ETV Bharat / politics

ନବୀନଙ୍କୁ ହରାଇ ଦିଆଯାଇଛି, ଢୋଲ ଭିତରେ ମୂଷା ଥିଲେ: ସମ୍ବିତ - Sambit Routray Reaction On Election

Sambit Routray Reaction On Election: ବିଜେଡିର ପରାଜୟକୁ ନେଇ ମୁହଁ ଖୋଲିଛନ୍ତି ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ । କ'ଣ କହିଛନ୍ତି ଶୁଣନ୍ତୁ ।

author img

By ETV Bharat Odisha Team

Published : Jul 7, 2024, 4:56 PM IST

Sambit Routray
Sambit Routray (ETV Bharat Odisha)

ଭୁବନେଶ୍ବର: ବିଜେଡିର ପରାଜୟକୁ ନେଇ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟଙ୍କ ବିସ୍ଫୋରକ ବୟାନ । ଦଳ ହାରିବା ପଛରେ ଦଳୀୟ ମୂଷା ଥିବା କହିଲେ ସମ୍ବିତ । ସମ୍ବିତ ରାଉତରାୟ କହିଛନ୍ତି, "ନବୀନ ପଟ୍ଟନାୟକ ହାରିନାହାନ୍ତି ତାଙ୍କୁ ହରାଯାଇଛି । ସୁଚିନ୍ତିତ ଭାବେ ହରାଇ ଦିଆଯାଇଛି । ଢୋଲ ଭିତରେ ମୂଷା ରହିଲେ ସେଥିପାଇଁ ଆମେ ହାରିଲୁ ।" ବିଜେଡି ନେତା ସମ୍ବିତ ରାଉତରାୟଙ୍କ ମୂଷା ଉପାଖ୍ୟାନକୁ ନେଇ ଜୋର ଧରିଛି ଚର୍ଚ୍ଚା ।

Sambit Routray (ETV Bharat Odisha)

ସେ ଆହୁରି କହିଛନ୍ତି, " ମୂଷା କିଏ ଆପଣ ଜାଣିଥିବେ । ଆଜି ନହେଲେ କାଲି ସେ ମୂଷା କଢ଼ା ହେବେ । ବରିଷ୍ଠ ନେତାମାନେ ଆଲୋଚନା କରୁଛନ୍ତି । ମୂଷା ରହିଲେ ଆପଣଙ୍କ ଧନ, ସମ୍ପତ୍ତି ଲୁଟ ହେବାର ଆଶଙ୍କା ରହିଛି । ସରକାର ଆଉ ପ୍ରଶାସନ ବହୁତ କାମ କରିଛନ୍ତି । ପଞ୍ଚାୟତ ପିଛା 50 ଲକ୍ଷ ଲେଖାଏଁ ଦେଲେ ନବୀନ । ପୁରା ଭଣ୍ଡାର ଖୋଲିଦେଲେ । ତଥାପି ଲୋକ ଆମକୁ ହରାଇଲେ । ଏହାର ଅନେକ କାରଣ ଅଛି ।" 'ଅନ୍ୟପଟେ ହାରିବାର କାରଣ ପାଣ୍ଡିଆନ କି ?' ବୋଲି ପ୍ରଶ୍ନରେ ସମ୍ବିତ କହିଛନ୍ତି ଯେ, ଅନେକ କାରଣ ଅଛି ହୁଏ ତ ଏଇଟା ବି ଥାଇପାରେ । ଏବେ ବିଜେପି ସରକାର ରାଜ୍ୟରେ ଅଛି ଲୋକମାନଙ୍କ ପାଇଁ କିପରି ଭଲ କାମ କରିବେ ତାହା ଦେଖିବାକୁ ହେବ।

ଏହା ବି ପଢନ୍ତୁ...ମୋହନ ସରକାରର ପ୍ରଥମ ଅଧିବେଶନ: ଶାସକ ଓ ବିରୋଧୀ ତୟାର - Odisha Assembly Session

ଏହା ବି ପଢନ୍ତୁ...ପ୍ରଭାତଙ୍କ ପରେ ମୁହଁ ଖୋଲିଲେ ସୁବ୍ରତ, ବିଜେଡିକୁ ନେଇ ଦେଲେ ବିସ୍ଫୋରକ ବୟାନ - Cuttack BJD Dispute

2024 ସାଧାରଣ ନିର୍ବାଚନ ସରିଯାଇଛି। ରାଜ୍ଯରେ ବିଜେପି ସରକାର କରିଛି। ବିଜେଡି ପ୍ରମୁଖ ବିରୋଧୀ ଦଳ ହୋଇସାରିଛି। ଅନ୍ୟପଟେ ବିଜେଡିର ପରାଜୟକୁ ନେଇ ଦଳ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ତର୍ଜମା ହୋଇସାରିଛି ହେଲେ ବିଜେଡି ନେତା ମାନେ ସହଜରେ ପରାଜୟକୁ ହଜମ କରି ପାରୁନାହାନ୍ତି। ଯାହାକୁ ନେଇ ଦଳ ଭିତରେ ଅସନ୍ତୋଷ ବୃଦ୍ଧି ପାଇଛି । ଦଳର ନେତା ଓ କର୍ମୀମାନେ ଏବେବି ପରାଜୟ ପଛର କାରଣ ଖୋଜୁଛନ୍ତି । ତେବେ ଆସନ୍ତା 22 ତାରିଖରୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ମୁଖ୍ୟ ବିରୋଧୀ ଭାବେ ବିଜେଡି ଏଥର ବିଧାନସଭାରେ ରାଜ୍ୟରେ ସରକାର ଗଢିଥିବା ବିଜେପିକୁ ଘେରିବାକୁ ଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.