ETV Bharat / politics

ବିହାର ଓ ପଞ୍ଜାବରେ 7 ଲୋକସଭା ପ୍ରାର୍ଥୀ ଦେଲା କଂଗ୍ରେସ - Congress Candidates

Congress Releases List Of 7 Candidates: ବିହାର ଓ ପଞ୍ଜାବରେ 7 ଲୋକସଭା ପ୍ରାର୍ଥୀ ଦେଲା କଂଗ୍ରେସ । ରହିଛନ୍ତି ବିହାରରୁ 5 ଓ ପଞ୍ଜାବରୁ 2 ପ୍ରାର୍ଥୀ । ଅଧିକ ପଢନ୍ତୁ

ବିହାର ଓ ପଞ୍ଜାବରେ 7 ଲୋକସଭା ପ୍ରାର୍ଥୀ ଦେଲା କଂଗ୍ରେସ

author img

By ETV Bharat Odisha Team

Published : Apr 23, 2024, 8:40 AM IST

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ଗତକାଲି (ସୋମବାର) ସଂଧ୍ୟାରେ 7 ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଏହି ସମସ୍ତ ପ୍ରାର୍ଥୀ 2ଟି ରାଜ୍ୟ ବିହାର ଓ ପଞ୍ଜାବରୁ ରହିଛନ୍ତି । ବିହାରରେ ଦଳ ପଶ୍ଚିମ-ଚମ୍ପାରଣ ଆସନରୁ ମଦନ ମୋହନ ତିଓ୍ବାରୀ, ମୁଜାଫରପୁରରୁ ଅଜୟ ନିଶଦ, ମହାରାଜଗଞ୍ଜ ଆସନରୁ ଦଳ ଆକାଶ ପ୍ରସାଦ ସିଂଙ୍କୁ ଟିକେଟ ଦେଇଛି ଦଳ । ସେହିପରି ଅନ୍ୟ ଦୁଇ ଗୁରୁତ୍ବପୂର୍ଣ୍ଣ ଆସନ ସମସ୍ତିପୁର ଓ ସାସାରାମରୁ ଦଳ ଯଥାକ୍ରମେ ସନି ହଜାରୀ ଓ ମନୋଜ କୁମାରଙ୍କୁ ପ୍ରାର୍ଥୀ କରିଛି । ସେହିପରି ପଞ୍ଜାବରେ ମାତ୍ର ଦୁଇଟି ଆସନରେ ଚଳିତ ପର୍ଯ୍ୟାୟରେ ପ୍ରାର୍ଥୀ ଦେଇଛି ଦଳ । ହୁସିଆରପୁରରୁ ୟାମିନ ଗୋମାର ଓ ଫରିଦକୋଟ ଆସନରୁ ଅମରଜିତ କୌର ସାହୋକେଙ୍କୁ ଦଳ ଟିକେଟ ଦେଇଛି ।

ଉତ୍ତର-ଭାରତୀୟ ରାଜ୍ୟ ବିହାର ଜାତୀୟ ରାଜନୀତିରେ ବେଶ ପ୍ରଭାବ ରଖିଥାଏ । ଏହି ରାଜ୍ୟରେ ମୋଟ 40 ଲୋକସଭା ଆସନ ଥିବା ବେଳେ ଉଭୟ ଜାତୀୟ ଦଳ କଂଗ୍ରେସ ଓ ବିଜେପି ମେଣ୍ଟରେ ନିର୍ବାଚନ ଲଢୁଛନ୍ତି । କଂଗ୍ରେସ ଲାଲୁଙ୍କ ରାଷ୍ଟ୍ରୀୟ ଜନତା ଦଳ ଓ ଅନ୍ୟ କିଛି ବାମପନ୍ଥୀ ଦଳଙ୍କ ସହ ‘ଇଣ୍ଡିଆ’ ମେଣ୍ଟ ବ୍ୟାନରରେ ନିର୍ବାଚନ ଲଢୁଛି । ମୋଟ 40 ଆସନ ମଧ୍ୟରେ ସିଂହଭାଗ ଆରଜେଡି ଖାତାକୁ ଯାଇଥିବା ବେଳେ କଂଗ୍ରେସ ମାତ୍ର 9 ଆସନ ପାଇଛି । ଏହି ଆସନରେ ଦଳ ପର୍ଯ୍ୟାୟକ୍ରମିକ ପ୍ରାର୍ଥୀ ଘୋଷଣା ଜାରି ରଖିଛି । ସେହିପରି ଭାରତୀୟ ଜନତା ପାର୍ଟି ମଧ୍ୟ ଶାସନରେ ଥିବା ନୀତିଶଙ୍କ ଦଳ ଜେଡିୟୁ, ‘ହାମ’ ଓ ଚିରାଗ ପାସଓ୍ବାନଙ୍କ ଦଳ ସହ ମେଣ୍ଟରେ ନିର୍ବାଚନ ଲଢୁଛି ।

  • ଏହା ମଧ୍ୟ ପଢନ୍ତୁ :- ଜମ୍ମୁ-କାଶ୍ମୀରରେ ଯବାନଙ୍କ ଭାଇଙ୍କୁ ଗୁଳିକରି ହତ୍ୟା କଲେ ଆତଙ୍କୀ - Man shot dead by terrorists

ଇଣ୍ଡିଆ ମେଣ୍ଟର ମୁଖ୍ୟ ଦଳ କଂଗ୍ରେସ ବିଭିନ୍ନ ରାଜ୍ୟରେ ସହଯୋଗୀ ଦଳଙ୍କ ମଧ୍ୟରେ ଆସନ ବୁଝାମଣା ମଧ୍ୟରେ ଫସିଛି । କୌଣସି ଆଞ୍ଚଳିକ ଦଳ କଂଗ୍ରେସକୁ ଅଧିକ ଆସନ ଛାଡିବା ପାଇଁ ରାଜି ମଧ୍ୟ ନାହାନ୍ତି । ପୂର୍ବରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଂଗ୍ରେସ ସହ ଆସନ ବୁଝାମଣା କରିବେ ନାହିଁ ବୋଲି କହିବା ସହ ସମସ୍ତ 42 ଆସନରେ ଏକାକୀ ପ୍ରାର୍ଥୀ ଘୋଷଣା ମଧ୍ୟ କରିସାରିଛନ୍ତି । ସେହିପରି ଉତ୍ତର ପ୍ରଦେଶରେ ବିରୋଧୀ ଦଳ ସାମାଜବାଦୀ ପାର୍ଟି ସହ ଆସନ ବୁଝାମଣାରେ କଂଗ୍ରେସ ନିର୍ବାଚନ ଲଢୁଥିବା ବେଳେ ଦଳକୁ ମାତ୍ର 17 ଆସନ ଦେଇଛି ଅଖିଳେଶଙ୍କ କ୍ୟାମ୍ପ । ଏହି ଆସନ ମଧ୍ୟରେ ଗାନ୍ଧୀ ପରିବାରର ପାରମ୍ପରିକ ଆସନ କୁହାଯାଉଥିବା ଆମେଠୀ, ରାୟ-ବରେଲୀ ପରି ଆସନ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.