ETV Bharat / politics

ଜିତିଲେ ବର୍ଷକ ମଧ୍ୟରେ ସମସ୍ୟାର ସମାଧାନ କରିଦେବି: ବ୍ରହ୍ମପୁର କଂଗ୍ରେସ ସାଂସଦ ପ୍ରାର୍ଥୀ - BERHAMPUR CONSTITUENCY

author img

By ETV Bharat Odisha Team

Published : Apr 17, 2024, 7:41 PM IST

Updated : Apr 17, 2024, 7:48 PM IST

Congress On Berhampur Issues: କଂଗ୍ରେସର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ରଶ୍ମି ରଞ୍ଜନ ପଟ୍ଟନାୟକ ଆଜି ଏକ ପ୍ରେସ ମିଟ ଜରିଆରେ ବ୍ରହ୍ମପୁର ସହରର ସମସ୍ୟା ବିଷୟରେ ଜଣାଇଛନ୍ତି । ସାଂସଦ ଭାବେ ନିର୍ବାଚିତ ହେଲେ ୧ ବର୍ଷ ମଧ୍ୟରେ ସମାଧାନ କରିବାର ପ୍ରତିଶୃତି ମଧ୍ୟ ସେ ଦେଇଛନ୍ତି । ଅଧିକ ପଢନ୍ତୁ

ସାଧାରଣ ଜନତାଙ୍କ ପ୍ରମୁଖ ସମସ୍ୟାର ସମାଧାନ ହେବ ପ୍ରାଥମିକତା:  ବ୍ରହ୍ମପୁର କଂଗ୍ରେସ ଲୋକସଭା ପ୍ରାର୍ଥୀ

ବ୍ରହ୍ମପୁର: ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଜୋର ଧରିଛି ପ୍ରାର୍ଥୀଙ୍କ ପ୍ରଚାର । ରାଜ୍ୟର ହାଇପ୍ରୋଫାଇଲ ଲୋକସଭା ସିଟ୍ ବ୍ରହ୍ମପୁର ପାଇଁ ବିଜେଡିରୁ ଭୃଗୁ ବକ୍ସିପାତ୍ର, ବିଜେପିରୁ ପ୍ରଦୀପ ପାଣିଗ୍ରାହୀ ଓ କଂଗ୍ରେସରୁ ରଶ୍ମି ରଞ୍ଜନ ପଟ୍ଟନାୟକ ମୁହାଁମୁହିଁ ହେବେ । ତେବେ ଏହି କ୍ରମରେ ବ୍ରହ୍ମପୁର ଲୋକସଭାର କଂଗ୍ରେସ ଦଳର ପ୍ରାର୍ଥୀ ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି । ରଶ୍ମି ରଞ୍ଜନ କହିଛନ୍ତି ଯେ, ବ୍ରହ୍ମପୁରର ମୌଳିକ ସମସ୍ୟା ଦୂର କରିବାରେ ଉଭୟ ବିଜେଡି ଓ ବିଜେପି ଫେଲ ମାରିଛନ୍ତି । ଯଦି ସେ ସାଂସଦ ଭାବେ ନିର୍ବାଚିତ ହୁଅନ୍ତି ତେବେ ସାଧାରଣ ଜନତାଙ୍କ ଦୀର୍ଘ ବର୍ଷର ପ୍ରମୁଖ ସମସ୍ୟାର ସମାଧାନ ହେବ ମୋର ପ୍ରାଥମିକତା ବୋଲି କହିଛନ୍ତି ।

ଦକ୍ଷିଣ ଓଡିଶାର ପ୍ରମୁଖ ସହର ଭାବେ ବ୍ରହ୍ମପୁରରେ ରାସ୍ତା ଘାଟର ସମସ୍ୟା ରହିଛି । ଉଦାହରଣ ଭାବେ ଶିବଶକ୍ତି ହଲ ପାଖରେ ଦୀର୍ଘ ବର୍ଷରୁ ଖୋଳା ଯାଇଥିବା ରାସ୍ତାକୁ ସେ ଉଲ୍ଲେଖ କରିଥିଲେ । ସେ ନିର୍ବାଚିତ ହେଲେ ଘରେ ଘରେ ପିଇବା ପାଣି ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ସେହିପରି ଏମକେସିଜି ମେଡିକାଲରେ ଦୀର୍ଘ ଦିନରୁ ପୂର୍ଣ୍ଣ ସଂଖ୍ୟକ ପ୍ରଫେସର ମାନଙ୍କ ଅଭାବ ତଥା ରୋଗୀଙ୍କ ପାଇଁ ବେଡ୍ ଅଭାବ କଥାକୁ ଉଠାଇଥିଲେ । ସେଠାରେ ରୋଗୀ ମାନେ ତଳେ ଚିକିତ୍ସିତ ହେବା ସହ ହସ୍ପିଟାଲ ପରିସରରେ କୁକୁର ବୁଲିବା ସମସ୍ୟାକୁ କହିଥିଲେ । ଏଥି ପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦାୟୀ ବୋଲି କହିଥିଲେ । ତେବେ ସାଂସଦ ଭାବେ ନିର୍ବାଚିତ ହେଲେ ୧ ବର୍ଷ ମଧ୍ୟରେ ସହରର ନକ୍ସା ପରିବର୍ତ୍ତନ କରିଦେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ରଶ୍ମି ରଞ୍ଜନ ।

ଏହା ମଧ୍ୟ ପଢନ୍ତୁ... ନିର୍ବାଚନ ପାଇଁ ଷ୍ଟୁଡିଓ ବ୍ୟସ୍ତ; ରେଶମ ସହରରେ ଚାଲିଛି ରେକଡିଂ, ଗୀତ-ଗୀତରେ ହେବ ଲଢ଼େଇ - Election Campaign Song Recording

ପୂର୍ବରୁ ଏଆଇସିସି ପକ୍ଷରୁ କଂଗ୍ରେସ ଦଳ ଆଗାମୀ ସାଧାରଣ ନିର୍ବାଚନ ଅଭିଯାନର ଟ୍ୟାଗଲାଇନ୍ "ହାଥ ବଦଲେଗା ହାଲାତ" ଘୋଷଣା କରାଯାଇଥିବା ବେଳେ ଏହି ଅନୁସାରେ ଏକ ମାନିଫେଷ୍ଟୋ ଆରମ୍ଭ କରିଛି । ଯେଉଁଥିରେ ଦେଶର ଲୋକଙ୍କ ପାଇଁ ପାଞ୍ଚଟି ନୁହେଁ ବରଂ ୨୫ ଗୋଟି ଗ୍ୟାରେଣ୍ଟି ରହିଛି । ଏହି ଅବସରରେ କୃଷକ ମାନଙ୍କ ପାଇଁ ନ୍ୟାୟ, ସମାନ ଅଂଶଗ୍ରହଣ ପାଇଁ ନ୍ୟାୟ, ପଛୁଆ ଜାତି ଏବଂ ଆଦିବାସୀଙ୍କୁ ଖାଦ୍ୟ ଯୋଗାଇବା, ଶ୍ରମିକମାନଙ୍କ ପାଇଁ ନ୍ୟାୟ (ଶ୍ରମିକ ନ୍ୟାୟ), ମହିଳାମାନଙ୍କ ପାଇଁ ନ୍ୟାୟ (ନାରୀ ନ୍ୟାୟ), ଯୁବବର୍ଗଙ୍କ ପାଇଁ ନ୍ୟାୟ ଭଳି ପ୍ରସଙ୍ଗ ସାମିଲ ରହିଛି ।

ଏମ୍.କେ.ସି.ଜି ରେ ଉନ୍ନତମାନର ଓ ଅତ୍ୟାଧୁନିକ ସ୍ବାସ୍ଥ୍ୟସେବା ସହ ବର୍ଣ୍ଣ କେୟାର ୟୁନିଟର ଆରମ୍ଭ କରାଯିବା ସହ ଗଞ୍ଜାମରେ ରାଜ୍ୟର ଦ୍ବିତୀୟ AIIMS ଆରମ୍ଭ କରାଯିବ । ଆଜିର ଯୁବକ ଯୁବତୀ ମାନଙ୍କୁ କର୍ମ ନିଯୁକ୍ତି ଦେବାରେ ଉଭୟ ବିଜେଡି ଏବଂ ବିଜେପି ସରକାର ବିଫଳ ହୋଇଛନ୍ତି । କଂଗ୍ରେସ ଦଳ ସରକାରକୁ ଆସିଲେ ସମସ୍ତ ବେକାରୀ ରହିଥିବା ଯୁବକ/ଯୁବତୀ ମାନଙ୍କୁ କର୍ମ ନିଯୁକ୍ତି ଦେବା ସହ ରାଜ୍ୟରେ କିପରି ଶିଳ୍ପ କାରଖାନା ଆରମ୍ଭ ହୋଇପାରିବ ତାହା ପ୍ରତି ଧ୍ୟାନ ଦିଆଯିବ ବୋଲି କୁହାଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Apr 17, 2024, 7:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.