସ୍ମିତାର ପ୍ରଶ୍ନ ସ୍ଵାଭିମାନୀ ହେବା । ପାନୀୟ ଜଳ, ନାରୀକୁ ସମ୍ମାନ ମିଳିଲେ ଅସ୍ମିତା ସୁରକ୍ଷିତ ହେବ ।"

ଏହା ମଧ୍ୟ ପଢ଼ନ୍ତୁ...ସମ୍ବଲପୁର ବିଜେପିରେ ଫାଟ ! ଜୟନାରାୟଣ ଓ ଗିରିଶଙ୍କ ମଧ୍ୟରେ ଘନେଇଲା ବିବାଦ - Jayanarayan and girish dispute

ସେପଟେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି, "ସାମୁହିକ ଭାବେ କାମ କରିବାକୁ ହେବ । କିଛି କଠିନ ନିଷ୍ପତ୍ତି ନେବାକୁ ପଡିବ । ଆମ ପାଇଁ ଦେଶ ପ୍ରଥମ ଏ ସରକାର ସଫଳ ହେବା ଦରକାର । ଆଲୁଅ ପାଖରେ ପୋକ, କ୍ଷମତା ପାଖରେ ଲୋକ । ଏସବୁ ଚିନ୍ତା କରି କାମ କରିବାକୁ ପଡିବ । ଓଡ଼ିଶାରେ ସରକାର ଗଠନ କରିବାରେ ସବୁ ପ୍ରକାର ସାହାଯ୍ୟ ସହଯୋଗ କଲେ ତେଣୁ ଅଶେଷ ଅଶେଷ ଧନ୍ୟବାଦ । ୧୯୮୯ ମସିହାରେ ଏପ୍ରିଲ ମାସରେ ମୁଁ ଦଳରେ ଯୋଗ ଦେଇଥିଲି । ୨ ଟଙ୍କା ଦେଇ ଯୋଗ ଦେଇଥିଲି । ନିର୍ବାଚନରେ ସିଧାସଳଖ କାର୍ଯ୍ୟ କଲି । ୧୯୯୦ ମସିହାରେ ବିଧାୟକ ଭାବେ ଲଢ଼ିଲି ବିକ୍ରମ କେଶରୀ ଦେଓ ଓ ମୁଁ ବିଧାନସଭା ଗଲୁ । ଆମେ କାର୍ଯ୍ୟ ଆରମ୍ଭ କରିଥିଲୁ । ୧୯୯୧ ମସିହାରେ ଲୋକସଭା ନିର୍ବାଚନ ହେଲା ପୁଣି ଆମେ କାମ କଲୁ । ବିଜୁ ବାବୁ ଗୋଟେ ଦଳରେ କହିଲେ ଏହା ଗୋଟେ ସାଇନ ବୋର୍ଡ ପାର୍ଟି । ଆମେ ଜିତିଲୁ ନାହିଁ କିନ୍ତୁ ଆମ ଭୋଟ ହାର ବଢିଲା । ଏହି ନିର୍ବାଚନର ଆମେ ଜିତିଲୁ ଆମ ସରକାର ହେଇଛି । ଏଥିପାଇଁ ଜନସାଧାରଣଙ୍କୁ ଧନ୍ୟବାଦ ଦେଉଛି । ବର୍ତ୍ତମାନ ଆମେ ଓଡିଶାବାସୀଙ୍କୁ ବିଶ୍ଵାସ କରାଇବାକୁ ହେବ ଯେ, ଜନସାଧାରଣ ଆମକୁ ଯେଉଁ ଶକ୍ତି ଦେଇଛନ୍ତି ତାହା ଆମେ ତାଙ୍କ ପାଇଁ କାର୍ଯ୍ୟକାରୀ କରୁଛେ । ବିଳାସପୂର୍ଣ୍ଣ ଜୀବନ ଛାଡ଼ି ନିଜ ସଂକଳ୍ପକୁ ସ୍ମରଣ ରଖିବା ଆବଶ୍ୟକ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.