ETV Bharat / politics

କଂଗ୍ରେସ ନିର୍ବାଚନ କମିଟି ବୈଠକ: ବନ୍ଦ ଲଫାପା ଭିତରେ ଆଶାୟୀ ପ୍ରାର୍ଥୀଙ୍କ ଭାଗ୍ୟ - କଂଗ୍ରେସ ନିର୍ବାଚନ କମିଟି ବୈଠକ

Congress PEC Meeting: ଭୁବନେଶ୍ବରର ଏକ ଘରୋଇ ହୋଟେଲରେ ବସିଥିଲା ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ବୈଠକ । ପିସିସି ସଭାପତିଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ପ୍ରଗମନ ଦ୍ବାରା ଆବେଦନ କରିଥିବା ପ୍ରାର୍ଥୀଙ୍କ ଉପରେ ଆଲୋଚନା ହୋଇ ସ୍କ୍ରିନିଂ କମିଟିକୁ ଦିଆଯାଇଛି ତାଲିକା । ଅଧିକ ପଢ଼ନ୍ତୁ

କଂଗ୍ରେସ ନିର୍ବାଚନ କମିଟି ବୈଠକ
କଂଗ୍ରେସ ନିର୍ବାଚନ କମିଟି ବୈଠକ
author img

By ETV Bharat Odisha Team

Published : Feb 19, 2024, 10:42 PM IST

କଂଗ୍ରେସ ନିର୍ବାଚନ କମିଟି ବୈଠକ

ଭୁବନେଶ୍ବର: କଂଗ୍ରେସ ହାତରେ ବହୁ ଆଶାୟୀଙ୍କ ତାଲିକା । କିଏ ପାଇବ ଟିକେଟ ? କାହା ନାଁ ଉପରେ ବାଜିବ ହାଇକମାଣ୍ଡଙ୍କ ମୋହର ? ଏନେଇ ଆଜି (ସୋମବାର) ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ଭୁବନେଶ୍ବରର ଏକ ଘରୋଇ ହୋଟେଲରେ ବସିଥିଲା ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ବୈଠକ । ପିସିସି ସଭାପତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । ଏହା ପୂର୍ବରୁ ସାଂସଦ ଓ ବିଧାୟକ ଲଢ଼ିବା ପାଇଁ କେଉଁମାନେ ଫିଟ୍, ସେନେଇ ଜିଲ୍ଲା ସଭାପତିଙ୍କ ସହିତ ମାରାଥନ ବୈଠକ କରି ରିପୋର୍ଟ ନେଇଥିଲା ପ୍ରଦେଶ କଂଗ୍ରେସ କମିଟି । ତେବେ ବୈଠକ ଶେଷରେ ପ୍ରାୟ ସବୁ ଆସନରୁ 2-3 ଜଣଙ୍କର ନାମ ସ୍କ୍ରିନିଂ କମିଟିକୁ ଦିଆଯାଇଛି । ସ୍କ୍ରିନିଂ କମିଟି କଂଗ୍ରେସ ସେଣ୍ଟ୍ରାଲ ଇଲେକ୍ସନ କମିଟିକୁ ରିପୋର୍ଟ ଦେବ । ଦଳର CEC ଚୂଡ଼ାନ୍ତ ପ୍ରାର୍ଥୀ ଉପରେ ମୋହର ମାରିବ ।

କଂଗ୍ରେସ ପାଖରେ ଆଶାୟୀ ଅନେକ । ହେଲେ କାହାକୁ ମିଳିବ ଟିକେଟ ? ରାଇଟ ଚଏସ୍‌ କିଏ, ଯିଏ ବିଜେପି ଓ ବିଜେଡି ସହିତ କରିବ ଦୃଢ଼ ମୁକାବିଲା ? ଅଞ୍ଚଳରେ କିଏ ହାସଲ କରିପାରିବ ପୂର୍ଣ୍ଣ ଜନ ସମର୍ଥନ ? କାହା ପାଖରେ ଅଛି ଲୋକ ପ୍ରିୟତା ? ଜନମତ କେଉଁ ଆଶାୟୀଙ୍କ ସପକ୍ଷରେ ଯିବ ? ସମସ୍ତ ସାଙ୍ଗଠନିକ ଜିଲ୍ଲାର ସଭାପତିଙ୍କ ସହିତ ଆଲୋଚନା କରି ରିପୋର୍ଟ ନେଇଛନ୍ତି ପିସିସି ସଭାପତି । ପ୍ରାୟ ସବୁ ଆସନରେ ଏକାଧିକ ଆଶାୟୀ ଆବେଦନ କରିଛନ୍ତି ଦଳୀୟ ଟିକେଟ୍‌ରୁ ନିର୍ବାଚନ ଲଢ଼ିବା ଲାଗି । କାହାର ସଂଗଠନ ମଜଭୁତ ଅଛି, ଯିଏ ଟିକେଟ ପାଇଲେ ଠିକଣା ଢଙ୍ଗରେ ଲଢି ପାରିବ, ସେନେଇ ଜିଲ୍ଲା ସଭାପତି ପିସିସିକୁ ଦେଇଛନ୍ତି ରିପୋର୍ଟ । ବିଧାନସଭା ଆସନ ସଂଖ୍ୟା 147, ପ୍ରଗମନରେ ଆବେଦନକାରୀ ସଂଖ୍ୟା 6000ରୁ ଊର୍ଦ୍ଧ୍ବ । ଲୋକସଭା ଆସନ ସଂଖ୍ୟା 21, ଆଶାୟୀଙ୍କ ସାଂଖ୍ୟ 700ରୁ ଅଧିକା । ଦଳ କହିଛି, ଜିତିବାର ସମ୍ଭାବନା ଯାହାର ଅଧିକ, ସିଏ ହାତେଇବ ଟିକେଟ । ଅଧିକ ନୂଆ ଲୋକଙ୍କୁ ମିଳିବ ସୁଯୋଗ ।

ଏହା ମଧ୍ୟ ପଢ଼ନ୍ତୁ...କଂଗ୍ରେସର ଟିକେଟ୍ କସରତ; ମାର୍ଚ୍ଚ ପ୍ରଥମ ସପ୍ତାହରେ ୭୦ ପ୍ରାର୍ଥୀ ଘୋଷଣା

ତେବେ ଏନେଇ ଆଜି ବସିଥିବା ପ୍ରଦେଶ କଂଗ୍ରେସ ଇଲେକ୍ସନ କମିଟି ବୈଠକ ପରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ପିଇସି କମିଟିରେ ଥିବା ସଦସ୍ୟ ସେମାନଙ୍କର ମତ ରଖିଛନ୍ତି । ପ୍ରାର୍ଥୀଙ୍କ ଯୋଗ୍ୟତା ନେଇ ବୈଠକରେ ଆଲୋଚନା ହୋଇଛି । ଜିତିବା ସମ୍ଭାବନା ଅଧିକ ଥିବା ପ୍ରାର୍ଥୀଙ୍କୁ ପ୍ରଥମିକତା ଆଧାରରେ ଟିକେଟ ପ୍ରଦାନ କରାଯିବ । ଯୁବକ ଏବଂ ମହିଳାଙ୍କୁ ପ୍ରାଧାନ୍ୟ ଦେଇ ଟିକେଟ ବଣ୍ଟନ ହେବ । ଦ୍ଵିତୀୟ ପର୍ଯ୍ୟାୟରେ କୋର କମିଟି ବୈଠକ ପରେ ସ୍କ୍ରିନିଙ୍ଗ୍‌ କମିଟିକୁ ପାର୍ଥୀଙ୍କ ତାଲିକା ପଠାଯିବ । ଅତିଶୀଘ୍ର ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରକାଶ ପାଇବ । ସେପଟେ ସାଂସଦ ସପ୍ତଗିରି ଉଲାକା କହିଛନ୍ତି, "ପ୍ରଗମନ ମାଧ୍ୟମରେ 2500ରୁ ଊର୍ଦ୍ଧ୍ବ ପ୍ରାର୍ଥୀ ଅନଲାଇନରେ ଆବେଦନ କରିଥିଲେ । ଏବେ ପିଇସି ବୈଠକ ପରେ ପ୍ରାର୍ଥୀଙ୍କ ତାଲିକା ସ୍କ୍ରିନିଙ୍ଗ କମିଟିକୁ ପଠାଯିବ । ଖୁବଶୀଘ୍ର ପ୍ରାର୍ଥୀ ତାଲିକା ପ୍ରକାଶ କରିବାକୁ ଆମେ ପ୍ରସ୍ତୁତ ହେଉଛୁ । ମଧ୍ୟପ୍ରଦେଶ, ଛତିଶଗଡ, କର୍ଣ୍ଣାଟକ ପଲିସିରେ କାର୍ଯ୍ୟ କରିବାକୁ ମୁଁ ମତ ଦେଇଛି । ମୁଁ ମଧ୍ୟ କୋରାପୁଟ ସାଂସଦ ଭାବରେ ଲଢ଼ିବା ପାଇଁ ଆବେଦନ କରିଛି । ମୁଁ ଅଞ୍ଚଳରେ କାମ କରିବା ଆରମ୍ଭ କରିସାରିଛି । ଆଶା ଅଛି ଦଳ ମୋତେ ଟିକେଟ ଦେବ ଏବଂ ମୁଁ ଲଢ଼ିବି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.