ETV Bharat / politics

ପଛୁଆ ବର୍ଗଙ୍କ ଆରକ୍ଷଣ ପ୍ରସଙ୍ଗ ନେଇ ବିଜେପି ଓ ବିଜେଡିକୁ କଂଗ୍ରେସର ଟାର୍ଗେଟ୍ - Congress Slams BJP and BJD - CONGRESS SLAMS BJP AND BJD

Congress Slams BJP and BJP: ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ୍ କରିଛି କଂଗ୍ରେସ । ବିଭିନ୍ନ ପ୍ରସଙ୍ଗକୁ ନେଇ ବର୍ଷିଛି କଂଗ୍ରେସ । ଅଧିକ ପଢନ୍ତୁ

Congress Slams BJP and BJP
Congress Slams BJP and BJP (ETV Bharat Odisha)
author img

By ETV Bharat Odisha Team

Published : May 8, 2024, 9:11 PM IST

Congress Slams BJP and BJP (ETV Bharat Odisha)

ଭୁବନେଶ୍ବର: ସାମ୍ବାଦିକ ସମିଳନୀରେ ବିଜେପିକୁ ଟାର୍ଗେଟ୍ କଲା କଂଗ୍ରେସ । ସମ୍ବିଧାନକୁ ବଞ୍ଚାଇବା କଥା କହି ଆହ୍ୱାନ ଦେଇଛି କଂଗ୍ରେସ । ଏଆଇସିସି ମୁଖପାତ୍ର ଶ୍ୟାମା ମହମ୍ମଦ କହିଛନ୍ତି, "ସମ୍ବିଧାନକୁ ବଦଳାଇବା ପାଇଁ ଯୋଜନା କରୁଛି ବିଜେପି । ସେଥିପାଇଁ ସମ୍ବିଧାନ ପରିବର୍ତ୍ତନ ପାଇଁ 'ଅବକି ବାର 400 ପାର' ନାରା ଦେଇଛି ବିଜେପି । ପଛୁଆ ବର୍ଗଙ୍କ ଆରକ୍ଷଣ ପରିବର୍ତ୍ତନ କରିବାକୁ ଏହି ନାରା ଦିଆଯାଇଛି । ଏହା ହେଉଛି ବି. ଆର ଆମ୍ବେଦକରଙ୍କ ପ୍ରତି ଅସମ୍ମାନ । ଦେଶରେ 70 ଭାଗ ହେଉଛନ୍ତି ପଛୁଆବର୍ଗର ଜନତା । କିନ୍ତୁ ତାଙ୍କ ପାଇଁ ନ୍ୟାୟ ନାହିଁ । ଦେଶର ବୃହତ ସରକାରୀ ଅନୁଷ୍ଠାନ ଗୁଡିକରେ ପଛୁଆବର୍ଗଙ୍କ ପାଇଁ କୌଣସି ଆରକ୍ଷଣ ବ୍ୟବସ୍ଥା ନାହିଁ । ବଡ଼ ବଡ଼ ବିଶ୍ୱବିଦ୍ୟାଳୟରେ ପଛୁଆ ବର୍ଗଙ୍କ ଆରକ୍ଷଣ ନାହିଁ ।"

ସେ ଆହୁରି କହିଛନ୍ତି, "ବିଭିନ୍ନ ଜାତୀୟ ବ୍ୟାଙ୍କରେ 11 ହଜାର 310 ବଡ଼ ବଡ଼ ପଦ ପଦବୀ ଥିବାବେଳେ ପଛୁଆ ବର୍ଗଙ୍କ ପାଇଁ ଆରକ୍ଷଣ ମାତ୍ରା 2 ହଜାର । କିନ୍ତୁ ମନରେଗାରେ 75 ପ୍ରତିଶତ ସଫେଇ କର୍ମଚାରୀ ଭାବରେ 80 ପ୍ରତିଶତ ପଛୁଆ ବର୍ଗ ଲୋକ ହିଁ କାମ କରୁଛନ୍ତି । ସେମାନଙ୍କୁ ନ୍ୟାୟ ମିଳୁନାହିଁ । 2011 ମସିହାରେ କଂଗ୍ରେସ ଜାତି ଜନଗଣନା କରିଥିଲା, 2013 ମସିହା ପରେ ଏହାକୁ ସାର୍ବଜନୀନ କରିବା କଥା । କିନ୍ତୁ ସରକାର ପରିବର୍ତ୍ତନ ପାଇଁ ଏହା ସମ୍ଭବ ହୋଇପାରିଲା ନାହିଁ । କିନ୍ତୁ ଏବେର ବିଜେପି ସରକାର ସମୟରେ କାହିଁକି ଜାତି ଜନଗଣନା କରାଯାଉନାହିଁ, ତାକୁ ନେଇ କଂଗ୍ରେସ ବାରମ୍ବାର ପ୍ରଶ୍ନ ଉଠାଇଛି ।’’

ଏହା ବି ପଢନ୍ତୁ...'ମୂଳରୁ ପୁଅ ନାହିଁ...'; ଶପଥ ଗ୍ରହଣ ତାରିଖ ଘୋଷଣାକୁ କଂଗ୍ରେସର କଟାକ୍ଷ - Lok Sabha Election 2024

"ସେହିଭଳି ଓଡ଼ିଶାରେ ମଧ୍ୟ ବିଜେଡି ସରକାର ପଛୁଆ ବର୍ଗଙ୍କ ଉପରେ ଅନ୍ୟାୟ କରିଛନ୍ତି । ଜଙ୍ଗଲ ଜମି ,ଖଣି , ପାଣିରେ ଆଦିବାସୀଙ୍କୁ ଅବହେଳା କରାଯାଉଛି । ସେମାନଙ୍କ ହକ୍ ତାଙ୍କୁ ମିଳୁନାହିଁ । ରାଜ୍ୟରେ ମୋଟ 11 ପ୍ରତିଶତ ଆରକ୍ଷଣ ରହିଛି । ସରକାରୀ ଚାକିରିରେ ମଧ୍ୟ OBCଙ୍କୁ ମୋଟ 2.8 ପ୍ରତିଶତ ଆରକ୍ଷଣ ଦିଆଯାଇଛି। 63 ପ୍ରତିଶତ ପଛୁଆ ବର୍ଗ ଛାତ୍ରଛାତ୍ରୀ ପ୍ରାଇମେରୀ ଶିକ୍ଷା ପୂରଣ କରିପାରୁନାହାନ୍ତି । ଏହା କ'ଣ ପଛୁଆ ବର୍ଗଙ୍କ ପାଇଁ ନ୍ୟାୟ ?" ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଏହାସହ ବିଜେଡି ଏବଂ ବିଜେପି ଗୋଟିଏ ଦଳ ବୋଲି ଅଭିଯୋଗ କରିଛି କଂଗ୍ରେସ । "ଗୋଟିଏ ଦଳ ହୋଇନଥିଲେ ରାଜ୍ୟସଭାରେ ବିଜେପିର ସମସ୍ତ ବିଲକୁ ବିଜେଡି କାହିଁକି ସମର୍ଥନ ଦେଉଥିଲା ? ଅଶ୍ୱନୀ ବୈଷ୍ଣବଙ୍କୁ କାହିଁକି ସମର୍ଥନ ହେଉଥିଲା ବିଜେଡି ? କଂଗ୍ରେସ ଦେଶରେ କ୍ଷମତାକୁ ଆସିଲେ 50 ପ୍ରତିଶତ ଆରକ୍ଷଣର ସୁବିଧା ଦିଆଯିବ । ବିଜେପି ଆସିଲେ ଦେଶର ଆରକ୍ଷଣ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ବିଲୋପ କରିଦେବେ" ବୋଲି କହି ବର୍ଷିଛି କଂଗ୍ରେସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.