ETV Bharat / politics

ମୋକିମଙ୍କ ପାଇଁ ବାଟ ସଫା ! ବିଜେଡିରୁ ପ୍ରକାଶ ପ୍ରାର୍ଥୀ ହେବାପରେ ବଢ଼ିଲା ଚର୍ଚ୍ଚା - Cuttack Barabati Politics

author img

By ETV Bharat Odisha Team

Published : Apr 6, 2024, 10:06 PM IST

Cuttack Barabati Politics: ସରଗରମ ହେଲାଣି କଟକ-ବାରବାଟୀ ଲଢ଼େଇ । ଏହି ଆସନ ପାଇଁ ବିଜେଡି ପ୍ରକାଶ ବେହେରାଙ୍କୁ ପ୍ରାର୍ଥୀ କରିବା ପରେ ମହମ୍ମଦ ମୋକିମ ଦୃଢ଼ ସ୍ଥିତିରେ ରହିଥିବା କୁହାଯାଉଛି । ଅଧିକ ପଢ଼ନ୍ତୁ

Cuttack Barabati Politics
Cuttack Barabati Politics

Cuttack Barabati Politics

କଟକ: କଟକ-ବାରବାଟୀ ଆସନ ପାଇଁ ବିଜେଡି ପ୍ରକାଶ ବେହେରାଙ୍କୁ ପ୍ରାର୍ଥୀ କରିବା ପରେ ଦଳର ଏହି ନିଷ୍ପତ୍ତି କଟକ ରାଜନୀତିକୁ ସରଗରମ କରିଛି । ସାଲେପୁରର ନେତାଙ୍କୁ କଟକ-ବାରବାଟୀରେ ଟିକେଟ ଦେବା ନେଇ ବିଜେଡିର ଏହି ନିଷ୍ପତ୍ତି ଅନେକଙ୍କୁ ଚକିତ କରିଛି । କିନ୍ତୁ ବିଜେଡି ମହଲରୁ ମିଳିଥିବା ସୂଚନା ମୁତାବକ ଏକ ସୁଚିନ୍ତିତ ରଣନୀତିକୁ ଆଧାର କରି ଦଳ ପ୍ରକାଶଙ୍କୁ ଏଠାରୁ ପ୍ରାର୍ଥୀ କରିଛି । ସେପଟେ ପ୍ରକାଶଙ୍କ ପ୍ରାର୍ଥୀତ୍ବ ତାଙ୍କର ସାଙ୍ଗଠନିକ ସ୍ଥିତିକୁ କୌଣସି ପ୍ରକାରେ ପ୍ରଭାବିତ କରି ପାରିବ ନାହିଁ ବୋଲି ମୋକିମ କହିଥିବା ବେଳେ ପ୍ରକାଶ ଓ ମୋକିମଙ୍କୁ ମୁକାବିଲା କରିବା ପାଇଁ ବିଜେପି ଅଭିନେତା ଅରିନ୍ଦମଙ୍କୁ ମୈଦାନକୁ ଉତାରି ପାରେ ବୋଲି ଚର୍ଚ୍ଚା ହେଉଛି ।

ପୁଣି ଚର୍ଚ୍ଚାରେ ବହୁ ପ୍ରତିକ୍ଷିତ କଟକ-ବାରବାଟୀ ନିର୍ବାଚନ ମଣ୍ଡଳୀ । ଏହି ଆସନ ପାଇଁ ବିଜେଡି ତାର ପ୍ରାର୍ଥୀ ଘୋଷଣା କରିବା ପରେ ଚର୍ଚ୍ଚା ଏବେ ଦ୍ବିଗୁଣିତ ହୋଇଯାଇଛି । ସାଲେପୁର ପୂର୍ବତନ ବିଧାୟକ ତଥା ବିଜେପି ଜିଲ୍ଲା ସଭାପତି ସଦ୍ୟ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିବା ପ୍ରକାଶ ବେହେରାଙ୍କୁ ଦଳ ଏହି ଆସନ ପାଇଁ ପ୍ରାର୍ଥୀ କରିଛି । ସାଲେପୁରର ପୂର୍ବତନ ବିଧାୟକ ଥିବା ପ୍ରକାଶ ବେହେରାଙ୍କୁ କଟକ-ବାରବାଟୀରୁ ଲଢାଇବା ନେଇ ବିଜେଡିର ନିଷ୍ପତ୍ତି ପଛରେ ଥିବା ସମୀକରଣ ଅନେକଙ୍କ ପାଇଁ ଅବୁଝା ରହିଥିବାବେଳେ ଏହା ପଛରେ ଦଳର ଏକ ସୁଚିନ୍ତିତ ରଣନୀତି ରହିଥିବା କୁହାଯାଉଛି । କୁହାଯାଉଛି ପ୍ରକାଶ ବେହେରାଙ୍କ ପାଖରେ ନିର୍ବାଚନ ଜିତିବାର ପୂର୍ବ ଅଭିଜ୍ଞତା ରହିଛି । ସେ ପୂର୍ବରୁ ଜିଲ୍ଲା କଂଗ୍ରେସ ଓ ବିଜେପି ସଭାପତି ଥିବାରୁ କଟକ-ବାରବାଟୀର ରାଜନୀତି ସହିତ ସେ ପରିଚିତ ଅଛନ୍ତି । ଜଣେ ଭଲ ସଂଗଠକ ହୋଇଥିବାରୁ କମ ସମୟ ମଧ୍ୟରେ ସେ ନୂଆ ସ୍ଥାନ ଓ ଲୋକଙ୍କ ସହ ଖାପ ଖୁଆଇ ପାରିବେ । ନିଜସ୍ବ ଦକ୍ଷତା ବଳରେ ସେ ଦଳୀୟ କର୍ମୀ ଓ ସ୍ଥାନୀୟ ନେତାଙ୍କ ମଧ୍ୟରେ ଥିବା ଅନ୍ତର୍ଦ୍ବନ୍ଦ୍ବକୁ ପ୍ରଶମିତ କରିବେ ବୋଲି ଧାରଣା କରି ଦଳ ତାଙ୍କୁ ଟିକେଟ ଦେଇଥିବା କଥା ମଧ୍ୟ କୁହାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ...କଟକ ବାରବାଟୀରେ ଏଥର ହେବ ଭଲ ଲଢେଇ: ପ୍ରକାଶ ବେହେରା - Prakash Behera on his candidacy

ବାରବାଟୀ-କଟକ ପାଇଁ ବିଜେଡି ତାର ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ କଂଗ୍ରେସ ଓ ବିଜେପି ନିଜ ନିଜର ପ୍ରାର୍ଥୀ ଘୋଷଣା କରି ନାହାଁନ୍ତି । ତେବେ ଏହି ଆସନରୁ କଂଗ୍ରେସ ବିଧାୟକ ଥିବା ମହମ୍ମଦ ମୋକିମଙ୍କୁ ଦଳ ରିପିଟ୍‌ କରିବା ନେଇ ଚିତ୍ର ସ୍ପଷ୍ଟ ରହିଛି । ସେପଟେ ମୋକିମ ମଧ୍ୟ ନିଜର ସଂଗଠନକୁ ମଜଭୁତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ନିର୍ବାଚନ ମଣ୍ଡଳୀର ବିଭିନ୍ନ ୱାର୍ଡ ବୁଲି ସଭା ସମିତି କରି ଦଳୀୟ କର୍ମୀ ତଥା ୱାର୍ଡସ୍ତରର ନେତାଙ୍କୁ ନେଇ ବୈଠକ କରୁଛନ୍ତି ମୋକିମ । ମୋକିମ କହିଛନ୍ତି, "ବିଜେଡି ଓ ବିଜେପି ଯେ କୌଣସି ଲୋକଙ୍କୁ ପ୍ରାର୍ଥୀ କଲେ ବି କଂଗ୍ରେସ ଏହି ଆସନକୁ ଦଖଲ କରିବ ।" କେବଳ ସେତିକି ନୁହେଁ, ନିର୍ବାଚନରେ ସମସ୍ତ ବିରୋଧୀଙ୍କୁ ଅତି ଗୁରୁତ୍ବର ସହ ନେବେ ବୋଲି କହିଛନ୍ତି ମୋକିମ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.