ETV Bharat / politics

ବାତ୍ୟାରେ ଜିରୋ କାଜୁଆଲିଟି ବଜାୟ ପାଇଁ ମୋହନ ମାଝୀଙ୍କ କୃତଜ୍ଞତା, ‘ପ୍ରଭୁ ଜଗନ୍ନାଥଙ୍କ କୃପାରୁ ବିପତ୍ତି ହଟିଗଲା’

ବାତ୍ୟା ‘ଦାନା’ ଚାଲିଯାଇଛି । ବାତ୍ୟାରେ ଜିରୋ କାଜୁଆଲିଟି ବଜାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ କୃତଜ୍ଞତା । ମନ୍ତ୍ରିପରିଷଦ, ସାଂସଦ, ବିଧାୟକ, ପ୍ରଶାସନିକ ଅଧିକାରୀଙ୍କୁ ପ୍ରଶଂସା ।

CM Mohan Majhi Expresses Gratitude
CM Mohan Majhi Expresses Gratitude (ETV Bharat Odisha)
author img

By ETV Bharat Odisha Team

Published : 2 hours ago

ଭୁବନେଶ୍ୱର: ଜନସାଧାରଣ ଓ ବାତ୍ୟା ସମୟରେ କାର୍ଯ୍ୟରେ ନିୟୋଜିତ ଅଧିକାରୀ ଓ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଧନ୍ୟବାଦ ଜଣାଇଛନ୍ତି । ଏ ସରକାର ଆପଣଙ୍କର । ଆପଣଙ୍କ ସେବା ଓ ସ‌ହଯୋଗ କରିବା ଆମର ନୈତିକ କର୍ତ୍ତବ୍ୟ ଓ ଦାୟିତ୍ଵ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସରକାର ଆପଣମାନଙ୍କ ସହିତ ସବୁବେଳେ ସବୁ ସମୟରେ ଦୃଢ ଭାବେ ଛିଡା ହୋଇଛନ୍ତି, ହୋଇଥିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, "ପ୍ରଭୁ ଜଗନ୍ନାଥଙ୍କ ଅପାର କରୁଣାରୁ ଆମ ରାଜ୍ୟ ଉପରୁ ଏତେ ବଡ ବିପତ୍ତି ହଟିଗଲା । ବାତ୍ୟା 'ଦାନା' ଏବଂ ଏହାର ପ୍ରଭାବରୁ କୌଣସି ମୃତାହତ ହୋଇନାହିଁ । ସରକାରଙ୍କ ଜିରୋ କାଜୁଆଲଟି ନୀତିକୁ ସଫଳତାର ସହିତ କାର୍ଯ୍ୟକାରୀ ହୋଇଛି । ମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟ, ସଦସ୍ୟା, ସାଂସଦ, ବିଧାୟକ, ବିଧାୟିକା ତଥା ପ୍ରଶାସନିକ ଅଧିକାରୀ, ସରକାରୀ କର୍ମଚାରୀ ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନଙ୍କୁ ମୁଁ ଆନ୍ତରିକତାର ସହିତ ଧନ୍ୟବାଦ ଜ୍ଞାପନ କରୁଛି ।"

CM Mohan Majhi Expresses Gratitude (ETV Bharat Odisha)

ଏହା ବି ପଢନ୍ତୁ- ବାତ୍ୟା ପରବର୍ତ୍ତୀ ସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ହେବାକୁ ଆହୁରି 24 ଘଣ୍ଟା: ମୁଖ୍ୟମନ୍ତ୍ରୀ

ଏହା ବି ପଢନ୍ତୁ- ଆଶା ଦିଦି ଶିବାନୀଙ୍କ ସହ କଥାହେଲେ ମୋହନ ମାଝୀ; ଭଲ କାମ ପାଇଁ ପ୍ରଶଂସା କଲେ, ମିଳିବ ଘର

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଲୋକଙ୍କୁ ସୁରକ୍ଷିତ କରି ସେମାନଙ୍କୁ ଆବଶ୍ୟକୀୟ, ସେବା ପ୍ରଦାନ କରିବା ପାଇଁ, ସମସ୍ତେ ଦିନ ରାତି ଏକ କରିଦେଇଥିଲେ । ବାତ୍ୟା ପରବର୍ତ୍ତୀ ଥଇଥାନ, ଏବଂ କ୍ଷୟକ୍ଷତିର ଆକଳନ କରି, ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ, ସମ୍ପୃକ୍ତ ବିଭାଗ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ଏ ସରକାର ଜନସାଧାରଣଙ୍କର ଆପଣଙ୍କ ସେବା ଓ ସ‌ହଯୋଗ କରିବା, ଆମର ନୈତିକ କର୍ତ୍ତବ୍ୟ ଓ ଦାୟିତ୍ଵ । ଶାନ୍ତି ଶୃଙ୍ଖଳା, ଏବଂ ଧୈର୍ଯ୍ୟର ସହିତ, ବାତ୍ୟାକୁ ସଫଳତାର ସହିତ ମୁକାବିଲା କରି, ସରକାରଙ୍କ ନିୟମାବଳୀକୁ ମାନି ନିଜ ଏବଂ ନିଜ ପରିବାରର ସୁରକ୍ଷା କରିଥିବାରୁ ଆପଣମାନେ ସମସ୍ତେ ପ୍ରଶଂସାର ପାତ୍ର ।"

‘୩ ଜିଲ୍ଲା ବେଶୀ ପ୍ରଭାବିତ’-

  • ବାତ୍ୟା କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସୂଚନା
  • କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ବେଶୀ ପ୍ରଭାବିତ ହୋଇଛି
  • ବିଦ୍ୟୁତ ସଂଯୋଗ ସ୍ବାଭାବିକ ହେଉଛି, କାଲି ସୁଦ୍ଧା ସରିଯିବ
  • ବାତ୍ୟା ଆଶ୍ରୟସ୍ଥଳକୁ ଆସିଥିଲେ ୮ ଲକ୍ଷ ୯ ହଜାର ୫୧୩ ଜଣ
  • ଏଥିପାଇଁ ଜିରୋ କାଜୁଆଲିଟି ସମ୍ଭବ ହେଲା କହିଲେ ମୁଖ୍ୟମନ୍ତ୍ରୀ
  • ବାତ୍ୟା ପାଇଁ ପ୍ରାୟ ୨ ଲକ୍ଷ ଏକର ଜମିରେ ଫସଲ ନଷ୍ଟ ହୋଇଛି

ଏହା ବି ପଢନ୍ତୁ- SRC କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା; କାଲି ଦିନ 11ଟା ସୁଦ୍ଧା 90% ସ୍ଥାନାନ୍ତର କହିଲେ ମୋହନ ମାଝୀ

ମୁଖ୍ୟମନ୍ତ୍ରୀ ସମଗ୍ର ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଇଛି । ସରକାର ଜନସାଧାରଣଙ୍କ ସହିତ ସବୁବେଳେ ସବୁ ସମୟରେ ଦୃଢ ଭାବେ ଛିଡା ହୋଇଛନ୍ତି, ହୋଇଥିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ-

ପ୍ରାଥମିକ ଆକଳନ ରିପୋର୍ଟ ଅନୁଯାୟୀ ରାଜ୍ୟରେ 79 ହଜାର 671 ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି । 1ଲକ୍ଷ 99 ହଜାର 177 ଏକର ଜମିରେ ଚାଷ କ୍ଷତିଗସ୍ତ ହୋଇଛି। କେନ୍ଦ୍ରାପଡ଼ାରେ 23 ହଜାର ହେକ୍ଟର ଜମି କ୍ଷତି ହୋଇଛି । ସର୍ବାଧିକ ରାଜ କନିକା, ଆଳି, ମହାକାଳପଡ଼ା କ୍ଷତିଗ୍ରସ୍ତ ହୋଇଛି। ଭଦ୍ରକରେ 24 ହଜାର 115 ହେକ୍ଟର ଜମି କ୍ଷତି ହୋଇଛି। ବାସୁଦେବପୁର, ଚାନ୍ଦବାଲି, ଭଣ୍ଡାରି ଭୋଖରି, ଧାମନଗରରେ କ୍ଷତି ହୋଇଛି । ବାଲେଶ୍ୱରରେ 3140 ହେକ୍ଟର ଜମି କ୍ଷତି ହୋଇଛି । ସେହିପରି ମୟୂରଭଞ୍ଜରେ ମୋଟ 2381 ହେକ୍ଟର ଚାଷ ଜମି କ୍ଷୟକ୍ଷତି ହୋଇଛି । ଯାଜପୁରରେ 2709, ଜଗତସିଂହପୁର ରେ 2498 ହେକ୍ଟର ଜମି କ୍ଷୟ କ୍ଷତି ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.