ETV Bharat / politics

ଦୁର୍ବଳତା ଲୁଚେଇବାକୁ ମେଣ୍ଟ: ମୋକିମ - Moquim on BJD and BJP Alliance

Moquim on BJD and BJP Alliance: ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ସମ୍ଭାବ୍ୟ ମେଣ୍ଟ ଚର୍ଚ୍ଚା ମଧ୍ୟରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ମହମ୍ମଦ ମୋକିମ । କଂଗ୍ରେସ ନିଜ ଦମରେ ଏକାକୀ ଲଢ଼ିଛି ଓ ଲଢ଼ିବ ବୋଲି ସେ କହିଛନ୍ତି । ଅଧିକ ପଢ଼ନ୍ତୁ

Moquim on BJD and BJP Alliance
Moquim on BJD and BJP Alliance
author img

By ETV Bharat Odisha Team

Published : Mar 10, 2024, 5:58 PM IST

Moquim on BJD and BJP Alliance

କଟକ: ରାଜ୍ୟରେ ଶାସକ ବିଜେଡି ଓ ପ୍ରମୁଖ ବିରୋଧି ବିଜେପି ମଧ୍ୟରେ ଆଗାମୀ ନିର୍ବାଚନ ପାଇଁ ମେଣ୍ଟ ହେବା ଚର୍ଚ୍ଚା ଥମିବାର ନାଁ ନେଉନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୫ ତାରିଖରେ ଓଡ଼ିଶା ଗସ୍ତରେ ଆସିଥିବା ସମୟରେ ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପରସ୍ପରକୁ ପ୍ରଶଂସା କରିବା ପରେ ମେଣ୍ଟ ଚର୍ଚ୍ଚା ଜୋର ଧରିଥିଲା । ରାଜ୍ୟ ବିଜେପି ନେତୃତ୍ବ ଦିଲ୍ଲୀରେ ଡେରା ପକାଇଥିବା ସମୟରେ ବିଜେଡିର ବରିଷ୍ଠ ନେତାଙ୍କ ଗସ୍ତ ଓ ମାରାଥନ ବୈଠକ ମଧ୍ୟ ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଥିଲା । ତେବେ ଏହି ତମାମ ବିଷୟ ଉପରେ କଂଗ୍ରେସ କେବେ ବି ବ୍ୟତିବ୍ୟସ୍ତ ହେବନି ବୋଲି ସିଧାସଳଖ କହିଛନ୍ତି କଂଗ୍ରେସ ନେତା ମହମ୍ମଦ ମୋକିମ । କଂଗ୍ରେସ ନିଜ ଦମରେ ଏକାକୀ ଲଢ଼ିଛି ଓ ଲଢ଼ିବ ବୋଲି ସେ କହିଛନ୍ତି ।

ମେଣ୍ଟ ପ୍ରଭାବିତ କରି ପାରିବନି ବୋଲି ମୋକିମ କହିଛନ୍ତି । ଦୁଇ ଦଳ ବିଜେଡି ଓ ବିଜେପି କେବଳ ନିଜର ଦୁର୍ବଳତାକୁ ଲୁଚାଇବା ପାଇଁ ଏହି ମେଣ୍ଟ କରୁଥିବା ସେ ଅଭିଯୋଗ କରିଛନ୍ତି । ଦିଲ୍ଲୀରେ ଡେରା ପକାଉଛନ୍ତି ବିଜେଡି ଓ ବିଜେପିର ପ୍ରମୁଖ ନେତୃତ୍ବ । ଏନେଇ କଂଗ୍ରେସ ନେତା ମହମ୍ମଦ ମୋକିମ କହିଛନ୍ତି, "ରାଜ୍ୟରେ ପୂର୍ବ ଅପେକ୍ଷା ଆହୁରି ମଜଭୁତ ହୋଇଛି କଂଗ୍ରେସ । 2019 ନିର୍ବାଚନରେ ବାରବାଟୀ ଆସନରେ ମୁଁ ଜିତିବା ପରେ ଦଳର ମନୋବଳ ଆହୁରି ବୃଦ୍ଧି ପାଇଥିଲା । ଏହାଛଡ଼ା ଦୁଇ ଦଳ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ହେଉ କି ନହେଉ, କଂଗ୍ରେସ କିନ୍ତୁ ଆଗାମୀ ନିର୍ବାଚନରେ ତାହାର ଦମ ଦେଖାଇବ । ଏଥିରେ ଦ୍ବିମତ ନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ...ସିଟ୍ ଅଙ୍କ ଛିଡୁନି, ମେଣ୍ଟ ହେଉନି ! କିଏ ଚାହୁଁଛି ମେଣ୍ଟ ?

ଯଦି କଟକ କଥା କହିବା, ତେବେ ଶାସକ ବିରୋଧୀ ଦଳ ବର୍ତ୍ତମାନ ସମାନ ଏଜେଣ୍ଡା ଧରିବା ଭଳି ପ୍ରତିତ ହେଉଛି । ପୂର୍ବରୁ କଂଗ୍ରେସ ଏହି ଦୁଇ ଦଳ ମଧ୍ୟରେ ବିବାହ ଅନୁଷ୍ଠିତ କରିଥିଲା । ଏପରିକି ଦଳର ରାଜ୍ୟ ପ୍ରଭାରୀ ଡଃ ଅଜୟ କୁମାର ଶାସକ ବିରୋଧୀ ଦଳକୁ କଡା ସମାଲୋଚନା କରିଥିଲେ । ମୋକିମ କହିଛନ୍ତି, "ବ୍ୟାପକ ଦୁର୍ନୀତିରେ ଲିପ୍ତ ଥିବା ଯୋଗୁଁ ରାଜ୍ୟ ସରକାରଙ୍କ ମୁଣ୍ଡରେ ଖଣ୍ଡା ଝୁଲୁଛି । ଏହାସହ କେନ୍ଦ୍ରରେ ହିଟଲର ଶାସନ ମଧ୍ୟ ଚାଲିଛି । ଯାହାର ଆଭାସ ଲୋକମାନେ ଜାଣି ସାରିଲେଣି । ତେଣୁ 2009ରେ ଯେଉଁ ମେଣ୍ଟ ଭାଙ୍ଗିଥିଲା, ତାହା ପୁଣିଥିରେ ଯୋଡିବାକୁ ଯାଉଛନ୍ତି । ତେଣୁ ଏହାଦ୍ବାରା ଲୋକମାନେ କେବେ ବି ପ୍ରଭାବିତ ହେବେନି ।" କଟକରେ ବାରବାଟୀ ନିର୍ବାଚନ ମଣ୍ଡଳୀରେ ଗତ ୫ ବର୍ଷ ମଧ୍ୟରେ ଯେଉଁ ବିକାଶ ହୋଇଛି, ତାହାକୁ ଆହୁରି ଆଗକୁ ନେବାର ସମୟ ଆସିଥିବା କହିଛନ୍ତି ମୋକିମ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.