ETV Bharat / politics

ବେକାରୀ, ଦରବୃଦ୍ଧି ଓ ଇଭିଏମ୍‌ ପ୍ରସଙ୍ଗ; କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଜୟରାମ ରମେଶ

author img

By ETV Bharat Odisha Team

Published : Feb 7, 2024, 6:03 PM IST

Bharat Jodo Nyay Yatra: ରାଉରକେଲାରେ ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ବିଜେଡି ଓ ବିଜେପି ଉପରେ ବର୍ଷିଲେ ଜାତୀୟ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ । କହିଲେ ଦୁଇ ଦଳ ହେଉଛନ୍ତି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ । ଅଧିକ ପଢ଼ନ୍ତୁ

କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଜୟରାମ ରମେଶ

ରାଉରକେଲା: ଭାରତ ଯୋଡ଼ ନ୍ୟାୟ ଯାତ୍ରା ସମୟରେ ସାମ୍ବାଦିକ ସମ୍ମିଳନୀ କରି ବିଜେପି ଏବଂ ବିଜେଡିକୁ ଟାର୍ଗେଟ କଲେ ଭାରତୀୟ ଜାତୀୟ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ । ଦେଶର ଅବନତି ପାଇଁ କେନ୍ଦ୍ରରେ ବିଜେପି ସରକାର ଏବଂ ରାଜ୍ୟର ଅବନତି ପାଇଁ ବିଜେଡି ସରକାର ଦାୟୀ ବୋଲି କହିଲେ ଜୟରାମ । କଂଗ୍ରେସ ସମୟରେ ସ୍ଥାପନ ହୋଇଥିବା ବିଭିନ୍ନ କାରଖାନା ଏବଂ ଶିଳ୍ପ ସହ ବିଭିନ୍ନ ସଂସ୍ଥାକୁ ବର୍ତ୍ତମାନ କେନ୍ଦ୍ର ସରକାର ବିକ୍ରି କରିବାରେ ଲାଗିଛି । ବିଜେପି ସରକାର ନିଜ ଦୁଇ ବ୍ୟବସାୟୀ ବନ୍ଧୁଙ୍କୁ ଦେଶର ବିଭିନ୍ନ ସଂସ୍ଥା ବିକ୍ରି କରିବାରେ ଲାଗିଛି ବୋଲି କହି ଟାର୍ଗେଟ କରିଛନ୍ତି ଜୟରାମ ।

ଓଡ଼ିଶାରେ ବିଜେଡି ଓ ବିଜେପିର ଅଘୋଷିତ ମେଣ୍ଟ ସରକାର ରହିଥିବା ସବୁବେଳେ କଂଗ୍ରେସ ଅଭିଯୋଗ କରିଆସୁଛି । ଭାରତ ଯୋଡ଼ ନ୍ୟାୟ ଯାତ୍ରା ସମୟରେ ମଧ୍ୟ ଏହି ଅଭିଯୋଗକୁ ଦୋହରାଇଛନ୍ତି ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ । ସେ କହିଛନ୍ତି, "ରାଜ୍ୟରେ ବର୍ତ୍ତମାନ ବିଜେଡି ଏବଂ ବିଜେପି ମଧ୍ୟରେ ବନ୍ଧୁତା ରହିଛି । ଦୁଇ ଦଳ ସଲାସୁତୁରା ହୋଇ ନିଜର କାମ କରିବାରେ ଲାଗିଛନ୍ତି । ଦୁଇ ଦଳ କେବଳ ଲୋକ ଦେଖାଣିଆ ଭାବରେ ବିରୋଧ ପ୍ରଦର୍ଶନ ସହ ପଲିଟିକାଲ୍‌ ଏଜେଣ୍ଡାକୁ ନେଇ କାମ କରୁଛନ୍ତି । ତେଣୁ ବିଜେପି ଏବଂ ବିଜେଡିକୁ ପ୍ରତ୍ୟାଖ୍ୟାନ କରି କଂଗ୍ରେସକୁ ବର୍ତ୍ତମାନ ଲୋକେ ଚାହୁଁଛନ୍ତି ଏବଂ ଏହାର ଫଳାଫଳ ଆଗାମୀ ନିର୍ବାଚନରେ ଦେଖିବାକୁ ମିଳିବ । ସତ୍ୟତା ସାମ୍ନାକୁ ଆଣି ଲୋକଙ୍କ ମନ ପରିବର୍ତ୍ତନ କରିବାକୁ ଏବଂ ଦେଶବାସୀ ଓ ରାଜ୍ୟବାସୀଙ୍କ ପ୍ରତି ହୋଇଥିବା ଅନ୍ୟାୟ ବିରୋଧରେ ଏହି ଭାରତ ଯୋଡ଼ ନ୍ୟାୟ ଯାତ୍ରା କରାଯାଉଛି । ଏହାର ପ୍ରଭାବ ସମ୍ପୂର୍ଣ୍ଣ ଦେଶରେ ଦେଖିବାକୁ ମିଳିବ ।" ମଣିପୁରରୁ ନେଇ ମହାରାଷ୍ଟ୍ର ଯାଏଁ ହେବାକୁ ଥିବା ଏହି ଯାତ୍ରା ଏଥର ବିଜେପି ବଦଳରେ କଂଗ୍ରେସକୁ ଆଣିବା ପାଇଁ ଲୋକଙ୍କ ପ୍ରତି ଏକ ସନ୍ଦେଶ ହୋଇଥିବା ସେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାରୁ 30 ଲକ୍ଷ ଦାଦନ, ଓଡ଼ିଶାକୁ ଲୁଟୁଛନ୍ତି 30 କୋଟିପତି: ରାହୁଲ ଗାନ୍ଧୀ

ରାହୁଲ ଗାନ୍ଧୀଙ୍କ ଏହି ଭାରତ ଯୋଡ଼ ନ୍ୟାୟ ଯାତ୍ରା ଅନ୍ୟ ରାଜ୍ୟ ଭଳି ଓଡିଶାରେ ଏବଂ ସମ୍ପୂର୍ଣ୍ଣ ଭାରତ ବର୍ଷରେ ଏହାର ପ୍ରଭାବ ଦେଖିବାକୁ ମିଳିବ ବୋଲି କହିଛନ୍ତି ଜୟରାମ ରମେଶ । ସାରା ଦେଶରେ କୋଟି କୋଟି ଲୋକେ ଆଜି ବି ଗରିବ ରହିଛନ୍ତି ଏବଂ ରାଜ୍ୟର ଲୋକେ ଆଜି ବି ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି । ଏହାହିଁ ଏହି ଦୁଇ ଦଳ ସରକାରର କାର୍ଯ୍ୟଦକ୍ଷତା ବୟାନ କରୁଛି ବୋଲି ସେ କହିଛନ୍ତି । ବର୍ତ୍ତମାନ ଦେଶରେ ଦରବୃଦ୍ଧି ଓ ବଢ଼ୁଥିବା ବେରୋଜଗାରୀ ସମ୍ପର୍କରେ ମଧ୍ୟ ସେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ପେଟ୍ରୋଲ ଦର ବର୍ତ୍ତମାନ ସରକାର ସମୟରେ ଆକାଶ ଛୁଆଁ ହୋଇଥିବା କହିଛନ୍ତି । ବିଭିନ୍ନ ନିର୍ବାଚନରେ ଇଭିଏମ୍‌ର ଦୂରୁପଯୋଗ ନେଇ ମଧ୍ୟ ଅଭିଯୋଗ କରିଛନ୍ତି । ତେବେ କଂଗ୍ରେସ ହିଁ ବର୍ତ୍ତମାନ ପରିସ୍ଥିତିର ଏକମାତ୍ର ବିକଳ୍ପ ବୋଲି କହିଛନ୍ତି ଜୟରାମ ରମେଶ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.