ETV Bharat / politics

ରେଭେନ୍ସା ନାଁ ପରିବର୍ତ୍ତନ ମନ୍ତବ୍ୟକୁ ନେଇ ତେଜିଲା ରାଜନୀତି, ଶାସକ ବିରୋଧୀ ମୁହାଁମୁହିଁ - CONTROVERSY OVER RAVENSHAW NAME

author img

By ETV Bharat Odisha Team

Published : Sep 1, 2024, 9:00 PM IST

Ravenshaw Name Controversy:ରେଭେନ୍ସା ବିଶ୍ଵବିଦ୍ୟାଳୟର ନାମ ପରିବର୍ତ୍ତନ ମନ୍ତବ୍ୟକୁ ନେଇ ବଢୁଛି ବିରୋଧ । ସରକାରଙ୍କୁ ଘେରିଲେ ବିରୋଧୀ । ସେପଟେ ବିଶ୍ଵବିଦ୍ୟାଳୟ ପରିସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୁଶପୁତ୍ତଳିକା ଦାହ । ଅଧିକ ପଢନ୍ତୁ

CONTROVERSY OVER RAVENSHAW NAME
CONTROVERSY OVER RAVENSHAW NAME (ETV Bharat Odisha)

ଭୁବନେଶ୍ବର/କଟକ: ରେଭେନ୍ସା ବିଶ୍ଵବିଦ୍ୟାଳୟର ନାମ ପରିବର୍ତ୍ତନ ମନ୍ତବ୍ୟକୁ ନେଇ ତେଜିଲା ରାଜନୀତି । ତିନି ଦଳର ରାଜନୈତିକ ବୟାନ ବାଜି ଆରମ୍ଭ ହୋଇଯାଇଛି । ଗତକାଲି ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ପ୍ରସଙ୍ଗ ଉଠାଇ ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଥିଲେ,"ରେଭେନ୍ସା ସାହେବଙ୍କ ପାଇଁ ନଅଙ୍କ ଦୁର୍ଭିକ୍ଷ ପଡିଥିଲା । ଯାହା ଫଳରେ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ହେଇଥିଲା । ତାଙ୍କ ନାଁରେ ବିଶ୍ୱବିଦ୍ୟାଳୟର ନାମକରଣ ହେବା ଅନୁଚିତ । ଏହାକୁ ପରିବର୍ତ୍ତନ କରିବା ଦରକାର । ଏହା ମୋର ବ୍ୟକ୍ତିଗତ । ଯାହାକୁ ନେଇ ଆଜି ବିଜେପିକୁ ଟାର୍ଗେଟ କରିଛନ୍ତି ବିଜେଡି ଏବଂ କଂଗ୍ରେସ ।

ଧର୍ମେନ୍ଦ୍ରଙ୍କୁ ବିଜେଡିର ଟାର୍ଗେଟ୍:
ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି,"ରେଭେନ୍ସା ଏକ ସାଧାରଣ ଅନୁଷ୍ଠାନ ନୁହେଁ । ଏହା ଏକ ବ୍ରାଣ୍ଡ । ଏହାକୁ ତିଆରି କରିବାକୁ ବହୁତ କଷ୍ଟ କରିବାକୁ ପଡିଛି । ବ୍ରାଣ୍ଡକୁ ନଷ୍ଟ କରିବାକୁ ଏ ସରକାର ଚେଷ୍ଟା ନ କରୁ । ଏହା ଉଚ୍ଚ ଶିକ୍ଷାର ବଡ଼ ଅନୁଷ୍ଠାନ । ନାଁ ବଦଳାଇ ସରକାର ନିଜର ହୀନ ମାନସିକତା ଦେଖାଉଛନ୍ତି । "

କ୍ଷମା ମାଗନ୍ତୁ ଧର୍ମେନ୍ଦ୍ର ବାବୁ:
ସେହିପରି ମୁଖପାତ୍ର ଲେଲିନ୍ ମହାନ୍ତି କହିଛନ୍ତି,"ମୁଁ ରେଭେନ୍ସାର ଛାତ୍ର ଥିଲି । ଏହା ଓଡ଼ିଶାର ଗର୍ବ ଓ ଗୌରବ । ଗତକାଲି କେନ୍ଦ୍ରମନ୍ତ୍ରୀ ଯେଉଁ କଥା କହିଲେ ତାହା ସମସ୍ତଙ୍କୁ ଆଚମ୍ବିତ କରିଛି । ଓଡ଼ିଶା ଅସ୍ମିତାର ଆଳ ଦେଖାଇ କେନ୍ଦ୍ରମନ୍ତ୍ରୀ ଏହା କହିବାକୁ ଚେଷ୍ଟା କରିଛନ୍ତି । ନଅଙ୍କ ଦୁର୍ଭିକ୍ଷର ଚିତ୍ର ମଧ୍ୟ କହିଲେ । ସେ ସମୟରେ ରେଭେନ୍ସା ପାଇଁ ଠିକ୍ ସମୟରେ ଶିକ୍ଷାର ପ୍ରସାର ପ୍ରସାର ହୋଇଥିଲା । ଆପଣ ଟିକେ ଇତିହାସ ପଢ଼ିଥାନ୍ତେ । ଧର୍ମେନ୍ଦ୍ର ବାବୁ ମଝିରେ ମଝିରେ ବିଳ ବିଳଇ ହେଉଛନ୍ତି । ଆପଣ ଶିକ୍ଷାମନ୍ତ୍ରୀ । ଶିକ୍ଷକ ଓ ଛାତ୍ରଙ୍କ ଉନ୍ନତି କଥା ଚିନ୍ତା କରିବା ଉଚିତ । ସେ ରେଭେନ୍ସାକୁ ରାଜନୀତି ଭିତରେ ପୁରାନ୍ତୁ ନାହିଁ । ଧର୍ମେନ୍ଦ୍ର ବାବୁଙ୍କ ବ୍ୟକ୍ତିଗତ ମତ ସମସ୍ତଙ୍କୁ ଚିନ୍ତିତ କରିଛି । ସେ ଓଡ଼ିଶାବାସୀଙ୍କୁ କ୍ଷମା ମାଗନ୍ତୁ ।"

ନରହନ୍ତା ବ୍ରିଟିଶ ଅଫିସରଙ୍କ ସପକ୍ଷରେ ଯୁକ୍ତି କରୁଛି ବିଜେଡ଼ି:

ଏହି ପ୍ରସଙ୍ଗରେ ବିଜେପି ମୁଖପାତ୍ର ଅନିଲ ବିଶ୍ଵାଳ କହିଛନ୍ତି,"ବିଜେଡ଼ି ଯେବେଠୁ ବିରୋଧୀ ଏବଂ କଂଗ୍ରେସ ତିନି ନମ୍ବର ଦଳ ହେବା ପରେ ସେମାନେ ପ୍ରସଙ୍ଗ ପାଉନାହାନ୍ତି । ପୂର୍ବରୁ ବିଜେଡ଼ି ଅଣ ଓଡ଼ିଶା ଅଫିସର ମାନଙ୍କ ପାଇଁ ଓକିଲାତି କରୁଥିଲା । ଆଉ ଏବେ ଜଣେ ନରହନ୍ତା ବ୍ରିଟିଶ ଅଫିସରଙ୍କ ସପକ୍ଷରେ ଯୁକ୍ତି କରୁଛି ବିଜେଡ଼ି । ବିଜେଡ଼ି ଏହି ପ୍ରସଙ୍ଗକୁ ନେଇ ରାଜନୀତି କରୁଛି । ବିଜେଡ଼ି ସବୁ ଅପ୍ରସଙ୍ଗକୁ ପ୍ରସଙ୍ଗ କରିବାକୁ ଚେଷ୍ଟା କରୁଛି । ରେଭେନ୍ସା ପ୍ରତି ନବୀନ ପଟ୍ଟନାୟକ ଅବହେଳା କରିଛନ୍ତି । ରେଭେନ୍ସା ବିଶ୍ଵବିଦ୍ୟାଳୟ ପାଇଁ ଇଞ୍ଚେ ହେଲେ ଜମି ଦେଇନାହାନ୍ତି ତତ୍କାଳୀନ ବିଜେଡ଼ି ସରକାର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣତାନ୍ତ୍ରିକ ଭାବେ ପ୍ରସ୍ତାବ ଦେଇଛନ୍ତି । ରେଭେନ୍ସା ନାମ ପରିବର୍ତ୍ତନ ପ୍ରସଙ୍ଗରେ ବିତର୍କ ହେବାର ଆବଶ୍ୟକତା ଅଛି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ । ବିଜେଡ଼ି ଭଳି ଜଣେ ବ୍ୟକ୍ତିଙ୍କ କଥାରେ ଚାଲେ ନାହିଁ ବିଜେପି ସରକାର । "

1866 ମସିହା ନଅଙ୍କ ଦୁର୍ଭିକ୍ଷ:

ସେ ଆହୁରି ମଧ୍ୟ କହିଛନ୍ତି,"ବିଜେଡ଼ି ସାମନ୍ତବାଦୀ ବ୍ୟବସ୍ଥାରୁ ବାହାରିବାକୁ ଚାହୁଁନାହିଁ । ଆଉ କେତେ ଦିନ ଏହି ସାମନ୍ତବାଦୀ ବ୍ୟବସ୍ଥାକୁ ନେଇ ବଞ୍ଚିବା । ରେଭେନ୍ସା ବିଶ୍ଵବିଦ୍ୟାଳୟ ସବୁ ଓଡିଆଙ୍କ ପାଇଁ ଗର୍ବର କଥା । ବିଜେଡ଼ି ଭାବୁଛି ରେଭେନ୍ସା ବିଶ୍ଵବିଦ୍ୟାଳୟ କଥା କହି ଲୋକଙ୍କୁ ଭୁଆଁ ବୁଲାଇବ । 1866 ମସିହା ନଅଙ୍କ ଦୁର୍ଭିକ୍ଷର ତଦନ୍ତ ରିପୋର୍ଟ କହୁଛି, ଥୋମାସ ଏଡିସନ୍ ରେଭେନ୍ସା ଓଡ଼ିଆମାନଙ୍କୁ ଉତ୍ସାହ ହୀନ ଏବଂ ଆଳସ୍ୟ ପରାୟଣ କହିଥିଲେ । ସେ ସମୟରେ ଓଡ଼ିଆ ମାନଙ୍କୁ ଅଳସୁଆ କହିବା ପାଇଁ ବାଲେଶ୍ବର ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କୁ ଉସୁକାଉଥଲେ ରେଭେନ୍ସା । ଏଥିପାଇଁ ଦୁର୍ଭିକ୍ଷ ହେଲା ବୋଲି କହିବାକୁ କହିଥିଲେ ରେଭେନ୍ସା । "

କ'ଣ କହିଲା କଂଗ୍ରେସ:

ସେପଟେ ରେଭେନ୍ସା ବିଶ୍ୱବିଦ୍ୟାଳୟ ନାମ ପରିବର୍ତନ ପ୍ରସଙ୍ଗରେ କଂଗ୍ରେସ ନେତା ସ୍ମୁତି ରଞ୍ଜନ ଲେଙ୍କା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି,"ବିଜେପି ସରକାର କେତେଦିନ ନାମ ଏବଂ ରଙ୍ଗ ପରିବର୍ତ୍ତନ କରି ବାହାସ୍ପୋଟ ମାରିବେ । JNU ନାମ ପରିବର୍ତ୍ତନ କରିବାକୁ ଚାହିଁଲେ ହେଲେ କରିପାରିଲେ ନାହିଁ । ସର୍ଦାର ବର୍ଲବଭାଇ ପଟେଲଙ୍କ ନାମ ପରିବର୍ତ୍ତନ କରି ନରେନ୍ଦ୍ର ମୋଦୀ ଷ୍ଟାଡିୟମ କଲେ । କିନ୍ତୁ ଓଡ଼ିଆ ଛାତ୍ରଛାତ୍ରୀଙ୍କ ଭାବାବେଗ ସହ ଖେଳ ଖେଳିଲେ ପରିସ୍ଥିତି ଭୟଙ୍କର ହେବ । କେନ୍ଦ୍ରମନ୍ତ୍ରୀ ରେଭେନ୍ସା ବିଶ୍ୱବିଦ୍ୟାଳୟ ବିତର୍କ ପାଇଁ ଆହ୍ୱାନ ଦେବା ଅପେକ୍ଷା 3 ମାସର ରାଜ୍ୟ ସରକାରଙ୍କ ଦିଶା, ନିଟ ପରୀକ୍ଷା ପତ୍ର ଲିକ,45 ବର୍ଷରେ ସର୍ବାଧିକ ବେରୋଜଗାର,
ଏବଂ ଦେଶ ସ୍ୱାଧୀନରେ ଆରଏସଏସ ର ଭୂମିକା ସମ୍ପର୍କରେ ବିତର୍କ କରିବାର ଆବଶ୍ୟକତା ରହିଛି । ଆଗାମୀ ଦିନରେ ଶିକ୍ଷିତ ଯୁବକ ଯୁବତୀମାନେ ବିଜେପି ସରକାରଙ୍କୁ ଉଚିତ ଜବାବ ଦେବେ । "

ଧର୍ମେନ୍ଦ୍ରଙ୍କ କୁଶ ପୁତ୍ତଳିକା ଦାହ:

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉକ୍ତି ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ବିରୋଧ ଆରମ୍ଭ ହୋଇଛି । ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ନେଇ ବିଭିନ୍ନ ଛାତ୍ର ସଙ୍ଘ ପକ୍ଷରୁ ବିରୋଧ କରାଯାଇଛି । ଏହା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶ ପୁତ୍ତଳିକା ମଧ୍ୟ ଦାହ କରିଛନ୍ତି । ସେହିପରି ବିଶ୍ୱବିଦ୍ୟାଳୟ ପାଠ ପଡ଼ୁଥିବା ଛାତ୍ରଛାତ୍ରୀ ମାନେ ମଧ୍ୟ ଏହାକୁ ତୀବ୍ର ବିରୋଧ କରିଛନ୍ତି । ସେମାନଙ୍କ ମତରେ ଧର୍ମେନ୍ଦ୍ର ପ୍ରଧାନ କ୍ଷମା ମାଗନ୍ତୁ । ନିଜ ପ୍ରସ୍ତାବକୁ ଫେରାଇ ବୋଲି ଦାବି ହୋଇଛି । ନ ହେଲେ ଏହାର ପ୍ରତିବାଦ ଜାରି ରହିବ ବୋଲି କହିଛନ୍ତି ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ଛାତ୍ର ନେତା ସୁଦର୍ଶନ ଦାସ ।

ଏହା ମଧ୍ୟ ପଢନ୍ତୁ ....Ravenshaw Name Controversy: 'ରେଭେନ୍ସା' ନାଁ ବଦଳିବା ଦରକାର କହିଲେ ଧର୍ମେନ୍ଦ୍ର, ଛାତ୍ରଛାତ୍ରୀଙ୍କ ଅସନ୍ତୋଷ, ଏମିତି କହିଲେ ଉପମୁଖ୍ୟମନ୍ତ୍ରୀ - Renaming Of Ravenshaw College

ସୁଦର୍ଶନ ଦାସ କହିଛନ୍ତି,"ଏହା ଓଡ଼ିଆ ସ୍ଵତନ୍ତ୍ର ପ୍ରଦେଶ ଗଠନ, ସ୍ୱାଧୀନତା ସଂଗ୍ରାମ ଓ ଓଡ଼ିଆ ଜାତିର ଇତିହାସ ସହ ଜଡିତ ରହିଛି ଏହି ବିଶ୍ୱବିଦ୍ୟାଳୟ । ରେଭେନ୍ସାକୁ ଜଣେ ବ୍ୟକ୍ତି ହିସାବରେ ଦେଖୁଛନ୍ତି କେନ୍ଦ୍ରମନ୍ତ୍ରୀ । କିନ୍ତୁ ଏହା ଅନୁଷ୍ଠାନ । ଯାହା କେବେବି ଗ୍ରହଣୀୟ ନୁହେଁ । ଏହି ବିଶ୍ୱବିଦ୍ୟାଳୟ ଆମ ରାଜ୍ୟ ଦେଶ ପାଇଁ ଅନେକ ବ୍ୟକ୍ତିତ୍ବ ନିର୍ମାଣ କରିଛି ।"

ସେପଟେ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି,"ଏହା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବ୍ୟକ୍ତିଗତ ମତ । ସେ କହିଥିଲେ ରେଭେନ୍ସା ବିଶ୍ୱବିଦ୍ୟାଳୟ ନାମ ପରିବର୍ତ୍ତନ ହେବା ଆବଶ୍ୟକ ଓ ଏଥିରେ ଏକ ବଡ଼ ବିତର୍କର ଆବଶ୍ୟକ । କାରଣ ରେଭେନ୍ସା ସାହେବଙ୍କ ପାଇଁ ନ ଅଙ୍କ ଦୁର୍ଭିକ୍ଷ ପଡିଥିଲା । ଯାହା ଫଳରେ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ହେଇଥିଲା । ତାଙ୍କ ନାଁରେ ବିଶ୍ୱବିଦ୍ୟାଳୟର ନାମକରଣ ହେବା ଅନୁଚିତ । ତେଣୁ ଏଥିରେ ଅଧିକ ରାଜନୈତିକ ଉଦ୍ଦେଶ୍ୟ ନରଖିବା ଭଲ ।

ଇଟିଭି ଭାରତ,ଭୁବନେଶ୍ବର/କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.