ETV Bharat / politics

କଂଗ୍ରେସର କର୍ମୀ ସମ୍ମିଳନୀ: ଗୁରୁମନ୍ତ୍ର ଦେଲେ ମୋକିମ, ଆସନ ହାତେଇବାକୁ ଚାଲିଛି ବ୍ଲୁପ୍ରିଣ୍ଟ - Cuttack Congress Meeting

Cuttack Congress Meeting: ଚଳିତ ନିର୍ବାଚନରେ ଉଭୟ ଲୋକସଭା ଓ ବିଧାନସଭା ଆସନ ହାତେଇବା ପାଇଁ ଚାଲିଛି କଂଗ୍ରେସର ପ୍ରୟାସ । ଆୟୋଜିତ ହେଲା କଂଗ୍ରେସର କର୍ମୀ ସମ୍ମିଳନୀ । ଅଧିକ ପଢ଼ନ୍ତୁ

Congress Karmi Sammilani
Congress Karmi Sammilani (ETV Bharat Odisha)
author img

By ETV Bharat Odisha Team

Published : May 16, 2024, 6:09 PM IST

Congress Karmi Sammilani (ETV Bharat Odisha)

କଟକ: ଆଜି କଟକରେ କଂଗ୍ରେସ ପକ୍ଷରୁ ଆୟୋଜିତ ହୋଇଯାଇଛି କର୍ମୀ ସମ୍ମିଳନୀ । ଯେଉଁଥିରେ କଂଗ୍ରେସ ଲୋକସଭା ପ୍ରାର୍ଥୀ ସୁରେଶ ମହାପାତ୍ରଙ୍କ ସମେତ ବାରବାଟୀ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ସୋଫିଆ ଫିରଦୋସ, ଚୌଦ୍ୱାର ବିଧାୟକ ପ୍ରାର୍ଥୀ ମିରା ମଲ୍ଲିକ, ସଦର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ଗୋଚ୍ଛାୟତ ଏହି ବୈଠକରେ ଯୋଗଦେଇଥିଲେ । ତେବେ ଏହି ସଭାରେ କଟକରେ କିପରି ଦଳ ବିଜୟୀ ହେବ ସେନେଇ ସମସ୍ତଙ୍କୁ ଗୁରୁମନ୍ତ୍ର ଦେଇଥିଲେ ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ । ଏଥର ଉଭୟ ଲୋକସଭା ଓ ବିଧାନସଭା ଆସନରେ ବାଜିମାତ କରିବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛି କଟକ କଂଗ୍ରେସ। ।

ଆୟୋଜିତ ବୈଠକରେ କଂଗ୍ରେସର କଟକ ସାଂସଦ ପ୍ରାର୍ଥୀ ସୁରେଶ ମହାପାତ୍ର କହିଛନ୍ତି, ‘ରାଜ୍ୟରେ ଦୀର୍ଘ ବର୍ଷ ଧରି ଚାଲିଛି ଏକ ଅପାରଗ ଶାସନ । ଯେଉଁଠି ବିକାଶ ନାଁରେ ବିନାଶ ହିଁ ହେଉଛି । ପ୍ରଗତି ନାଁରେ ସବୁଠୁ ପଛୁଆ ରାଜ୍ୟ ଭାବରେ ଆମ ରାଜ୍ୟକୁ ଗଢି ତୋଳି ସାରିଲେଣି ରାଜ୍ୟର ବିଜେଡି ସରକାର । ଏହା ବ୍ୟତୀତ ଓଡିଶାରେ ତାମିଲ ଶାସନ ଜାରି ରହିଛି । ନାଁ ମୁଖ୍ୟମନ୍ତ୍ରୀ ଓଡ଼ିଆ ଠିକ ସେ କହି ପାରିଲେ ନାଁ ଲେଖି ପାରିଲେ । ଏଠି ଅସ୍ମିତା ଉପରେ ପ୍ରଶ୍ନ ଉଠିବା ସ୍ୱାଭାବିକ । ତେବେ କଟକବାସୀ ଏହାର ଉତ୍ତର ମେ 25 ତାରିଖରେ ଦେବେ । ଆଉ ଆସନ୍ତା ଜୁନ 4 ତାରିଖରେ କଟକ ସମେତ ଓଡିଶାରେ କଂଗ୍ରେସ ଶାସନ ଆରମ୍ଭ ହେବ ଏଥିରେ ଦ୍ବିମତ ନାହିଁ । ’

ଏହା ମଧ୍ୟ ପଢ଼ନ୍ତୁ.. ନିର୍ବାଚନୀ ରଣାଙ୍ଗନରେ ସୋଫିଆଙ୍କୁ ପରିବାରର ସାଥ୍, ପ୍ରଚାରରେ କରୁଛନ୍ତି ସହଯୋଗ - Sofia Firdous Campaign In Cuttack

ନିର୍ବାଚନକୁ ଆଉ ହାତ ଗଣତି ଦିନ ବାକି ରହିଥିବା ବେଳେ କଟକରେ କଂଗ୍ରେସ ତାହାର ପ୍ରଚାର ଅଭିଯାନ ଜୋରଦାର ରଖିଛି । ଆସନ୍ତା ନିର୍ବାଚନରେ କେନ୍ଦ୍ର ଓ ରାଜ୍ୟରେ ଥିବା ବିଜେପି ଓ ବିଜେଡି ସରକାରଙ୍କୁ ବହୁ ମତରେ ପରାଜୟ କରିବା ନେଇ ଲୋକ ମାନଙ୍କ ଭୋଟ ଭିକ୍ଷା କରି ଚାଲିଛନ୍ତି ଲୋକସଭା ପ୍ରାର୍ଥୀ ସୁରେଶ ମହାପାତ୍ର ଓ ବିଧାନସଭା ଆସନ ପ୍ରାର୍ଥୀ । ପ୍ରଚାରରେ ଲୋକଙ୍କ ଆଗରେ ଶାସକ ଦଳ ବିପକ୍ଷରେ ଗର୍ଜି ଚାଲିଛି କଂଗ୍ରେସ । ଅନେକ ବର୍ଷ ଧରି ବିଜେଡ଼ି ସରକାର ରାଜ୍ୟରେ ମନମୁଖୀ ଶାସନ ଚଲାଇ ଆସିଥିବା ନେଇ ମଧ୍ୟ କଂଗ୍ରେସ ଅଭିଯୋଗ କରିଛି । ଲୋକ ମାନେ ଏହି ଶାସନ ବ୍ୟବସ୍ଥାକୁ ନେଇ ଅତିଷ୍ଠ ହୋଇ ପଡିଲେଣି । ତେବେ ସମୟ ଆସିଛି ପରିବର୍ତ୍ତନ ହେବାର । ରାଜ୍ୟରେ ଚାଲିଥିବା ବିଜେଡି ଶାସନକୁ ଶେଷ କରିବା ପାଇଁ କଟକରୁ କଂଗ୍ରେସ ଦେଖାଇବ ଦମ । ଉଭୟ ଲୋକସଭା ଓ ବିଧାନସଭା ଆସନରେ ବହୁମତ ପାଇ ସରକାର ପରିବର୍ତ୍ତନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି ଲୋକସଭା ପ୍ରାର୍ଥୀ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.