ETV Bharat / politics

ଦିଲ୍ଲୀ ଗସ୍ତରେ ପିସିସି ସଭାପତି, ୧୮ ସୁଦ୍ଧା ଚୂଡାନ୍ତ ହେବ ସମସ୍ତ ପ୍ରାର୍ଥୀ ତାଲିକା - Sarat Pattnaik On Delhi Visit - SARAT PATTNAIK ON DELHI VISIT

Sarat Pattnaik On Delhi Visit: ପ୍ରଥମ ପର୍ଯ୍ୟାୟରେ 47 ଟି ବିଧାନସଭା ପ୍ରାର୍ଥୀ ଏବଂ 8 ଟି ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ । ଆସନ୍ତାକାଲି ସ୍କ୍ରିନିଂ କମିଟି ମିଟିଂ ପରେ ସେଣ୍ଟାଲ ଇଲେକ୍ସନ କମିଟି ଏପ୍ରିଲ ଦ୍ୱିତୀୟ ସପ୍ତାହ ସୁଦ୍ଧା ଘୋଷଣା କରିବ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀ ତାଲିକା।

Sarat Pattnaik On Delhi Visit
Sarat Pattnaik On Delhi Visit
author img

By ETV Bharat Odisha Team

Published : Apr 12, 2024, 5:05 PM IST

Sarat Pattnaik On Delhi Visit

ଭୁବନେଶ୍ବର: ଦିଲ୍ଲୀ ଗଲେ ପିସିସି ସଭାପତି ଶରତ ପଟ୍ଟନାୟକ। ଆସନ୍ତା ୧୫ ତାରିଖ ସୁଦ୍ଧା କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ଟିକେଟ ଆସିପାରେ । ୧୮ ତାରିଖ ସୁଦ୍ଧା ଚୂଡାନ୍ତ ହେବ ସମସ୍ତ ପ୍ରାର୍ଥୀ ତାଲିକା। ଶନିବାର ସ୍କ୍ରିନିଂ ବୈଠକ ଓ ରବିବାର ସିଇସି ବୈଠକ ବସିବ । ବୈଠକରେ ଚୂଡାନ୍ତ ପରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଆସିବ ବୋଲି ଜଣାପଡ଼ିଛି । ନିର୍ବାଚନ ପାଇଁ ପ୍ରଚାର ମୈଦାନକୁ ରାଜନେତା ଓହ୍ଲାଇଥିବାବେଳେ ଗୋଟିଏ ପରେ ଗୋଟିିଏ ପ୍ରାର୍ଥୀ ତାଲିକା ଘୋଷଣା କରୁଛନ୍ତି ପ୍ରମୁଖ ଦଳ।କାହାକୁ ମିଳିବ ଟିକେଟ, କିଏ ହେବ ରେସରୁ ଆଉଟ ତାକୁ ନେଇ ଆଶା ଆଶଙ୍କାରେ ଆଶାୟୀ ପ୍ରାର୍ଥୀ।

ଏହାରି ଭିତରେ କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବାକୁ ଥିବାବେଳେ କାହାକୁ ମିଳିବ ଟିକେଟ୍ ସେନେଇ ସଂଶୟ ଜାରି ରହିଛି । ଏହାରି ଭିତରେ ବିଜେଡି ବିଜେପିର ପ୍ରାର୍ଥୀଙ୍କୁ କଡା ଟକ୍କର ଦେବା ଭଳି ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ। ଏନେଇ ବିଭିନ୍ନ ସ୍ତରରେ ସର୍ଭେ ସରିଛି । ଖାଲି ଏଆଇସିସି ପକ୍ଷରୁ ଚୂଡାନ୍ତ ନିଷ୍ପତ୍ତି ଉପରେ ମୋହର ବାଜିବାକୁ ରହିଛି ଅପେକ୍ଷା। ଆସନ୍ତାକାଲି AICC ଦ୍ୱାରା ସ୍କ୍ରିନିଂ କମିଟି ବୈଠକ ବସିବ ଏବଂ ତା' ପରଦିନ ଅର୍ଥାତ ରବିବାର କିମ୍ବା ସୋମବାର ଘୋଷଣା ହୋଇପାରେ ପ୍ରାର୍ଥୀ ତାଲିକା।

ସମ୍ବଲପୁରରେ ବାହାର ନେତାଙ୍କୁ ଟିକେଟ ମିଳିବା ପ୍ରସଙ୍ଗରେ ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ଆମର ସବୁ ଜାଗାରେ ଟକ୍କର ଦେଲା ଭଳି ପ୍ରାର୍ଥୀ ଦିଆଯାଉଛି। ଏଭଳି ପ୍ରାର୍ଥୀ ଦେବା ଦ୍ୱାରା ପ୍ରଭାବ ନିଶ୍ଚିତ ଭାବେ ରହିବ, କଂଗ୍ରେସକୁ ଫାଇଦା ମିଳିବ। ଅଘୋଷିତ ମେଣ୍ଟ କରି ବିଜେଡି ବିଜେପି ମିଶିକି ନିର୍ବାଚନ ଲଢୁଛନ୍ତି। ତାଙ୍କର ପ୍ରାର୍ଥୀ ନାହିଁ ଆମ ଦଳରୁ ନେତା ନେଇ ପ୍ରାର୍ଥୀ ଦେଉଛନ୍ତି। ଓଡି଼ଶାବାସୀ ପରିବର୍ତ୍ତନ ଚାହୁଁଛନ୍ତି, ଏଥର ପରିବର୍ତ୍ତନ । ୯ ରୁ ୯୦ ମିଶନ ସଫଳ ହେବ।"

ଏହା ବି ପଢନ୍ତୁ...ନବୀନ ସରକାର ହେଉଛି ମହାକାଳ ଫଳ: କଂଗ୍ରେସ - Congress Targets Bjd

ପୂର୍ବରୁ ପାର୍ଥୀ ଘୋଷଣା ନେଇ କଂଗ୍ରେସ ଖସଡ଼ା ପ୍ରସ୍ତୁତ ସରିଛି । ପ୍ରଥମ ପର୍ଯ୍ୟାୟରେ 47 ଟି ବିଧାନସଭା ପ୍ରାର୍ଥୀ ଏବଂ 8 ଟି ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ। ଆସନ୍ତାକାଲି ସ୍କ୍ରିନିଂ କମିଟି ମିଟିଂ ପରେ ସେଣ୍ଟାଲ ଇଲେକ୍ସନ କମିଟି ଏପ୍ରିଲ ଦ୍ୱିତୀୟ ସପ୍ତାହ ସୁଦ୍ଧା ଘୋଷଣା କରିବ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀ ତାଲିକା। ବିଜେଡି ଏବଂ ବିଜେପିର ଯେଉଁ ସ୍ଥାନରେ ଶକ୍ତିଶାଳୀ ପ୍ରାର୍ଥୀ ନିର୍ବାଚନ ଲଢ଼ିବେ କଂଗ୍ରେସ ମଧ୍ୟ ସେହି ସ୍ଥାନରେ ଶକ୍ତିଶାଳୀ ପ୍ରାର୍ଥୀ ଦେବ ବୋଲି ଦଳ ପକ୍ଷରୁ କୁହାଯାଇଛି । ରାଜ୍ୟରେ ସରକାରୀ ଦଳ ଏବଂ ବିରୋଧୀ ଦଳ ମିଶିଯାଇଛନ୍ତି, ତେଣୁ କଂଗ୍ରେସ ଦଳ ହିଁ ଏକମାତ୍ର ବିକଳ୍ପ ଦଳ ବୋଲି କହି ଆସୁଛି କଂଗ୍ରେସ। ନିର୍ବାଚନରେ କିଭଳି ପ୍ରାର୍ଥୀ ଦେଉଛି କଂଗ୍ରେସ ତାହା ଘୋଷଣା ପରେ ଜଣାପଡିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.