ETV Bharat / politics

ସମ୍ବିତଙ୍କୁ ଇତିହାସ ପଢ଼ାଇଲେ ଶ୍ରୀକାନ୍ତ, କହଲେ ପୁରୀରେ ଭୟଙ୍କର ଭାବେ ରହିଛି ଜାତିପ୍ରଥା - Srikant Jena Targets Sambit Patra

author img

By ETV Bharat Odisha Team

Published : Jul 2, 2024, 11:06 PM IST

Srikant Jena Targets Puri MP Sambit Patra: ଓଡ଼ିଶାରେ ଜାତିଭେଦ ନାହିଁ ଓ ଜଗନ୍ନାଥ ମନ୍ଦିରରୁ ଗାଣତାନ୍ତ୍ରିକ ବ୍ୟବସ୍ଥା ଆରମ୍ଭ ହୋଇଥିବା ସଂସଦରେ କହିଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର । ଯାହାକୁ ନେଇ ସମ୍ବିତଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା । ପୁରୀରେ ଭୟଙ୍କର ଜାତିଭେଦ ରହିଥିବା ସେ କହିଛନ୍ତି । ଅଧିକ ପଢ଼ନ୍ତୁ

Srikant Jena Targets Puri MP Sambit Patra
Srikant Jena Targets Puri MP Sambit Patra (ETV Bharat Odisha)

ଭୁବନେଶ୍ବର: ସଂସଦରେ ବିଭିନ୍ନ ଆଲୋଚନା ନେଇ ଓଡ଼ିଶାରେ କଂଗ୍ରେସ ଓ ବିଜେପି ମୁହାଁମୁହିଁ ସ୍ଥିତିରେ । ଏପରିକି ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ଓ ମୋଦିଙ୍କ ଆକ୍ଷେପକୁ ନେଇ ଉଭୟ କଂଗ୍ରେସ ଓ ବିଜେପି କର୍ମୀ ପରସ୍ପର ଉପରକୁ ଢେଲା ପଥର ମାଡ଼ କରିବା ପରିସ୍ଥିତି ମଧ୍ୟ ଉପୁଜିଛି । ସେହିଭଳି ଲୋକସଭାରେ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ସମୟରେ ପୁରୀ ସାଂସଦ ସମ୍ବିତ ପାତ୍ର ନିଜ ବକ୍ତବ୍ୟରେ ପୁରୀରେ ଜାତିପ୍ରଥା କିଛି ନଥିବା କଥା କହିଥିଲେ । ଗଣତନ୍ତ୍ର ବ୍ୟବସ୍ଥା ପୁରୀ ଶ୍ରୀକ୍ଷେତ୍ରରୁ ଆରମ୍ଭ ହୋଇଛି ବୋଲି ସମ୍ବିତଙ୍କ ବକ୍ତବ୍ୟକୁ ନେଇ ଉଭୟ ସମ୍ବିତଙ୍କ ଉପରେ ବର୍ଷିଛନ୍ତି ଶ୍ରୀକାନ୍ତ ଜେନା ।

ଶ୍ରୀକାନ୍ତ କହିଛନ୍ତି, "ଜଗନ୍ନାଥ ଧାମରେ ଓଡ଼ିଶାରେ ଜାତିପ୍ରଥା ନାହିଁ, ଭାରତ ବର୍ଷର ଗାଣତାନ୍ତ୍ରିକ ବ୍ୟବସ୍ଥା ପୁରୀ ଶ୍ରୀକ୍ଷେତ୍ରରୁ ଆରମ୍ଭ ହୋଇଥିବା କଥା କହିଲେ ସମ୍ବିତ ପାତ୍ର । ହେଲେ ‌ନୈଷ୍ଟିକ ହିନ୍ଦୁ ଜଗନ୍ନାଥ ମନ୍ଦିରକୁ ପ୍ରବେଶ କରିପାରିବେ ବୋଲି ଜଗନ୍ନାଥ ମନ୍ଦିର ବାହାରେ ଲେଖା ହୋଇଛି । ନୈଷ୍ଟିକ ହିନ୍ଦୁ ଓ ହିନ୍ଦୁ ଭିତରେ କଣ ପ୍ରଭେଦ ରହିଛି ? ସେ ସାର୍ଟିଫିକେଟ କିଏ ଦେବ ? ରବିନ୍ଦ୍ରନାଥ ଟାଗୋର ଓ ଭୀମରାଓ ଆମ୍ବେଦକର ମନ୍ଦିର ଭିତରକୁ ଯାଇପାରିନଥିଲେ । ମହାତ୍ମାଗାନ୍ଧୀ ମନ୍ଦିର ଭିତରକୁ ଯାଇଥିଲେ, ହେଲେ ଦଳିତଙ୍କୁ ଭିତରକୁ ଛଡ଼ାଯାଉନଥିବା ଶୁଣି ସେ ଅନଶନରେ ବସିଥିଲେ । ଜଗନ୍ନାଥଙ୍କର ଚିନ୍ତାଧାରାରେ ଜାତିପ୍ରଥା ନାହିଁ, ହେଲେ ସେଠାରେ ବାସ୍ତବରେ କାର୍ଯ୍ୟବେଳକୁ ଭୟଙ୍କର ଜାତିପ୍ରଥା ରହିଛି । ଲୋକସଭା ସଦନ ଭିତରେ ଯେତେବେଳେ ପୁରୀ ସାଂସଦ ଓଡ଼ିଶାରେ ଜାତିପ୍ରଥା ନାହଁ ବୋଲି କହିଛନ୍ତି, ଏହାକୁ ମୁଁ ବୁଝିପାରିଲିନି ।"

ଏହା ମଧ୍ୟ ପଢ଼ନ୍ତୁ...ରାହୁଲଙ୍କୁ ବାଳକବୁଦ୍ଧି କହି ମୋଦିଙ୍କ ଆକ୍ରମଣ; କହିଲେ ହିନ୍ଦୁଙ୍କୁ ହିଂସୁକ କହିଥିବା ଲୋକକୁ ଦେଶବାସୀ କେବେ ଭୁଲିବେନି - PM MODI SPEECH IN PARLIAMENT

ସେ ଆହୁରି କହିଛନ୍ତି, "ଓଡ଼ିଶାରେ ନୂଆ ସରକାର ଆସିବା ପରେ ବିଜେପି ପ୍ରବକ୍ତା ନିଜ ସୋସିଆଲ ମିଡ଼ିଆରେ ଲେଖିଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସାନ୍ତାଳୀ ଜାତିର, ଦୁଇଜଣ ଉପମୁଖ୍ୟମନ୍ତ୍ରୀ ଜଣେ ରାଜ ପରିବାରର ଓ ଅନ୍ୟଜଣେ OBC ଜାତିର । ତେଣୁ ଏଠି ସେମାନେ ଜାତିପ୍ରଥାକୁ ପ୍ରୋତ୍ସାହନ ଦେଇଛନ୍ତି । ସମ୍ବିତ ପାତ୍ର ଥରେ କହିଥିଲେ ଜଗନ୍ନାଥ ନରେନ୍ଦ୍ର ମୋଦିଙ୍କର ଭକ୍ତ ଆଉ ଏବେ ଦୁଇ ଦିନ ତଳେ ଗୋଟିଏ ସମ୍ବର୍ନ୍ଧନା ସଭାରେ ଜଣେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ST, SC ଓ OBC ବର୍ଗକୁ ଉଠାଇ ଦେବା ପାଇଁ । ଏହା ବିଜେପିର ଭୟଙ୍କର ଷଡ଼ଯନ୍ତ୍ର । ଏ ରାଜ୍ୟରେ ୫୪ ପ୍ରତିଶତ ଲୋକ OBC ରହିଛନ୍ତି । ପୁରୀ ମନ୍ଦିରର ଛତିଶା ନିଯୋଗରେ ଦଳିତମାନଙ୍କୁ ସମାନ ଅଧିକାର ମିଳିବା ଆବଶ୍ୟକ ରହିଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.