ETV Bharat / politics

ମୁଖ୍ୟମନ୍ତ୍ରୀ ଭିଡ଼ିଓରେ ଅଛନ୍ତି, ତାଙ୍କ ରିମୋର୍ଟ ଅଣଓଡ଼ିଶା ଗୁମାସ୍ତାଙ୍କ ପାଖରେ ପହଞ୍ଚିଲାଣି: ଧର୍ମେନ୍ଦ୍ର - Dharmendra Targets BJD - DHARMENDRA TARGETS BJD

Dharmendra Election Campaign In Satkosia: ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳରେ ନିର୍ବାଚନ ପ୍ରଚାର ବେଳେ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ନିଶାନା । ଅଧିକ ପଢ଼ନ୍ତୁ

ମୁଖ୍ୟମନ୍ତ୍ରୀ ଭିଡ଼ିଓରେ ଅଛନ୍ତି, ତାଙ୍କ ରିମୋର୍ଟ ଅଣଓଡ଼ିଶା ଗୁମାସ୍ତାଙ୍କ ପାଖରେ ପହଞ୍ଚିଲାଣି:

author img

By ETV Bharat Odisha Team

Published : Apr 27, 2024, 9:45 PM IST

ମୁଖ୍ୟମନ୍ତ୍ରୀ ଭିଡ଼ିଓରେ ଅଛନ୍ତି, ତାଙ୍କ ରିମୋର୍ଟ ଅଣଓଡ଼ିଶା ଗୁମାସ୍ତାଙ୍କ ପାଖରେ ପହଞ୍ଚିଲାଣି:

ଅନୁଗୋଳ: ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ପ୍ରଚାରକୁ ଜୋରଦାର କରିଛନ୍ତି ସମ୍ବଲପୁର ଲୋକସଭା ଆସନ ବିଜେପି ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ଧର୍ମେନ୍ଦ୍ର ପ୍ରଚାରକୁ ଯେତେଯେତେ ଜୋରଦାର କରୁଛନ୍ତି, ରାଜ୍ୟ ସରକାରଙ୍କୁ ସେତେସେତେ ନିଶାନା କରୁଛନ୍ତି । ପ୍ରତି ପ୍ରଚାରରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରୁଥିବା ବେଳେ ଆଜି ମଧ୍ୟ ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳରେ ଆୟୋଜିତ ରୋଡ଼ ସୋ ଏବଂ ନିର୍ବାଚନୀ ସଭାରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକରାଙ୍କୁ ଟାର୍ଗେଟ କରି କହିଛନ୍ତି, " ଓଡ଼ିଶାରେ ଅନେକ ପ୍ରସଙ୍ଗ ଅଛି । ଏଠାରେ ସରକାର ବୋଲି କିଛି ବ୍ୟବସ୍ଥା ନାହିଁ । ମୁଖ୍ୟମନ୍ତ୍ରୀ କହୁଛନ୍ତି ବିରୋଧି ବିକାଶକୁ ସହି ପାରୁନାହାନ୍ତି । ଓଡ଼ିଶାର ଗାଁରେ ପିଇବା ପାଣି ନାହିଁ । ଚାଷ ଜମିରେ ପାଣି ନାହିଁ । ଡାକ୍ତରଖାନାରେ ଡାକ୍ତର ନାହାନ୍ତି । ସ୍କୁଲ ଗୁଡିକରେ ଶିକ୍ଷକ ନାହାନ୍ତି । ପିଲାମାନେ ଅଧାରୁ ପାଠପଢା ଛାଡୁଛନ୍ତି । ଗାଁରେ ଗାଁରେ କାମ ଧନ୍ଦା ଆଶାରେ ଲୋକମାନେ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ଓଡ଼ିଶାରେ ୬୦ ପ୍ରତିଶତ ମହିଳା ରକ୍ତହୀନତା ଏବଂ ଶିଶୁମାନେ ଅପପୁଷ୍ଟିର ଶୀକାର । ଏହାକୁ ମୁଖ୍ୟମନ୍ତ୍ରୀ ବିକାଶ କହୁଛନ୍ତି କି ?"

ଏହାସହ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଟାର୍ଗେଟ କରି ଧର୍ମେନ୍ଦ୍ର କହିଛନ୍ତି, "ମୁଖ୍ୟମନ୍ତ୍ରୀ ମହାସହ ଭିଡ଼ିଓରେ ଅଛନ୍ତି । ତାଙ୍କର ରିମୋର୍ଟ ଅଣଓଡ଼ିଶା ଗୁମାସ୍ତାଙ୍କ ପାଖରେ ପହଞ୍ଚିଲାଣି । ଏହା ଓଡ଼ିଆ ଅସ୍ମିତାର ପ୍ରଶ୍ନ । ଓଡ଼ିଶା କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ । ଏହା ଗଣତନ୍ତ୍ର । ଲୋକ ଯାହାକୁ ଚାହିଁବେ ସେ ଜିତିବ । ଏଠି ଓଡ଼ିଆ ଲୋକଙ୍କ କର ଓ ଖଞ୍ଜଣାରେ କିଛି ସରକାରୀ ବାବୁ ଦରମା ନେଇ ଓଡ଼ିଶାକୁ କବ୍ଜା କରିବାକୁ ଯେଉଁ ଚେଷ୍ଟା କରୁଛନ୍ତି ତାହା ବିରୁଦ୍ଧରେ ଲଢେଇ ହେବ । ନରେନ୍ଦ୍ର ମୋଦିଙ୍କ ସହ ଓଡ଼ିଶାବାସୀ ଛିଡା ହେବେ । ଓଡ଼ିଶାର ବିକାଶ ପାଇଁ ଓ ଭାରତକୁ ଆଗକୁ ନେବାପାଇଁ ମୋଦିଙ୍କ ଜୟ ଜୟକାର ହେବ।"

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟରେ ବିଜେପି ସରକାର ଆସିଲେ ମୋଦିଙ୍କ ପ୍ରଣାଳୀରେ ଓଡ଼ିଶାର ବିକାଶ ହେବ: ଧର୍ମେନ୍ଦ୍ର - Chhendipada Assembly Constituency

ତେବେ ଆଜି ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରୋଡ଼ ସୋ ଏବଂ ନିର୍ବାଚନୀ ସଭା କରିଛନ୍ତି । ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତୁଳିଆ ଠାରେ ମଧ୍ୟ ବ୍ୟାପକ ପ୍ରଚାର କରିଛନ୍ତି । ଅନ୍ତୁଳିଆ ଛକରେ ସେ ପହଞ୍ଚିବା ପରେ ହଜାର ହଜାର ସଂଖ୍ୟାରେ କର୍ମୀ ଓ ସମର୍ଥକ ତାଙ୍କୁ ସ୍ବାଗତ କରିଥିଲେ । ସେଠାରୁ ରୋଡ଼ ସୋ କରି ସଭାସ୍ଥଳ ପର୍ଯ୍ୟନ୍ତ ଯାଇଥିଲେ । ତାଙ୍କ ସହ ଆଠମଲ୍ଲିକ ବିଧାୟକ ପ୍ରାର୍ଥୀ ସଂଜୀବ ସାହୁ, ବିଜେଡି ଛାଡି ବିଜେପିରେ ମିଶି ଥିବା ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ସମେତ ବହୁ ଦଳୀୟ ନେତା ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.