ETV Bharat / politics

ବିଧାନସଭା ନିର୍ବାଚନ; ସୂରଜ-ସଞ୍ଜୟଙ୍କ ମଧ୍ୟରେ କଡା ଟକ୍କର, କାହାର ହେବ ଧାମନଗର ? - Dhamnagar Assembly constituency

author img

By ETV Bharat Odisha Team

Published : Apr 9, 2024, 3:59 PM IST

Dhamnagar Assembly constituency: ବିଧାନସଭା ନିର୍ବାଚନରେ ଚଳିତ ଥର ଧାମନଗରରେ କଡା ଫାଇଟ ହେବ । ନବାଗତଙ୍କୁ ଭରସା କରି ବିଜେପିକୁ ହଟାଇ ବିଜେଡି ଏହି ନିର୍ବାଚନ ମଣ୍ଡଳୀ ଦଖଲ କରିବ ନା ବିଜେଡିର ଋଣନୀତିକୁ ମାତ୍ ଦେଇ ବିଜେପି 2019 ଏବଂ 2022 ନିର୍ବାଚନ ପରି ପୁଣି ବାଜିମାତ୍ କରିବ? ପଢନ୍ତୁ ପୁରା ଖବର

Dhamnagar Assembly constituency
Dhamnagar Assembly constituency

ଭଦ୍ରକ: ପାଖେଇ ଆସୁଛି ନିର୍ବାଚନ । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରାର୍ଥୀମାନ କସରତ ଆରମ୍ଭ କରିଥିବା ବେଳେ କିଏ ମାରିବ ବାଜି ତାକୁ ନେଇ ଆରମ୍ଭ ହୋଇଯାଇଛି ତର୍କବିତର୍କ । ତେବେ ଚଳିତ ଥର ଧାମନଗରରେ ସଞ୍ଜୟ ଏବଂ ସୂରଜଙ୍କ ମଧ୍ୟରେ କଡା ପ୍ରତିଦ୍ୱନ୍ଦିତା ହେବ । ନବାଗତଙ୍କୁ ଭରସା କରି ବିଜେପିକୁ ହଟାଇ ବିଜେଡି ଏହି ନିର୍ବାଚନ ମଣ୍ଡଳୀ ଦଖଲ କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ଚର୍ଚ୍ଚା ହେଉଛି। ତେଣୁ ବିଜେଡି ଫୋକସରେ ଏଥର ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀ ଥିବା କୁହାଯାଉଛି।

ବିଜେପିର ରିପିଟ ନା ଆଉଟ୍: ଭଦ୍ରକ ଜିଲ୍ଲା ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀ ଆରକ୍ଷଣ ହେବା ପରେ ହେବା ପରେ ଲଗାତର 2009 ଏବଂ 2014 ନିର୍ବାଚନରେ ବିଜେଡି ଦଖଲରେ ଥିଲା। ହେଲେ 2019 ସାଧାରଣ ନିର୍ବାଚନ ଏବଂ 2022 ଉପ ନିର୍ବାଚନରେ ବିଜେଡି ହାତରୁ ଛଡାଇ ନେଇଥିଲା ବିଜେପି । ତେଣୁ ଏହି 2024 ସାଧାରଣ ନିର୍ବାଚନରେ ବିଜେଡି ପୁନର୍ବାର ବିଜୟ ଧାରାକୁ ଫେରିବାକୁ ରଣ କୌଶଳ ଆରମ୍ଭ କରିଛି ବୋଲି ଚର୍ଚ୍ଚା ଜୋର ଧରିଛି।

2009 ଧାମନଗର ବିଧାନସଭା ନିର୍ବାଚନ : ଧାମନଗର ବ୍ଲକର 31 ଟି ପଞ୍ଚାୟତ ଏବଂ ଧାମନଗର ଏନଏସିର 11 ଟି ୱାର୍ଡ ସମେତ ତିହିଡି ବ୍ଲକର 13 ଟି ପଞ୍ଚାୟତକୁ ଗଠିତ ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀ। ଏହି ଧାମନଗର ନିର୍ବାଚନ ମଣ୍ଡଳୀ ଆରକ୍ଷଣ ହେବା ପରେ 2009 ସାଧାରଣ ନିର୍ବାଚନ ରେ ବିଜେଡିର ରାଜେନ୍ଦ୍ର କୁମାର ଦାସ 4944 ଖଣ୍ଡ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଥିଲେ। ରାଜେନ୍ଦ୍ର 48424 ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ବିଷ୍ଣୁ ଚରଣ ସେଠୀ 43480 ଖଣ୍ଡ ଭୋଟ ପାଇଥିଲେ। ଅନ୍ୟ ପକ୍ଷରେ କଂଗ୍ରେସ ପ୍ରାର୍ଥୀ ନେତ୍ରାନନ୍ଦ ମଲ୍ଲିକ 29844 ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇ ଥିଲେ । ରାଜେନ୍ଦ୍ର ବିଜେଡି ବିଧାୟକ ହୋଇଥିଲେ ହେଁ ସାଙ୍ଗଠନିକ କାର୍ଯ୍ୟକୁ ନେଇ ବିବାଦ ଆରମ୍ଭ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: ୨୦୨୪ରେ ରିପିଟ୍ ହୋଇପାରେ ଧାମନଗର ବିଦ୍ରୋହ ଏପିସୋଡ଼: ଚିନ୍ତାରେ ବିଜେଡି ଥିଙ୍କଟ୍ୟାଙ୍କ !

2014 ନିର୍ବାଚନ: ତେବେ 2014 ନିର୍ବାଚନରେ ବାସୁଦେବପୁର ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ଅନୁଗତ କୁହାଯାଉଥିବା ମୁକ୍ତିକାନ୍ତ ମଣ୍ଡଳଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା। ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନବାଗତ ଥିବା ମୁକ୍ତିଙ୍କୁ ନେଇ ଦଳ ମଧ୍ୟରେ କିଛିଟା ଅସନ୍ତୁଷ୍ଟ ପରିଲକ୍ଷିତ ହୋଇଥିଲା। କିନ୍ତୁ ହାର୍ ନମାନି ସେ ନିର୍ବାଚନ ଲଢିଥିଲେ । ଅପରପକ୍ଷେ ବିଜେପି ପକ୍ଷରୁ ବିଷ୍ଣୁଙ୍କୁ ହିଁ ଟିକେଟ ମିଳିଥିଲା । 2014 ସାଧାରଣ ନିର୍ବାଚନରେ ମୁକ୍ତିକାନ୍ତ ମଣ୍ଡଳ 71538 ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ବିଷ୍ଣୁ ଚରଣ ସେଠୀ 62346 ଖଣ୍ଡ ଭୋଟ ପାଇଥିଲେ। ଅନ୍ୟ ପକ୍ଷରେ କଂଗ୍ରେସ ପ୍ରାର୍ଥୀ ହୃଦାନନ୍ଦ ସେଠୀ 12046 ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ।

2019 ନିର୍ବାଚନ: କୌଣସି କାରଣରୁ ବିଜେଡି ମୁକ୍ତିକାନ୍ତ ମଣ୍ଡଳଙ୍କୁ କେଉଁଠି ବି ପ୍ରାର୍ଥୀ ନକରି, ମୁକ୍ତିଙ୍କ ପତ୍ନୀ ମଞ୍ଜୁଲତା ମଣ୍ଡଳଙ୍କୁ ଭଦ୍ରକ ସାଂସଦ ପ୍ରାର୍ଥୀ ଭାବେ ମନୋନୀତ କରିଥିଲା। ଯାହାକି ମଞ୍ଜୁଲତା ମଧ୍ୟ ବିଜୟ ହୋଇ ଭଦ୍ରକ ସଂସଦୀୟ କ୍ଷେତ୍ରରେ ପ୍ରଥମ ମହିଳା ଭାବେ ସାଂସଦ ନିର୍ବାଚିତ ହୋଇଥିଲେ। ଅନ୍ୟ ପକ୍ଷରେ ପୁନର୍ବାର 2019 ନିର୍ବାଚନରେ ରାଜେନ୍ଦ୍ର କୁମାର ଦାସଙ୍କୁ ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ମନୋନୀତ କରିଥିଲା। ତେବେ 2019 ନିର୍ବାଚନରେ ଦଳୀୟ ଗୋଷ୍ଠୀ କନ୍ଦଳ ଯୋଗୁ ଶାସକ ବିଜେଡିକୁ ଏହି ଆସନ ହାତଛଡ଼ା କରିବାକୁ ପଡ଼ିଥିଲା। 2009 ଏବଂ 2014 ନିର୍ବାଚନ ରେ କ୍ରମାଗତ ଭାବେ ପରାଜିତ ହେଉଥିବା ବିଜେପି ର ବିଷ୍ଣୁ ଚରଣ ସେଠୀ ଶେଷରେ 4625 ଖଣ୍ଡ ଭୋଟ ବ୍ୟବଧାନ ରେ ବିଜୟ ହାସଲ କରିଥିଲେ। ପ୍ରକାଶ ଥାଉକି ଏହି ନିର୍ବାଚନ ରେ ବିଷ୍ଣୁ 80111 ଖଣ୍ଡ ଭୋଟ ପାଇଥିବା ବେଳେ ରାଜେନ୍ଦ୍ର 75486 ଖଣ୍ଡ ଭୋଟ ପାଇଥିଲେ। ଅନ୍ୟ ପକ୍ଷରେ କଂଗ୍ରେସ ପ୍ରାର୍ଥୀ ବିଦ୍ୟାଧର ଜେନା 7303 ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇ ଥିଲେ। ଯାହାକି ଗୋଷ୍ଠୀ ବିବାଦ ସହ ଟଣା ଓଟରା ମଧ୍ୟରେ ପ୍ରତିପକ୍ଷ ବିଜେପି ପାଇଁ 2019 ନିର୍ବାଚନ ସୁଯୋଗ ଆଣି ଦେଇଥିଲା। ସେବେଠାରୁ ଦଳୀୟ ନେତୃତ୍ବକୁ ନେଇ ଧାମନଗର ବିଜେଡି ମଧ୍ୟରେ ବିବାଦ ଲାଗି ରହିଛି।

2022 ଉପନିର୍ବାଚନ: ତେବେ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ହୋଇଥ‌ିବା 2022 ଉପନିର୍ବାଚନରେ ତ୍ରୁଟିପୂର୍ଣ୍ଣ ପ୍ରାର୍ଥୀ ଚୟନ ଯୋଗୁଁ ହେଉ ଅଥବା ଦଳୀୟ ନେତାଙ୍କ ମଧ୍ୟରେ ତୀବ୍ର ଗୋଷ୍ଠୀକନ୍ଦଳ ଯୋଗୁଁ ହେଉ ବିଜେଡିକୁ ପୁଣି ଏହି ଆସନ ହାତଛଡ଼ା କରିବାକୁ ପଡ଼ିଥିଲା। ରାଜେନ୍ଦ୍ର କୁମାର ଦାସଙ୍କୁ ବିଜେଡି ଟିକେଟ ନମିଳିବାରୁ ସେ ସ୍ଵାଧୀନ ଭାବେ ପ୍ରତିଦ୍ୱନ୍ଦିତା କରି 8153 ଖଣ୍ଡ ଭୋଟ ପାଇଥିଲେ। ସ୍ଵର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି 9881 ଖଣ୍ଡ ଭୋଟ ବ୍ୟବଧାନ ରେ ବିଜୟ ହାସଲ କରିଥିଲେ। ପ୍ରକାଶ ଥାଉକି ଏହି ନିର୍ବାଚନ ରେ ସୂର୍ଯ୍ୟବଂଶୀ ସୂରଜ 80351 ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ 70470 ଖଣ୍ଡ ଭୋଟ ପାଇଥିଲେ। ଅନ୍ୟ ପକ୍ଷରେ ରାଜେନ୍ଦ୍ର ଦାସ 8153 ଖଣ୍ଡ ଭୋଟ ପାଇଥିଲେ। କଂଗ୍ରେସ ପ୍ରାର୍ଥୀ ହରେକୃଷ୍ଣ ସେଠି ମାତ୍ର 3533 ଖଣ୍ଡ ଭୋଟ ପାଇ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ।

2024 ନିର୍ବାଚନ କାହା ସପକ୍ଷରେ ଯିବ: ଏପରି ସ୍ଥଳେ ଚଳିତ ନିର୍ବାଚନରେ ବିଜେଡି ଫୋକସ ଏଥର ଭଦ୍ରକ ଜିଲ୍ଲାର ଧାମନଗର ନିର୍ବାଚନ ମଣ୍ଡଳୀ। କାରଣ ଗତ 5 ବର୍ଷ ମଧ୍ୟରେ ଦୁଇ ଦୁଇଟି ନିର୍ବାଚନ ହାରିବା ପରେ ଦଳ ପରାଜୟର କାରଣ ଖୋଜୁଛି । ସବୁଠାରୁ ବଡ଼ କଥା ହେଲା 2019ରେ ପରାଜୟ ବ୍ୟବଧାନ ଉପ ନିର୍ବାଚନ ପରାଜୟ ବ୍ୟବଧାନକୁ ବଳି ପଡ଼ିଥିଲା। 2019 ନିର୍ବାଚନରେ ପରାଜୟ ବ୍ୟବଧାନ ମାତ୍ର 4625 ରହିଥ‌ିବା ବେଳେ ଉପ ନିର୍ବାଚନରେ ପରାଜୟ ବ୍ୟବଧାନ 9881 ରହିଥିଲା। ତେଣୁ 2024 ନିର୍ବାଚନରେ ବିଜେଡି ପୁଣି ବିଜୟ ଧାରାକୁ ଫେରିବାକୁ ରଣ କୌଶଳ ଆରମ୍ଭ କରିଛି। ଦଳ ନବାଗତ ତଥା ଯୁବ ଚେହେରା ଡାକ୍ତର ସଞ୍ଜୟ ଦାସଙ୍କୁ ନିର୍ବାଚନ ମଇଦାନରେ ଓହ୍ଲାଇଥିବା ବେଳେ ବିଜେପି ପକ୍ଷରୁ 2022 ଉପ ନିର୍ବାଚନରେ ବାଜିମାତ୍ କରିଥିବା ବିଷ୍ଣୁ ସେଠୀଙ୍କ ପୁଅ ତଥା ବିଜେପି ର ଯୁବ ଚେହେରା ସୂର୍ଯ୍ୟବଂଶୀ ସୂରଜଙ୍କୁ ଟିକେଟ ଦେଇଛି। ଏହି ପରିପ୍ରେକ୍ଷୀରେ ଦେଖିବାକୁ ବାକି ରହିଲା, ନବାଗତଙ୍କୁ ଭରସା କରି ବିଜେପିକୁ ହଟାଇ ବିଜେଡି ଏହି ନିର୍ବାଚନ ମଣ୍ଡଳୀ ଦଖଲ କରିବ ନା, ବିଜେଡିର ରଣନୀତିକୁ ମାତ୍ ଦେଇ ବିଜେପି 2019 ଏବଂ 2022 ନିର୍ବାଚନ ପରି ପୁଣି ବାଜିମାତ୍ କରିବ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.