ETV Bharat / politics

ସୁରେନ୍ଦ୍ର ସିଂହ ଭୋଇ ନିର୍ବାଚନ ହାରି ଯିବା ଭୟରେ ଦଳ ଛାଡିଛନ୍ତି: ନରସିଂହ ମିଶ୍ର - ODISHA ASSEMBLY ELECTION 2024

author img

By ETV Bharat Odisha Team

Published : Mar 28, 2024, 10:27 PM IST

Congress MLA Narasingha Mishra Reaction: ଆଜି କଂଗ୍ରେସ ଛାଡିଛନ୍ତି ବଲାଙ୍ଗିର ଜିଲ୍ଲା କଂଗ୍ରେସ ସଭାପତି ତଥା ପୂର୍ବତନ ମନ୍ତ୍ରୀ ଓ ବିରୋଧୀ ଦଳ ନେତା ସୁରେନ୍ଦ୍ର ସିଂହ ଭୋଇ । ଯାହାକୁ ନେଇ ଜିଲ୍ଲାର ଅନ୍ୟତମ ଟାଣୁଆ ନେତା ନରସିଂହ ମିଶ୍ର କଡା ସମାଲୋଚନା କରିଛନ୍ତି । ଅଧିକ ପଢନ୍ତୁ

"ସୁରେନ୍ଦ୍ର ସିଂହ ଭୋଇ ନିର୍ବାଚନ ହାରି ଯିବା ଭୟରେ ଦଳ ଛାଡିଛନ୍ତି": ନରସିଂହ ମିଶ୍ର

ବଲାଙ୍ଗିର: ରାଜ୍ୟ କଂଗ୍ରେସକୁ ମିଳିଛି ପୁଣି ଝଟକା । ପ୍ରଥମେ ନୂଆପଡା ବିଧାୟକ ଅଧିରାଜ ପାଣିଗ୍ରାହୀ ଦଳ ଛାଡି ବିଜେଡିରେ ମିଶି ଥିଲେ । ସେହିପରି ଆଜି ଦଳ ଛାଡିଛନ୍ତି ବଲାଙ୍ଗିର ଜିଲ୍ଲା କଂଗ୍ରେସ ସଭାପତି ତଥା ପୂର୍ବତନ ମନ୍ତ୍ରୀ ଓ ବିରୋଧୀ ଦଳ ନେତା ସୁରେନ୍ଦ୍ର ସିଂହ ଭୋଇ । ଏହାକୁ ନେଇ କଂଗ୍ରେସ ବିରୋଧୀ ଦଳ ନେତା ନରସିଂହ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି, "ସୁରେନ୍ଦ୍ର ସିଂହ ଭୋଇ ନିର୍ବାଚନ ହାରି ଯିବା ଭୟରେ ଦଳ ଛାଡିବା ପାଇଁ ବହୁ ଦିନରୁ ପ୍ରୟାସ ଜାରି ରଖିଥିଲେ । ବାରମ୍ବାର ବିଭିନ୍ନ ଦଳକୁ ଯାଇ ଫେରିଥିଲେ । ହେଲେ ଏବେ ବୋଧେ କିଛି ପ୍ରତିଶୃତି ପାଇ ସେ ଦଳ ଛାଡିଛନ୍ତି ।" ତେବେ ତାଙ୍କ ଦଳ ଛାଡିବା ଦ୍ବାରା କଂଗ୍ରେସ ପ୍ରଭାବିତ ହେବ ନାହିଁ ବୋଲି ସେ କହିଛନ୍ତି । ତାଙ୍କ ସ୍ଥାନରେ ଏବେ କଂଗ୍ରେସ ନେତା ଅଶୋକ କୁମାର ନନ୍ଦଙ୍କୁ ଜିଲ୍ଲା କଂଗ୍ରେସ ସଭାପତି ଦାୟିତ୍ୱ ଦିଆ ଯାଇଛି ।

ଏହା ମଧ୍ୟ ପଢନ୍ତୁ ... ବଲାଙ୍ଗୀରର ବିକାଶ ପାଇଁ କାମ କରିବି: କଳିକେଶ - Balangir Assembly Constituency

ସେହିପରି ପକ୍କା କଂଗ୍ରେସ ଲୋକ କଂଗ୍ରେସ ରେ ହିଁ ରହିବେ । ତେବେ ସୁରେନ୍ଦ୍ର ସିଂହ ଭୋଇ ସହ ଯେଉଁମାନେ ଯାଇଛନ୍ତି ସେମାନେ କେବେ କଂଗ୍ରେସ ଦଳର ଲୋକ ନ ଥିଲେ ବୋଲି ସେ କହିଛନ୍ତି । ସୁରେନ୍ଦ୍ର ସିଂହ ଭୋଇଙ୍କ ବାପା ରମେଶ ଚନ୍ଦ୍ର ସିଂହ ଭୋଇ 1980 ରେ ସଇଁତଲା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସରୁ ବିଜୟୀ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ସୁରେନ୍ଦ୍ର ସିଂହ ଭୋଇ 1995 ମସିହାରୁ ସଇଁତଲାରୁ କଂଗ୍ରେସ ଦଳରୁ ସେ ବିଜୟୀ ହୋଇଥିଲେ । ସେହିପରି 2000 ବିଧାନସଭା ନିର୍ବାଚନରେ ମଧ୍ୟ ସେ ବିଜୟୀ ହୋଇଥିଲେ । ତେବେ ଏହାରି ମଧ୍ୟରେ ସେ ବିରୋଧୀ ଦଳ ନେତା ଓ ମନ୍ତ୍ରୀ ପଦବୀରେ ମଧ୍ୟ ଅଳଙ୍କୃତ ହୋଇଥିଲେ ।

ହେଲେ ଯେଉଁ ଦିନଠାରୁ ସଇଁତଲା ବିଧାନସଭା ନିର୍ବାଚନ ମଣ୍ଡଳୀ ଟିଟିଲାଗଡ଼ରେ ସାମିଲ ହେଲା ସେହି ଦିନ ଠାରୁ ସେ ବିଧାନସଭା ନିର୍ବାଚନରେ ପରାଜିତ ହୋଇ ଆସୁଥିଲେ । ହେଲେ ପଞ୍ଚାୟତ ନିର୍ବାଚନରେ ସେ ସବୁ ବେଳେ ସଫଳ ହୋଇ ଆସିଛନ୍ତି । ଏବେ ତାଙ୍କ ସ୍ତ୍ରୀ ସଇଁତଲା ବ୍ଲକ ଅଧ୍ୟକ୍ଷା ମଧ୍ୟ ଅଛନ୍ତି । ତେବେ ସେ କଂଗ୍ରେସ ଦଳ ଛାଡିବା ଆଗକୁ କଂଗ୍ରେସ ପାଇଁ କଣ କ୍ଷତି ହେବ ତାହା ସମୟ କହିବ । ସେ ଆଜି ବ୍ୟକ୍ତିଗତ କାରଣରୁ ଦଳ ଛାଡି ଥିବାର ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି । ତେବେ ସେ ଓ ତାଙ୍କ କିଛି ସମର୍ଥକଙ୍କ ସହ ଭୁବନେଶ୍ବରରେ ଡେରା ପକାଇଛନ୍ତି ଏବଂ ସେ ଖୁବ ଶୀଘ୍ର ବିଜେଡିର ମିଶିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ବଲାଙ୍ଗିର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.