ETV Bharat / politics

ଘରେ ନୁହେଁ, ଲୋକଙ୍କ ଲୋକଙ୍କ ଜୀବନରେ ଜଳୁ ଦୀପ: ଶ୍ରୀକାନ୍ତ ଜେନା - Srikant Jena Press Meet

author img

By ETV Bharat Odisha Team

Published : Jun 10, 2024, 9:34 PM IST

Srikant Jena Press Meet: ପୁଣି ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଓ ଜାତି ଜନଗଣନା ଦାବି ଦୋହରାଇଲେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା । ପ୍ରତାପ ଷଡ଼ଙ୍ଗୀ ଦୀପ ଜାଳିବା ଆହ୍ବାନ ପ୍ରସଙ୍ଗରେ କହିଲେ ଘରେ ନୁହେଁ, ଲୋକଙ୍କ ଲୋକଙ୍କ ଜୀବନରେ ଜଳୁ ଦୀପ । ଅଧିକ ପଢ଼ନ୍ତୁ

Srikant Jena Press Meet
Srikant Jena Press Meet (ETV Bharat Odisha)

ଭୁବନେଶ୍ବର: ପୁଣି ଦାବି ଦୋହରାଇଲେ ଶ୍ରୀକାନ୍ତ ଜେନା । ନୂଆ ସରକାରଙ୍କ ଉଦ୍ଦେଶ୍ୟରେ ରଖିଲେ ଦାବି । ପ୍ରଥମ କ୍ୟାବିନେଟ୍‌ ବୈଠକରେ କେନ୍ଦ୍ର ସରକାରଙ୍କ ପାଖରେ ୩ଟି ପ୍ରସଙ୍ଗରେ କାର୍ଯ୍ୟ କରିବାକୁ ଦାବି ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା । ସେହିଭଳି ରାଜ୍ୟ ଓ କେନ୍ଦ୍ରରେ ବିପୁଳ ସଂଖ୍ୟାରେ ବିଜୟଲାଭ କରିଥିବାରୁ ବିଜେପିକୁ ଶୁଭେଚ୍ଛା ଜଣାଇ ନିଜର ପୂର୍ବ ଦାବି ଗୁଡ଼ିକ ଦୋହରାଇଛନ୍ତି ଶ୍ରୀକାନ୍ତ ଜେନା । ସେହିଭଳି ଓଡିଶାବାସୀଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଦୁଇଟି ଦୀପ ଜାଳିବା ନେଇ ଯେଉଁ ଆହ୍ବାନ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ କରିଛନ୍ତି, ତାର ମଧ୍ୟ ଉତ୍ତର ରଖିଛନ୍ତି ଶ୍ରୀକାନ୍ତ ।

ଆଜି ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ଶ୍ରୀକାନ୍ତ କହିଛନ୍ତି, "ରାଜ୍ୟରେ ସରକାର ଗଢିଛି ବିଜେପି । କେନ୍ଦ୍ରରେ ମଧ୍ୟ ମୋଦିଙ୍କ ନେତୃତ୍ବରେ ଏନଡିଏ ସରକାର ଗଢିଛି । ଦିଲ୍ଲୀରେ ସରକାର ଆଶାବାଡିରେ ଚାଲିଛି । ଟିଡିପି ଓ ଜେଡିୟୁଙ୍କ ସହ ମିଶି ସରକାର କରିଛି ଏନଡିଏ । ଉଭୟ ଦଳ ସେମାନଙ୍କ ରାଜ୍ୟକୁ ସ୍ଵତନ୍ତ୍ର ପାହ୍ୟା ପାଇଁ ଦାବି କରିଛନ୍ତି । ସେହିଭଳି ଓଡ଼ିଶା ମଧ୍ୟ ଏହି ଡିମାଣ୍ଡ ବହୁ ବର୍ଷରୁ କରୁଛି ।" ଏବେ ବିଜେପି ରାଜ୍ୟରେ ସରକାର ହେବା ପରେ ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଦେବା ନେଇ ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା । ସେହିଭଳି ଜାତିଗତ ଜନଗଣନା ପାଇଁ ମଧ୍ୟ ସେ ଦାବି କରିଛନ୍ତି । ଏଥିରେ ପଛୁଆ ବର୍ଗଙ୍କ ସଠିକ୍ ଆକଳନ ହେବା ସହ ସଂରକ୍ଷଣ ବ୍ୟବସ୍ଥା ଅଧିକ ସୁଦୃଢ ହେବ । ଏଥିରେ ଲୋକଙ୍କ ଉନ୍ନତି ହେବା ନେଇ ସେ କହିଛନ୍ତି । ଶେଷରେ ମଣ୍ଡଳ କମିଶନକୁ ରାଜ୍ୟରେ କାର୍ଯ୍ୟକାରୀ କରିବା ସହ ୫୪ ଭାଗ ପଛୁଆ ବର୍ଗକୁ ପ୍ରାଧାନ୍ୟ ଦେବା ପାଇଁ ଦାବି କରିଛନ୍ତି ଶ୍ରୀକାନ୍ତ ଜେନା । ରାଜ୍ୟରେ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକରେ ଏହି ସବୁ ବିଷୟରେ ଆଲୋଚନା କରି ଏହାକୁ ନେଇ କାର୍ଯ୍ୟ କରିବାକୁ ସେ ଦାବି କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଡବଲ ଇଞ୍ଜିନ ସରକାର ଖୁସିରେ ଡବଲ ଦୀପ ଜାଳିବାକୁ ପ୍ରତାପଙ୍କ ଅପିଲ - Pratap Sarangi Appeals

ପ୍ରତାପ ଷଡ଼ଙ୍ଗୀଙ୍କ ଦୁଇଟି ଦୀପ ଜାଳିବା ଅନୁରୋଧ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା । ଆଜି ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ସାମ୍ବାଦିକ ସମ୍ମିଳନୀରେ ଓଡିଶାବାସୀଙ୍କୁ ଦୁଇଟି ଦୀପ ଜାଳିବା ନେଇ ଆହ୍ବାନ କରିଛନ୍ତି । ଏହାର ଜବାବ ରଖି ଶ୍ରୀକାନ୍ତ କହିଛନ୍ତି, "ଡବଲ ଇଞ୍ଜିନ ସରକାରରେ ଦୁଇଟି ଦୀପ ଜାଳି କି ଲାଭ ? ଘରେ ଦୀପ ଜାଳିବା ବଦଳରେ ଲୋକଙ୍କ ଜୀବନରେ ଦୀପ ଜାଳିବା ଆବଶ୍ୟକ । ବଞ୍ଚିତ ବର୍ଗଙ୍କ ସମସ୍ୟାକୁ ନେଇ କାର୍ଯ୍ୟ କରିବା ଦରକାର । ତେବେ ଯାଇ ସରକାର କାର୍ଯ୍ୟ କରିଛି ବୋଲି ଜଣାପଡିବ । ଦିଲ୍ଲୀରେ ସରକାର ଆଶାବାଡିରେ ଚାଲିଛି । ଟିଡିପି ଆଉ ଜେଡିୟୁଙ୍କ ସହ ମିଶି ସରକାର କରିଛି ଏନଡିଏ । ପଛୁଆ ବର୍ଗଙ୍କ ସମସ୍ୟାକୁ ଧ୍ୟାନ ଦେବା ଆବଶ୍ୟକ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.