ETV Bharat / politics

ସଂତୃପ୍ତଙ୍କୁ ଗୁରୁଦାୟିତ୍ବ ଦେଲେ ନବୀନ; ନୂଆ ଗଣମାଧ୍ୟମ କମିଟି ପାଇଁ କ'ଣ ରହିବ ଚ୍ୟାଲେଞ୍ଜ ? - BJD Organizational Reshuffle

author img

By ETV Bharat Odisha Team

Published : Jul 8, 2024, 8:17 PM IST

BJD Organizational Reshuffle: ଦଳର ରୂପରେଖ ପରିବର୍ତ୍ତନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ରାଜ୍ୟ ପଦାଧିକାରୀ କମିଟି ଭାଙ୍ଗିବା ସହ ପ୍ରଥମ ଥର ପାଇଁ ନିଜର ରାଜନୈତିକ ସଚିବ ଭାବେ ଡଃ ସଂତୃପ୍ତ ମିଶ୍ରଙ୍କୁ ନିଯୁକ୍ତ କରିଛନ୍ତି । ଦଳର ନବଗଠିତ ମିଡିଆ କମିଟି ଆଜି ଦାୟିତ୍ବ ନେଇଛି । ଅଧିକ ପଢ଼ନ୍ତୁ

BJD Organizational Reshuffle
BJD Organizational Reshuffle (ETV Bharat Odisha)

ଭୁବନେଶ୍ବର: ରାଜନୈତିକ ସଚିବ ନିଯୁକ୍ତି ସହ ଦଳୀୟ ମୁଖପାତ୍ର ପ୍ୟାନେଲରେ ବ୍ୟାପକ ଅଦଳବଦଳ କରିଛନ୍ତି ବିଜେଡି ସଭାପତି । ଡକ୍ଟର ସଂତୃପ୍ତ ମିଶ୍ରଙ୍କୁ ରାଜନୈତିକ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି ନବୀନ । ସେହିପରି ବରିଷ୍ଠ ନେତା ପ୍ରତାପ ଜେନାଙ୍କୁ ବରିଷ୍ଠ ଗଣମାଧ୍ୟମ ସଂଯୋଜକ ନିଯୁକ୍ତି ମିଳିଛି । ଜାତୀୟ, ରାଜ୍ୟ ମୁଖପାତ୍ରଙ୍କ ତାଲିକା ପ୍ରକାଶ କରିଛି ଦଳ । ନବଗଠିତ ଗଣମାଧ୍ୟମ କମିଟି ସଦସ୍ୟ ଦାୟିତ୍ବ ଗ୍ରହଣ କରିଛନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ଆମର ଲକ୍ଷ୍ୟ ବୋଲି କହିଛନ୍ତି ବିଜେଡି ନେତା ।

ବିଜେଡି ସଭାପତିଙ୍କ ରାଜନୈତିକ ସଚିବ ଡକ୍ଟର ସଂତୃପ୍ତ ମିଶ୍ର କହିଛନ୍ତି, "ବିଜେଡି ବିଭିନ୍ନ ସମୟରେ ନୂଆ ନୂଆ ଲୋକଙ୍କ ସହିତ ଦଳୀୟ କାର୍ଯ୍ୟ ଆଗକୁ ବଢ଼େଇବାକୁ ଚେଷ୍ଟା କରିଥାଏ । ଅତୀତରେ ନିର୍ବାଚନ ପୂର୍ବରୁ ଓ ପରେ ଦଳରେ ସାଂଗଠନିକ ପରିବର୍ତ୍ତନ ହୋଇଛି । ସେହି ପ୍ରକ୍ରିୟାରେ ଦଳର ସଭାପତି ନବୀନ ପଟ୍ଟନାୟକ ମୋତେ ତାଙ୍କର ରାଜନୈତିକ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି । ଆଜିଠାରୁ କାର୍ଯ୍ୟଭାର ସମ୍ଭାଳିଛୁ । ମୋତେ ଯେଉଁ ନିଯୁକ୍ତି ମିଳିଛି, ତାହା ବିଜୁ ଜନତା ଦଳରେ ପ୍ରଥମ ଥର ଲାଗି ହୋଇଛି । ଦାୟିତ୍ବର ରୂପରେଖ ଆଗକୁ ସ୍ପଷ୍ଟ ହେବ । ସଭାପତିଙ୍କ ରାଜନୈତିକ କାର୍ଯ୍ୟକ୍ରମ, ଦଳୀୟ କାର୍ଯ୍ୟକ୍ରମକୁ ଆଗକୁ ନେବା ଲାଗି ଏହାର ଲକ୍ଷ୍ୟ । ବିରୋଧୀ ଦଳ ଭାବେ ଯେଉଁ କାର୍ଯ୍ୟକ୍ରମ ରହିଛି, ତାହାକୁ ଆଗକୁ ବଢେଇବା ଲାଗି ପଦକ୍ଷେପ ନେବୁ । ବିଜେଡି ସଭାପତିଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ମୋର ଲକ୍ଷ୍ୟ ।"

ବରିଷ୍ଠ ରାଜ୍ୟ ମିଡିଆ ସଂଯୋଜକ ପ୍ରତାପ ଜେନା କହିଛନ୍ତି, "ବିଜୁ ଜନତା ଦଳ ନୂଆ ରୂପରେଖ ନେବାକୁ ଯାଉଛି । ରଥଯାତ୍ରା ଭଳି ପବିତ୍ର ଦିନରେ ନବୀନ ପଟ୍ଟନାୟକ ଦଳର ରୂପରେଖକୁ ପରିବର୍ତ୍ତନ କରିଛନ୍ତି । ରାଜ୍ୟ ପଦାଧିକାରୀ କମିଟିକୁ ଭାଙ୍ଗିବା ସହ ନିଜର ରାଜନୈତିକ ସଚିବ, ଲୋକ ସମ୍ପର୍କ ଅଧିକାରୀ, ଦଳର ମୁଖପାତ୍ର, ଜାତୀୟ ମୁଖପାତ୍ରର ନୂଆ ଟିମ ଘୋଷଣା କରାଯାଇଛି । ଏହାସହ ଅନ୍ୟ କମିଟି ଗୁଡିକୁ ଖୁବଶୀଘ୍ର ମଧ୍ୟ ଘୋଷଣା କରାଯିବ । ଏହି କମିଟି ମାଧ୍ୟମରେ ବିଜେଡିକୁ ଆହୁରି ଅଧିକ ଚଳଚଞ୍ଚଳ କରାଯିବ । ଓଡ଼ିଶାର ସ୍ବାର୍ଥ ପାଇଁ ଯେଉଁ ଲଢେଇ ଲଢ଼ିଥିଲୁ ଏବଂ ବିକାଶ ଉନ୍ନତି ଯେଉଁ କାମ କରିଥିଲୁ ସେ କାମ ଆମେ ଜାରି ରଖିବୁ । ଯେଉଁଠି ଲୋକଙ୍କ ସ୍ବାର୍ଥରେ ହାନି ଆସିବ ଆବଶ୍ୟକ ପଡ଼ିଲେ ପ୍ରତିବାଦର ସ୍ବର ଉତ୍ତୋଳନ କରିବୁ । ଦୀର୍ଘ ଦିନ ଧରି କମିଟି ଥିଲା, ବର୍ତ୍ତମାନ ନୂଆ ରୂପରେଖ ସହ ବିଜେଡିକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଏହି ପରିବର୍ତ୍ତନ କରାଯାଇଛି ।"

ଏହା ମଧ୍ୟ ପଢ଼ନ୍ତୁ...ନବୀନଙ୍କୁ ହରାଇ ଦିଆଯାଇଛି, ଢୋଲ ଭିତରେ ମୂଷା ଥିଲେ: ସମ୍ବିତ - Sambit Routray Reaction On Election

ସେହିପରି ଗଣମାଧ୍ୟମ ସଂଯୋଜକ ଲେନିନ ମହାନ୍ତି କହିଛନ୍ତି, "ନବୀନ ପଟ୍ଟନାୟକଙ୍କୁ ସମସ୍ତେ ସମ୍ମାନ ଦିଅନ୍ତି ଓ ଭଲ ପାଆନ୍ତି । ତାଙ୍କ କାର୍ଯ୍ୟକୁ ସମସ୍ତେ ତାରିଫ କରନ୍ତି । ବିରୋଧୀ ଦଳ ଭାବେ ଆମେ ନୂତନ ଭୂମିକାରେ ଆସିଛୁ । ଏହି ଭୂମିକାକୁ ଅତି ଭଲ ଭାବେ ତୁଲାଇବାକୁ ଆମେ ଚେଷ୍ଟା କରିବୁ । ଗଣମାଧ୍ୟମର ସହଯୋଗ ଓ ସହାୟତା କାମନା କରୁଛୁ ।" ଅନ୍ୟତମ ଗଣମାଧ୍ୟମ ସଂଯୋଜକ ପ୍ରିୟବ୍ରତ ମାଝୀ ମଧ୍ୟ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.