ETV Bharat / politics

ବିଜେଡିରେ ଯୋଗ ଦେଲେ ଚିରଞ୍ଜୀବି ବିଶ୍ୱାଳ, କ'ଣ କହିଲେ କଂଗ୍ରେସ ନେତା ? - Jagatsinghpur Congress

Congress Reaction On Chiranjib Biswal: ପୂର୍ବତନ କଂଗ୍ରେସ ନେତା ଚିରଞ୍ଜୀବି ବିଶ୍ୱାଳ ଦଳ ଛାଡି ବିଜେଡିରେ ମିଶିବା ପରେ ପ୍ରତିକ୍ରିୟା ରଖିଛି ଜଗତସିଂହପୁର ଜିଲ୍ଲା କଂଗ୍ରେସ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Mar 31, 2024, 8:06 PM IST

ଚିରଞ୍ଜୀବି ବିଶ୍ୱାଳ
ଚିରଞ୍ଜୀବି ବିଶ୍ୱାଳ
ଚିରଞ୍ଜୀବି ବିଶ୍ୱାଳ

ଜଗତସିଂହପୁର: ହାତ ଛାଡ଼ି ଶଙ୍ଖ ଧରିଛନ୍ତି ଜଗତସିଂହପୁର ଜିଲ୍ଲାର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବି ବିଶ୍ୱାଳ । ବିଦ୍ଧିବଧ ଭାବରେ ଆଜି (ରବିବାର) ସେ ବିଜେଡିରେ ସାମିଲ ହୋଇଛନ୍ତି । ଆଜି ଶଙ୍ଖ ଭବନରେ ବିଜେଡିରେ ଯୋଗଦେବା ପରେ ଜଗତସିଂହପୁର କଂଗ୍ରେସ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ଚିରଞ୍ଜୀବି ବିଜେଡିରେ ମିଶିବାକୁ ନେଇ କଡା ସମାଲୋଚନା କରିଛନ୍ତି କଂଗ୍ରେସ ନେତା ।

ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ ପ୍ରତିକ୍ରିୟା ରଖି କହିଛନ୍ତି, "ଜଗତସିଂହପୁର ଜିଲ୍ଲାରେ କଂଗ୍ରେସ ପରିବାରର ଜଣେ ପୁରୁଣା ବ୍ୟକ୍ତି ଥିଲେ ଚିରଞ୍ଜୀବି ବିଶ୍ୱାଳ । ଚିରଞ୍ଜୀବି ବିଶ୍ୱାଳଙ୍କ ବାପା ସ୍ବର୍ଗତ ବସନ୍ତ କୁମାର ବିଶ୍ବାଳ କଂଗ୍ରେସରୁ ତିର୍ତ୍ତୋଲ ବିଧାୟକ ଭାବେ ବେଶ ସୁନାମ ଅର୍ଜନ କରିବା ସହିତ କଂଗ୍ରେସ ସରକାର ସମୟରେ ସେ ଉପ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ଚିରଞ୍ଜୀବି ବିଶ୍ୱାଳଙ୍କ ଭାଇ ରଞ୍ଜୀବ ବିଶ୍ୱାଳକୁ କଂଗ୍ରେସ ଦୁଇ ଦୁଇ ଥର ଲୋକସଭାକୁ ପଠାଇଥିବା ବେଳେ ଥରେ ରାଜ୍ୟସଭା ସାଂସଦ ଭାବେ କଂଗ୍ରେସ ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା । କିନ୍ତୁ ଦୁର୍ଭାଗ୍ୟର ବିଷୟ ଆଜି ଚିରଞ୍ଜୀବି ବିଶ୍ୱାଳ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଛନ୍ତି । କିଏ କେଉଁ ଦଳକୁ ଯିବ ସେଇଟା ନିଜର ବ୍ୟକ୍ତିଗତ ବ୍ୟାପାର । କିନ୍ତୁ ଜିଲ୍ଲା କଂଗ୍ରେସ ଦୁର୍ବଳ ନୁହେଁ । 2024 ସାଧାରଣ ନିର୍ବାଚନରେ ଜଗତସିଂହପୁର ଜିଲ୍ଲାର 4ଟି ବିଧାନସଭା ଆସନରେ ଦଳ ପ୍ରାର୍ଥୀ ଦେବ ।"

ଏହା ମଧ୍ୟ ପଢ଼ନ୍ତୁ...ଶଙ୍ଖ ଫୁଙ୍କିଲେ ଚିରଞ୍ଜୀବ ବିଶ୍ବାଳ, କହିଲେ କିଛି ସ୍ବାର୍ଥ ନେଇ ବିଜେଡିକୁ ଆସିନି - Chiranjib Biswal Joins BJD

ସେହିଭଳି ପୂର୍ବତନ ପୌରଧ୍ୟକ୍ଷ ବିପ୍ଳବ ଚୌଧୁରୀ କହିଛନ୍ତି, "ଚିରଞ୍ଜୀବି ବିଶ୍ୱାଳଙ୍କୁ ଯେତେବେଳେ ଦଳ ବିରୋଧୀ କାର୍ଯ୍ୟ ପାଇଁ ପିସିସି ସଭାପତି ନିଲମ୍ବନ କରିଥିଲେ ସେତେବେଳେ ସାମ୍ବାଦିକ ସମ୍ମିଳନୀ କରି ଚିରଞ୍ଜୀବି କହିଥିଲେ ଯେ, ବିଜେଡିକୁ ଯାଇ କ'ଣ ଶଙ୍ଖ ଭବନରେ ଝାଡୁ ମାରିବି ? ମୋ ଜୀବନରେ ବେଇମାନୀ ନାହିଁ । ମୁଁ କେବେ ବେଇମାନୀ କରିବି ନାହିଁ । ହେଲେ ଆଜି କଂଗ୍ରେସ ପ୍ରତି ଏହା କ'ଣ ବେଇମାନୀ ନୁହେଁ କି ? ରାଜ୍ୟରେ କଂଗ୍ରେସ ଏହି ବିଶ୍ବାଳ ପରିବାରକୁ ସବୁ କିଛି ଦେଇଥିଲା । ଚିରଞ୍ଜୀବିଙ୍କ ବାପା ବସନ୍ତ ବିଶ୍ୱାଳଙ୍କଠାରୁ ଆରମ୍ଭ କରି ଚିରଞ୍ଜୀବିଙ୍କୁ ବାରମ୍ବାର ଟିକେଟ ଦେଇ ବିଧାନସଭାକୁ ପଠାଇଥିଲା । କିନ୍ତୁ ସେ ସ୍ୱାଭିମାନ କାର୍ଯ୍ୟ କରିଛନ୍ତି ନାଁ ବେଇମାନ କାର୍ଯ୍ୟ କରିଛନ୍ତି ତାହା ସାଧାରଣ ଭୋଟର ନିଷ୍ପତ୍ତି ନେବେ।" ତେବେ ଜଗତସିଂହପୁର ଜିଲ୍ଲାରେ କଂଗ୍ରେସ ଆଗାମୀ 2024 ସାଧାରଣ ନିର୍ବାଚନରେ ତାର ଶକ୍ତି ପଦର୍ଶନ କରିବ ବୋଲି କଂଗ୍ରେସ ନେତାମାନେ ଦୃଢକ୍ତି ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.