ETV Bharat / politics

ଗୋପାଳପୁରରେ ଦଳୀୟ ପ୍ରାର୍ଥୀଙ୍କୁ ଗୁରୁମନ୍ତ୍ର ଦେଲେ ପ୍ରଦୀପ ପାଣିଗ୍ରାହୀ - election preparation by bjp

author img

By ETV Bharat Odisha Team

Published : Mar 28, 2024, 7:08 PM IST

Election Preparation By BJP: ଗୋପାଳପୁରରେ ଦଳୀୟ ପ୍ରାର୍ଥୀଙ୍କୁ ଗୁରୁମନ୍ତ୍ର ଦେଲେ ବିଧାୟକ ତଥା ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ । ଆସନ୍ତା ୪୦ଦିନ ସମସ୍ତଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ବୋଲି ସେ କହିଛନ୍ତି। ଅଧିକ ପଢନ୍ତୁ

Election Preparation By BJP
Election Preparation By BJP
Election Preparation By BJP

ବ୍ରହ୍ମପୁର: ନିର୍ବାଚନ ପୂର୍ବରୁ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ପ୍ରଦୀପ ପାଣିଗ୍ରାହୀ । ଗୋପାଳପୁରଠାରେ ଆୟୋଜିତ ଦଳୀୟ ବୈଠକରେ ପ୍ରଦୀପ ଉପସ୍ଥିତ କର୍ମୀଙ୍କୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି । ଆସନ୍ତା ୪୦ଦିନ ସମସ୍ତଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ବୋଲି ସେ କହିଛନ୍ତି। ଏପରିକି ସମସ୍ତେ ବୁଥ ସ୍ତରରୁ ଏକତ୍ରିତ ହୋଇ ଦଳର ଗତ ନିର୍ବାଚନର ଭୋଟ ବ୍ୟବଧାନକୁ କିପରି ବୃଦ୍ଧି କରିବେ ସେନେଇ ରଣନୀତି ପ୍ରସ୍ତୁତ କରିବାକୁ କହିଛନ୍ତି ପ୍ରଦୀପ। ଏହାପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା ସମୟରେ ପ୍ରଦୀପ ଲୋକଙ୍କ ଉତ୍ସାହକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି । ଗୋପାଳପୁର ବିଧାୟକ ତଥା ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, "ଆଗାମୀ ୪୦ଦିନର ଯାତ୍ରା ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆଣିବ । ଗୋପାଳପୁର ନିର୍ବାଚନ ମଣ୍ଡଳୀ ଜିଲ୍ଲାର ଏକ ପ୍ରମୁଖ ନିର୍ବାଚନ ମଣ୍ଡଳୀ । ମୁଖ୍ୟମନ୍ତ୍ରୀ ଏହି ନିର୍ବାଚନ ମଣ୍ଡଳୀରେ କଥା ବୁଝୁଥିବା କହି କେବେ ବୁଝିନାହାନ୍ତି । ନିର୍ବାଚନ ମଣ୍ଡଳୀର ଉନ୍ନତି ପ୍ରକ୍ରିୟାକୁ ଠପ୍ କରି ରଖିଛନ୍ତି। ଏପରିକି ରାଜ୍ୟର ପଦ୍ମପୁରକୁ ଜିଲ୍ଲା ଘୋଷଣା ଯେପରି ପାଣିରେ ପଡ଼ିଗଲା । ସେହିପରି ପୂର୍ବରୁ ବ୍ରହ୍ମପୁର ବୁଝୁଛି କହି ବ୍ରହ୍ମପୁରର ମଧ୍ୟ କିଛି ବିକାଶ କରିନାହାନ୍ତି ।'

'୨୦୦୯ ରୁ ଏୟାରପୋର୍ଟ ପାଇଁ ଦାବି ହୋଇଥିଲା, ତାହାକୁ ୨୦୨୪ ରେ ତମ୍ବୁ ଏୟାରପୋର୍ଟ କରାଗଲା। ରାଜ୍ୟର ମାଲକାନଗିରିଠାରୁ ଆରମ୍ଭ କରି ଜୟପୁର ଏବଂ ରାଜ୍ୟର ଅନ୍ୟ ସ୍ଥାନରେ ଏୟାରପୋର୍ଟ ହୋଇଥିଲେ ମଧ୍ୟ ଗଞ୍ଜାମ ଜିଲ୍ଲାରେ ହୋଇପାରିନାହିଁ । ବ୍ରହ୍ମପୁର ସହର ଉପକଣ୍ଠ ଆମ୍ବପୁଆଠାରେ ଆରଓବି ନିର୍ମାଣ ହେବା ପାଇଁ ଭିତ୍ତିପ୍ରସ୍ତର ଦିଆଯାଇ ମଧ୍ୟ ତାହା ହୋଇନପାରିବାର କାରଣ କ'ଣ?" ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ ।

ସେହିପରି ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଏବଂ କଟକର ଭର୍ତ୍ତୃହରି ମହତାବଙ୍କଙ୍କ ବିଜେପିରେ ଯୋଗଦାନ ପ୍ରସଙ୍ଗରେ ମତ ରଖିଛନ୍ତି ପ୍ରଦୀପ । ସେ କହିଛନ୍ତି, "ଦଳରେ ଗୁରୁତ୍ବ ମିଳୁନଥିବାରୁ ସେମାନେ ବିଜେପିରେ ସାମିଲ ହୋଇଛନ୍ତି । ପ୍ରତ୍ୟେକ ଦିନ ଏଭଳି ମିଶ୍ରଣ ହେବ।" ସେହିପରି ବ୍ରହ୍ମପୁର ଲୋକସଭା ଆସନ ପାଇଁ ବିଜେଡି ଦଳର ପ୍ରାର୍ଥୀ ଘୋଷଣା ପାଇଁ ନେତୃତ୍ବ ଖୋଜା ଚାଲିଥିବା ଘଟଣାରେ "ଖୋଜି ଖୋଜି ପାଣିକୁ ପଳାଇବେ" ବୋଲି କହି କଟାକ୍ଷ କରିଛନ୍ତି ପ୍ରଦୀପ।

ଏହା ମଧ୍ୟ ପଢନ୍ତୁ...BJP କ୍ୟାମ୍ପରେ ଭେଟେରାନ BJD ନେତା ଭର୍ତ୍ତୃହରି ଏବଂ ସିଦ୍ଧାନ୍ତ, ପଦ୍ମ ଧରିଲେ ପଦ୍ମଶ୍ରୀ ଦମୟନ୍ତୀ - BHARTRUHARI SIDHANT JOIN BJP

ସେହିପରି "ଗଞ୍ଜାମ ଜିଲ୍ଲାରେ ଭୟର ବାତାବରଣ ରଖିଛନ୍ତି ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ । ଭୋଟର ପ୍ରଭାବିତ ହେବା ଭଳି କାର୍ଯ୍ୟ କରୁଛନ୍ତି । ଏହା ଚାଲିବ ନାହିଁ" ବୋଲି ସେ କହିଛନ୍ତି। ଏଣୁ ସମସ୍ତେ ଏକ ନୂତନ ସରକାର ଗଠନ ପାଇଁ ସଂର୍ଘର୍ଷ କରିବାକୁ ଆହ୍ବାନ କରିଥିଲେ ପ୍ରଦୀପ। "ଯଦି ଲୋକ ପ୍ରତିନିଧିଙ୍କ ମହତ୍ତ୍ବ ନାହିଁ ତାହେଲେ ନିର୍ବାଚନ କରିବା କାହିଁକି?" ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.