ETV Bharat / politics

ଆମେଠୀ-ରାୟବରେଲୀରୁ କିଏ ? ଆଜି ଘୋଷଣା କରିବ କଂଗ୍ରେସ - Amethi Raebareli - AMETHI RAEBARELI

Congress To Announce Candidates for Amethi, Raebareli today: ଆଜି ଆମେଠୀ-ରାୟବରେଲୀ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ । ରାହୁଲ- ପ୍ରିୟଙ୍କା ନା, ଆଉ କି’ଏ, ଚର୍ଚ୍ଚାରେ ପଡିବ ପୂର୍ଣ୍ଣଚ୍ଛେଦ । ଅଧିକ ପଢନ୍ତୁ

ଆମେଠୀ-ରାୟବରେଲୀରୁ କି‘ଏ ! ଆଜି ଘୋଷଣା କରିବ ଦଳ

author img

By ETV Bharat Odisha Team

Published : May 2, 2024, 8:30 AM IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ଗାନ୍ଧୀ ପରିବାରର ଦୁଇ ପାରମ୍ପରିକ ଆସନ ଆମେଠୀ ଓ ରାୟବରେଲୀରୁ ଚଳିତ ନିର୍ବାଚନରେ ଦଳୀୟ ପ୍ରାର୍ଥୀ କି’ଏ ହେବ, ସେନେଇ ଜାରି ରହିଥିବା ଚର୍ଚ୍ଚା, ଆଜି ହୁଏତ ଅନ୍ତରେ ପହଞ୍ଚିପାରେ । ଆଜି ଦଳ ଉଭୟ ଆସନରେ ପ୍ରାର୍ଥୀ ଘୋଷଣା କରିପାରେ । ତେବେ ଆମେଠୀରୁ ରାହୁଲ ଗାନ୍ଧୀ ଓ ରାୟବରେଲୀରୁ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଲଢିବା ନେଇ ପ୍ରଥମରୁ ଚର୍ଚ୍ଚା ହୋଇଆସୁଛି । ହେଲେ ଦଳର ଘୋଷଣାରେ ମାତ୍ରାଧିକ ବିଳମ୍ବ କାରଣରୁ ମଧ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାରଣ ରାହୁଲ ଏହି ଆମେଠୀ ଆସନରୁ ଗତଥର ନିର୍ବାଚନ ହାରି ସାରିଛନ୍ତି । ତାଙ୍କ ବିରୋଧରେ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀ ଚଳିତଥର ମଧ୍ୟ ପ୍ରାର୍ଥୀ ହୋଇଛନ୍ତି ।

ଅନ୍ୟପଟେ ସୋନିଆ ଗାନ୍ଧୀ ଚଳିତଥର ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ତେଣୁ ଏହି ଆସନରେ ଝିଅ ପ୍ରିୟଙ୍କା ନିର୍ବାଚନୀ ଡେବ୍ୟୁ କରିବାର ସମ୍ଭାବନା ଥିଲେ ସୁଦ୍ଧା ଦଳ ଏପର୍ଯ୍ୟନ୍ତ ବିଧିବଦ୍ଧ ଘୋଷଣା ସାମ୍ନାକୁ ନଆସିବା ଏକାଧିକ ପ୍ରଶ୍ନ ସୃଷ୍ଟି କରୁଛି । ବିଜେପିର ପରିବାରବାଦ ସମାଲୋଚନା ଦୃଷ୍ଟିରୁ ଦଳ ଏହି ଆସନରେ ଅଣଗାନ୍ଧୀ ଚେହେରା ଖୋଜୁଥାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ନିକଟରେ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନୀ ଡେବ୍ୟୁ ନକରିବା ଚର୍ଚ୍ଚା ମଧ୍ୟ ହୋଇଥିଲା । ଶନିବାର ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ମଧ୍ୟ ବସିଥିଲା । ଉତ୍ତର ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆମେଠୀରେ ରାହୁଲ ଓ ରାୟବରେଲୀରୁ ପ୍ରିୟଙ୍କାଙ୍କୁ ପ୍ରାର୍ଥୀ କରିବା ପାଇଁ ସୁପାରିଶ ମଧ୍ୟ କରିସାରିଛି । ହେଲେ ତଥାପି ଦଳ ଘୋଷଣା ବାକି ରଖିଛି ।

ଏହା ମଧ୍ୟ ପଢନ୍ତୁ:- କେସିଆରଙ୍କୁ ନିର୍ବାଚନ ଆୟୋଗ ଛାଟ, 48 ଘଣ୍ଟା କରିପାରିବେନି ପ୍ରଚାର - KC Rao Banned

ରାହୁଲ ପୂର୍ବଥର ପରି କେରଳର ଓ୍ବାୟନାଡ ଆସନରୁ ପ୍ରାର୍ଥୀ ହୋଇଛନ୍ତି । ଏହି ଆସନରେ ମତଦାନ ମଧ୍ୟ ଶେଷ ହୋଇସାରିଛି । ହେଲେ ରାହୁଲ ଦ୍ବିତୀୟ ଆସନରେ ଲଢିବେ କି ନାହିଁ, ସେ ନେଇ ଦଳ କୌଣସି ସ୍ପଷ୍ଟ ତଥ୍ୟ ରଖିନି । ଅନ୍ୟପଟେ ଆମେଠୀରେ ପ୍ରାର୍ଥୀ ଘୋଷଣା ବିଳମ୍ବ ହେବାକୁ ରାହୁଲଙ୍କ ଦ୍ବିତୀୟ ପ୍ରାର୍ଥୀତ୍ବ ସମ୍ପର୍କରେ ବିଚାର ବୋଲି ମଧ୍ୟ କୁହାଯାଉଛି । ଏହାରି ମଧ୍ୟରେ ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଜି କଂଗ୍ରେସ ଏହି ଦୁଇ ଚର୍ଚ୍ଚିତ ଆସନରେ ପ୍ରାର୍ଥୀ ଘୋଷଣା କରି ଜାରି ରହିଥିବା ଚର୍ଚ୍ଚରେ ପୂର୍ଣ୍ଣଚ୍ଛେଦ ପକାଇପାରେ । ହେଲେ ଏହି ଆସନରେ ପ୍ରାର୍ଥୀ ଭାବେ ରାହୁଲ ଓ ପ୍ରିୟଙ୍କାଙ୍କୁ ଦେଖିବାକୁ ମିଳିବ ନା,ଦଳ ଅନ୍ୟ କୌଣସି ବିକଳ୍ପ ଖୋଜିବ,ତାକୁ ନେଇ ଏବେ ବି ଦ୍ବନ୍ଦ୍ବ ଦୂର ହୋଇନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.