ETV Bharat / politics

ବୈଷୟିକ ଶିକ୍ଷାକ୍ଷେତ୍ରରେ ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଶ୍ରୀକାନ୍ତ - Reservation For OBC Students

author img

By ETV Bharat Odisha Team

Published : Jun 25, 2024, 8:15 PM IST

Reservation For OBC Students: ବୈଷୟିକ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କୁ 27 ପ୍ରତିଶତ ସଂରକ୍ଷଣ ଦେବାକୁ ଦାବି କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ଏନେଇ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଅଧିକ ପଢ଼ନ୍ତୁ

RESERVATION FOR OBC STUDENTS
RESERVATION FOR OBC STUDENTS (ETV Bharat Odisha)

ଭୁବନେଶ୍ବର: ମେଡିକାଲ ଏବଂ ଇଞ୍ଜିନିୟରିଂ ଭଳି ବୈଷୟିକ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କୁ 27 ପ୍ରତିଶତ ସଂରକ୍ଷଣ ଦେବାକୁ ଦାବି କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ଦୀର୍ଘ 17 ବର୍ଷ ଧରି ରାଜ୍ୟ ସରକାର ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ଦେଇନାହାନ୍ତି । ଯେଉଁଥିପାଇଁ 7 ହାଜର ଛାତ୍ରଛାତ୍ରୀ ମେଡିକାଲ ଏବଂ ଇଂଜିନିୟରିଂ ପଢ଼ିବାରୁ ବଞ୍ଚିତ ହୋଇଛନ୍ତି । ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ଦିଆଯାଉ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ନିଟ୍‌ ରେଜଲ୍ଟ ବାହାରିବ ପୂର୍ବରୁ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କ୍ୟାବିନେଟ ବୈଠକ ଡାକି ନିଷ୍ପତ୍ତି ନେବାକୁ ଦାବି କରିଛନ୍ତି ।

ସେପଟେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ଚିଠି ଲେଖି ଜଣାଇଛନ୍ତି, "ନୂତନ ଭାବେ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦର କାର୍ଯ୍ୟଭାର ଗ୍ରହଣ କରିଥିବାରୁ ଆପଣଙ୍କୁ ସ୍ଵାଗତ । ଏକ ଗୁରୁତ୍ଵପୂର୍ଣ୍ଣ ସମସ୍ୟାକୁ ଆପଣଙ୍କ ଦୃଷ୍ଟିକୁ ଆଣିବା ସହ ଏହାର ତୁରନ୍ତ ସମାଧାନ ଆଶା କରୁଛି । ଆପଣ ଜାଣନ୍ତି ଉଚ୍ଚଶିକ୍ଷା ବିଶେଷ କରି ମେଡ଼ିକାଲ ଓ ଇଞ୍ଜିନିୟରିଂ ଭଳି ବୈଷୟିକ ଶିକ୍ଷା କ୍ଷେତ୍ରରେ ପଛୁଆବର୍ଗ ( ଯାହାର ସଂଖ୍ୟା ରାଜ୍ୟ ଜନସଂଖ୍ୟାର ୫୪%) ଛାତ୍ରଛାତ୍ରୀଙ୍କ ପାଇଁ ଆମ ରାଜ୍ୟରେ ଆଦୌ ସଂରକ୍ଷଣ ନାହିଁ । ଦେଶର ପ୍ରାୟ ସବୁ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଏହି ବର୍ଗର ସଂରକ୍ଷଣ ବ୍ୟବସ୍ଥା ୨୦୦୬ ମସିହାରୁ ପ୍ରଚଳିତ ଅଛି । ଠିକ୍ ସେହିଭଳି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ଛାତ୍ରଛାତ୍ରୀଙ୍କ ପାଇଁ ୪୦% ପରିବର୍ତ୍ତେ ମାତ୍ର ୨୦ % ସଂରକ୍ଷଣ ଦିଆଯାଉଛି ।"

ଏହା ମଧ୍ୟ ପଢ଼ନ୍ତୁ...୨୦୧୦ ପରଠୁ ଜାରି ସମସ୍ତ OBC ସାର୍ଟିଫିକେଟ ରଦ୍ଦ, ଦିଦି କହିଲେ ମାନିବିନି ରାୟ - OBC Certificate Cancelled

ଶ୍ରୀକାନ୍ତ ଜେନା ଚିଠିରେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି,"ଗତ ଶିକ୍ଷାବର୍ଷ ଠାରୁ ଆମ ରାଜ୍ୟରେ ସାଧାରଣ ବର୍ଗ (ଯାହାଙ୍କ ସଂଖ୍ୟା ରାଜ୍ୟରେ ମାତ୍ର ୬%) ସେମାନଙ୍କ ପାଇଁ ୧୦% ସଂରକ୍ଷଣ (EWS) ଲାଗୁ କରାଯାଇଛି । EWS ସଂରକ୍ଷଣ ଲାଗୁ ହେଲାପରେ ରାଜ୍ୟରେ ସମୁଦାୟ (୨୨୦୦ ମେଡ଼ିକାଲ ସିଟ୍‌) ସାଧାରଣ ବର୍ଗର ଛାତ୍ରଛାତ୍ରୀ ୨୦୦ ସିଟ୍ ପାଇବା ସହ ଅଣସଂରକ୍ଷିତ ଅନ୍ୟ ସିଟ୍‌ରୁ ୫୦% ସିଟ୍ ମେରିଟ୍ ନାଁରେ ପାଇଗଲେ । OBC & SEBC ଛାତ୍ରଛାତ୍ରୀ ଆଦୌ ଗୋଟିଏ ସିଟ୍ ପାଇଲେ ନାହିଁ । ଯଦି ସଂଖ୍ୟାନୁସାରେ ସଂରକ୍ଷଣ ଦିଆ ଯାଏ ତେବେ ସେହି ବର୍ଗର ଛାତ୍ରଛାତ୍ରୀ ଅତି କମ୍‌ରେ ୧୦୦୦ ସିଟ୍ ପାଇବେ । ଠିକ୍ ସେହିଭଳି ଆଦିବାସୀ ଓ ଦଳିତ ବର୍ଗର ଛାତ୍ରଛାତ୍ରୀଙ୍କୁ ୪୦% ସଂରକ୍ଷଣ ଦିଆଗଲେ ସେମାନେ ଆହୁରି ୪୦୦ ସିଟ୍ପା ଇବେ । ଏହି ଅନ୍ୟାୟ ପୂର୍ବକ ବଣ୍ଟନ ଓ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ପଛୁଆବର୍ଗ, ଆଦିବାସୀ ଓ ଦଳିତ ବର୍ଗର ଛାତ୍ରଛାତ୍ରୀଙ୍କୁ ନ୍ୟାୟ ଦେବାକୁ ଆପଣ ଆଗେଇ ଆସିବେ ବୋଲି ଆଶା କରୁଛି । ପୂର୍ବ ସରକାର ଏ ସମ୍ପର୍କରେ ଆଦୌ କର୍ଣ୍ଣପାତ କରିଲେ ନାହିଁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.