ETV Bharat / politics

ବିହାରରେ ଇଣ୍ଡିଆ ମେଣ୍ଟରେ ଫାଟ ! କଂଗ୍ରେସ ଆରଜେଡି ମଧ୍ୟରେ ଛିଡୁନି ସିଟ ସେୟାରିଂ - India alliance - INDIA ALLIANCE

Congress Upset with RJD: ବିହାରରେ ମଧ୍ୟ ‘ଇଣ୍ଡିଆ’ ମେଣ୍ଟରେ ସଙ୍କଟ ! କଂଗ୍ରେସ-ଆରଜେଡି ମଧ୍ୟରେ ସିଟ ସେୟାରିଂକୁ ନେଇ ଅସହମତି । ଅଧିକ ପଢନ୍ତୁ

ବିହାରରେ ଇଣ୍ଡିଆ ମେଣ୍ଟରେ ଫାଟ ! କଂଗ୍ରେସ ଆରଜେଡି ମଧ୍ୟରେ ଛିଡୁନି ସିଟ ସେୟାରିଂ

author img

By ETV Bharat Odisha Team

Published : Mar 24, 2024, 4:55 PM IST

ନୂଆଦିଲ୍ଲୀ/ପାଟନା: ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ସହ ପ୍ରଥମ ପର୍ଯ୍ୟାୟ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇସାରିଲାଣି । ବିଜେପି ଓ ଏହାର ନେତୃତ୍ବାଧୀନ ‘ଏନଡିଏ’ ମେଣ୍ଟ ବିଭିନ୍ନ ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା ଜାରି ରଖିଥିବା ବେଳେ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ନେତୃତ୍ବାଧୀନ ‘ଇଣ୍ଡିଆ’ ମେଣ୍ଟ ଏହି ଧାରାରେ ବେଶ ପଛରେ ରହିଛି । ଦଳ ପୂର୍ବରୁ ଏକାଧିକ ରାଜ୍ୟରେ ଆସନ ବୁଝାମଣା କନ୍ଦଳର ସାମ୍ନା କରି ସାରିଥିବା ବେଳେ ଏବେ ବିହାରରେ ମଧ୍ୟ ସମାନ ସଙ୍କଟ ଲାଗି ରହିଥିବା ସୂତ୍ରରୁ ସୂଚନା ମିଳିଛି ।

ରାଜ୍ୟରେ ପୂର୍ବରୁ ଲାଲୁଙ୍କ ଆରଜେଡି ଓ କଂଗ୍ରେସ ମହାମେଣ୍ଟ ସରକାରରେ ସହଯୋଗୀ ଦଳ ଥିଲେ । ଏବେ ଉଭୟ ଦଳ ଏକାକୀ ସାଧାରଣ ନିର୍ବାଚନ ମଧ୍ୟ ଲଢିବାକୁ ଯାଉଛନ୍ତି । ହେଲେ ରାଜ୍ୟରେ 40 ଲୋକସଭା ଆସନ ମଧ୍ୟରୁ କଂଗ୍ରେସକୁ ମାତ୍ର 5ରୁ 6ଆସନ ଛାଡିବା ପାଇଁ ଆରଜେଡି କ୍ୟାମ୍ପରୁ ପ୍ରସ୍ତାବ ମିଳିଥିବା ସୂଚନା ମିଳିଛି । ତେବେ କେବଳ ସିଟ ସଂଖ୍ୟା ନୁହେଁ ବରଂ ବିହାରର ଚର୍ଚ୍ଚିତ ସଂସଦୀୟ ଆସନ ପୁର୍ଣ୍ଣିଆ, ବେଗୁସରାଇ ଓ ଔରଙ୍ଗାବାଦକୁ ନେଇ ମଧ୍ୟ ଉଭୟ ଦଳ ମଧ୍ୟରେ ଅସହମତି ରହିଛି । ଯାହାକୁ ନେଇ କଂଗ୍ରେସ କ୍ୟାମ୍ପରେ ଅସନ୍ତୋଷ ପ୍ରକାଶ ପାଇଛି । ଏହାକୁ ନେଇ ରାଜ୍ୟ କଂଗ୍ରେସର ନେତାମାନେ ହାଇକମାଣ୍ଡ ଓ ପାର୍ଟି ମୁଖ୍ୟାଳୟର ହସ୍ତକ୍ଷେପ ଲୋଡି ଦିଲ୍ଲୀକୁ ଚିଠି ମଧ୍ୟ ଲେଖିଥିବା ସୂତ୍ରରୁ ଜଣାପଡିଛି ।

AICCର ଜଣେ ବରିଷ୍ଠ ନେତା ‘ଇଟିଭି ଭାରତ’କୁ ଦେଇଥିବା ପ୍ରତିକ୍ରିୟା ଅନୁସାରେ, କଂଗ୍ରେସ ରାଜ୍ୟରେ ଅତିକମରେ 10ରୁ ଅଧିକ ଆସନରେ ପ୍ରାର୍ଥୀ ଦେବା ପ୍ରସ୍ତୁତିରେ ଅଛି । ମାତ୍ର ଲାଲୁଙ୍କ ଆରଜେଡି ଏତେ ସଂଖ୍ୟକ ଆସନ ଛାଡିବା ପାଇଁ ପ୍ରସ୍ତୁତ ନୁହେଁ । କଂଗ୍ରେସକୁ ମାତ୍ର 5ରୁ 6ଆସନ ଛାଡିବା ପାଇଁ ଆରଜେଡି କ୍ୟାମ୍ପରୁ ଅନୌପଚାରିକ ଭାବେ ବିଚାର ସାମ୍ନାକୁ ଆସିଛି । ଯାହା କଂଗ୍ରେସ ପକ୍ଷେ ଗ୍ରହଣ କରିବା ସମ୍ଭବପର ନୁହେଁ । ଅଧିକ ଆସନ ଦାବି କରିବାକୁ ଆରଜେଡି କଂଗ୍ରେସର ଭୋଟ ଷ୍ଟ୍ରାଇକ ରେଟ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି । ଏପରି ଏକତରଫା ନିଷ୍ପତ୍ତି ମେଣ୍ଟ ପାଇଁ ଶୁଭଙ୍କର ନୁହେଁ । ତେଣୁ କଂଗ୍ରେସ ହାଇକମାଣ୍ଡଙ୍କୁ ଏସମ୍ପର୍କରେ ଅବଗତ କରାଯାଇଥିବା ସମ୍ପୃକ୍ତ ନେତା କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ‘ଖୁବଶୀଘ୍ର ଉତ୍ତରାଖଣ୍ଡରେ କାର୍ଯ୍ୟକାରୀ ହେବ ଏକକ ନାଗରିକ ସଂହିତା’ - Uniform Civil Code

ବିହାର କଂଗ୍ରେସ ବିଧାୟକ ଦଳ ନେତା ସକିଲ ଅହମ୍ମଦ ଖାନ ‘ଇଟିଭି ଭାରତ’କୁ ପ୍ରତିକ୍ରିୟା ଦେଇ ଆସନ ଭାଗବଣ୍ଟାରେ କୌଣସି ଦ୍ବନ୍ଦ୍ବ କିମ୍ବା ମତାନ୍ତର ଥିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି । ଉଭୟ ପାର୍ଟି ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ଜାରି ରହିଛି । ସଠିକ ସମୟରେ ସବୁ କିଛି ଶେଷ ହେବା ସହ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି ସେ ଆଶାବାଦୀ ଥିବା କହିଛନ୍ତି । ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ ଇଣ୍ଡିଆ ମେଣ୍ଟର ନେତୃତ୍ବ ନେଉଥିବା ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ପ୍ରାୟ ସମସ୍ତ ରାଜ୍ୟରେ ସହଯୋଗୀ ଦଳଙ୍କ ଦ୍ବାରା ଆସନ ବୁଝାମଣା ପ୍ରକ୍ରିୟାରେ ସମସ୍ୟାର ସାମ୍ନା କରିବାରେ ଲାଗିଛି । ପଶ୍ଚିମବଙ୍ଗରେ ମମତାଙ୍କ ତୃଣମୂଳ କଂଗ୍ରେସ ଏକାକୀ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି । ସେହିପରି ଉତ୍ତର ପ୍ରଦେଶରେ ଅଖିଳେଶଙ୍କ କ୍ୟମ୍ପ ମଧ୍ୟ କଂଗ୍ରେସ ଉପରେ ଭାରି ପଡିଛି । କଂଗ୍ରେସ ମାତ୍ର 17 ଆସନରେ ନିର୍ବାଚନ ଲଢିବା ପାଇଁ ବାଧ୍ୟ ହୋଇଛି । ସେହିପରି ଦକ୍ଷିଣରେ ମଧ୍ୟ କେରଳରେ ଇଣ୍ଡିଆ ମେଣ୍ଟରେ ସହଯୋଗୀ ଥାଇ ମଧ୍ୟ ସିପିଆଇ ଓ୍ବାଇନାଡ ସମେତ ଏକାଧିକ ପ୍ରମୁଖ ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି । ଏବେ ଉତ୍ତର ଭାରତର ଅନ୍ୟତମ ପ୍ରମୁଖ ରାଜ୍ୟ ବିହାରରେ ମଧ୍ୟ ସମାନ ସମସ୍ୟା କଂଗ୍ରେସ ଆଗରେ ଉଭା ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.