ETV Bharat / politics

ମନ ଜିତିଲେ ନବୀନ; କଣ୍ଟାବାଞ୍ଜିରୁ ହରାଇଥିବା ଲକ୍ଷ୍ମଣଙ୍କୁ ଜଣାଇଲେ ଶୁଭେଚ୍ଛା - Naveen Patnaik Meets Laxman Bag

author img

By ETV Bharat Odisha Team

Published : Jun 18, 2024, 7:52 PM IST

Naveen Patnaik Meets Laxman Bag: ସୌଜନ୍ୟତାର ଅନ୍ୟନାମ ନବୀନ ପଟ୍ଟନାୟକ । ବିଧାନସଭାରେ ଶପଥ ପାଠ ପରେ ବିଜେପି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଭେଟି ଜଣାଇଲେ ଶୁଭେଚ୍ଛା । କଣ୍ଟାବାଞ୍ଜିରୁ ନବୀନଙ୍କୁ ହରାଇଛନ୍ତି ଲକ୍ଷ୍ମଣ । ଅଧିକ ପଢ଼ନ୍ତୁ

Naveen Patnaik Meets Laxman Bag
Naveen Patnaik Meets Laxman Bag (ETV Bharat Odisha)

ଭୁବନେଶ୍ବର: ରାଜନୀତିରେ ଅନନ୍ୟ ନବୀନ ପଟ୍ଟନାୟକ । ବିରୋଧୀ ଦଳ ସରକାରର ଶପଥ ଉତ୍ସବରେ ସାମିଲ ହୋଇ ସାରା ଦେଶକୁ ଦେଇଥିଲେ ରାଜନୀତି ନୂଆ ଭାଷା । ଆଉ ଏବେ ତାଙ୍କୁ ନିର୍ବାଚନରେ ପ୍ରଥମ ଥର ହରାଇଥିବା ବିଧାୟକଙ୍କୁ ଶୁଭେଚ୍ଛା ଜଣାଇ ଦେଇଛନ୍ତି ନିଜର ବଡ଼ ହୃଦୟର ପରିଚୟ । ବିଧାନସଭା ପ୍ରଥମ ଦିନରେ ବିଧାୟକ ଭାବେ ଶପଥପାଠ ପରେ କଣ୍ଟାବାଞ୍ଜିରୁ ତାଙ୍କୁ ହରାଇଥିବା ବିଜେପି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ ନବୀନ ପଟ୍ଟନାୟକ । ଏହି ସମୟର ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବାବେଳେ ଦଳଗତ ନିର୍ବିଶେଷରେ ସମସ୍ତେ ଏହାକୁ ବେଶ ପସନ୍ଦ କରିଛନ୍ତି ।

ସୌଜନ୍ୟତାର ଅନ୍ୟନାମ ନବୀନ ପଟ୍ଟନାୟକ । ଏହା କଥାରେ ନୁହେଁ କାମରେ ମଧ୍ୟ ବାରମ୍ବାର ପ୍ରମାଣିତ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ନୂଆ ସରକାରର ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ । ଯାହା ସାରା ଦେଶର ଦୃଷ୍ଟି ଆକର୍ଷଣ କରିପାରିଥିଲା । ନିର୍ବାଚନ ରାଜନୀତିରେ ନବୀନଙ୍କ ଗଣତନ୍ତ୍ରର ଜନତାଙ୍କ ନିର୍ଦ୍ଦେଶକୁ ସହଜରେ ଗ୍ରହଣ କରିନେବା ସମସ୍ତଙ୍କୁ ତାଜୁବ କରିଥିଲା । ରାଜନୀତିରେ ନବୀନଙ୍କର ଏହି ପରିପକ୍ଵତାକୁ ସମସ୍ତେ ପ୍ରଶଂସା କରିଛନ୍ତି । ଗଣତାନ୍ତ୍ରିକ ବିଧିବ୍ୟବସ୍ଥାରେ ନବୀନ ଜଣେ ଅଦର୍ଶ ରାଜନେତା ।

ସେହିପରି ଆଉ ଏକ ସୁନ୍ଦର ଉଦାହରଣ ଆଜି ନବୀନ ଉପସ୍ଥାପନ କରିଛନ୍ତି । ନବ ନିର୍ବାଚିତ ବିଧାୟକଙ୍କର ଆଜି ଥିଲା ଶପଥ ଗ୍ରହଣ ଉତ୍ସବର ପ୍ରଥମ ଦିନ । ପ୍ରଥମ ଦିନ ଶପଥ ପାଠ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବହୁ ବିଧାୟକ । ଶପଥ ପାଠ କାର୍ଯ୍ୟକ୍ରମ ଆରମ୍ଭ ହେବାର କିଛି ସମୟ ପରେ ବିଧାନସଭାରେ ପହଞ୍ଚିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିର୍ବାଚନ ପୂର୍ବରୁ ଫେବୃଆରୀରେ ଅନୁଷ୍ଠିତ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଥିବା ନବୀନ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ଭାବେ ବିଧାନସଭାକୁ ପ୍ରବେଶ କରିଥିଲେ । ମୁଖ୍ୟମନ୍ତ୍ରୀ ଓ ଶାସକ ଦଳ ପାଇଁ ଉଦ୍ଦିଷ୍ଟ ପ୍ରବେଶ ପଥ ଦେଇ ବିରୋଧୀ ଦଳରେ ଥାଇ ମଧ୍ୟ ନବୀନ ବିଧାନସଭାକୁ ଯାଇଥିଲେ ।

ହିଞ୍ଜିଳି ବିଧାୟକ ଭାବେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଶପଥ ପାଠ କରାଇଥିଲେ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଶପଥ ନେଇ ଫେରିବା ବେଳେ ସରକାରୀ ଦଳ ମୁଖ୍ୟ ସଚେତକଙ୍କ ଲାଗି ଉଦ୍ଦିଷ୍ଟ ଆସନରେ ବସିଥିଲେ କଣ୍ଟାବାଞ୍ଜିର ବିଧାୟକ ଲକ୍ଷ୍ମଣ ବାଗ । ନବୀନଙ୍କୁ ଦେଖି ଲକ୍ଷ୍ମଣ ନିଜ ଆସନରୁ ଉଠି ନମସ୍କାର କରିଥିଲେ । ନବୀନ ମଧ୍ୟ ସେଠାରେ ଅଟକି ଯାଇଥିଲେ । ପ୍ରତି ନମସ୍କାର ମଧ୍ୟ ଲକ୍ଷ୍ମଣଙ୍କୁ ଜଣାଇଥିଲେ ନବୀନ । ଖାଲି ସେତିକି ନୁହେଁ, ଲକ୍ଷ୍ମଣଙ୍କ ସହିତ କିଛି ସମୟ ମଧ୍ୟ ସେଠାରେ ଛିଡା ହୋଇ ଆଲୋଚନା କରିଥିଲେ ନବୀନ । ଅତି ସହଜ ଭାବେ ଉଭୟ କଥା ହୋଇଥିଲେ । ଉଭୟଙ୍କ ମୁହଁରେ ହସ ଫାଟି ପଡୁଥିଲା । କଣ ଦୁଇ ପଦ କଥା ହୋଇଛନ୍ତି ଉଭୟ ନେତା ତାହା ସ୍ପଷ୍ଟ ଭାବେ ଜଣାପଡିନାହିଁ । କିନ୍ତୁ ପାଖରେ ଛିଡା ହୋଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡା ଓ ଆଳି ବିଧାୟକ ପ୍ରତାପ କେଶରୀ ଦେବ ସେମାନଙ୍କ କଥା ଶୁଣି ହସ ରୋକି ପାରିନଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଆଜିଠୁ ବିଧାନସଭା ଅଧିବେଶନ: ନବ ନିର୍ବାଚିତ ବିଧାୟକଙ୍କ ଶପଥ ପାଠ, ବଛାଯିବେ ବାଚସ୍ପତି - ODISHA ASSEMBLY SESSION TODAY

ପ୍ରକାଶ ଯୋଗ୍ୟ, ଲକ୍ଷ୍ମଣ ବାଗ ହେଉଛନ୍ତି ସେହି ବିଧାୟକ ଯିଏ ନବୀନଙ୍କୁ ନିର୍ବାଚନରେ ହରାଇଛନ୍ତି । ନିର୍ବାଚନ ରାଜନୀତିରେ ଲକ୍ଷ୍ମଣଙ୍କ ଠାରୁ ନବୀନଙ୍କୁ ପ୍ରଥମ ଥର ଲାଗି ପରାଜୟର ସାମ୍ନା କରିବାକୁ ପଡିଛି । ସମ୍ଭବତଃ ଲକ୍ଷ୍ମଣ ସେହି କଥା ନବୀନଙ୍କୁ କହୁଛନ୍ତି । ଯାହା ଉଭୟଙ୍କ ଭାବ ଭଙ୍ଗୀରୁ ଜଣାପଡିଛି । ଆଉ ନବୀନ ଏହାକୁ ସକରାତ୍ମକ ଢଙ୍ଗରେ ଜବାବ ମଧ୍ୟ ଦେଇଛନ୍ତି । ଦଳ ସରକାରରୁ ଯିବା ପରେ ନୂଆ ରୂପରେ ନଜର ଆସିଛନ୍ତି ବିଜେଡି ସୁପ୍ରିମୋ । ପୂର୍ବଠୁ ଅଧିକ ଉତ୍ସାହିତ ଓ ଉତ୍‌ଫୁଲିତ ନଜର ଆସୁଛନ୍ତି ନବୀନ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.