ETV Bharat / politics

ନୀତିଶ ଆଦୌ ଭରସାଯୋଗ୍ୟ ବ୍ୟକ୍ତି ନୁହଁନ୍ତି: ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ - Congress with Mamata Banerjee

Pramod Krishnam give statement on Nitish Kumar and Mamata Banerjee : ସାଧାରଣ ନିର୍ବାଚନକୁ ଆଉ କେଇ ମାସ ବାକି ଥିବା ବେଳେ ଇଣ୍ଡିଆ ଗଠବନ୍ଧନରେ ଦେଖାଦେଇଛି ଫାଟ । କଂଗ୍ରେସ ର ବରିଷ୍ଠ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ବିହାର ମଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭରସାଯୋଗ୍ୟ ବ୍ୟକ୍ତି ନୁହେଁ ବୋଲି କହିଛନ୍ତି । ଅଧିକ ପଢନ୍ତୁ

" ନୀତିଶ କୁମାର ଆଦୌ ଭରସାଯୋଗ୍ୟ ବ୍ୟକ୍ତି ନୁହଁନ୍ତି " : ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ

author img

By ETV Bharat Odisha Team

Published : Jan 27, 2024, 10:37 PM IST

" ନୀତିଶ କୁମାର ଆଦୌ ଭରସାଯୋଗ୍ୟ ବ୍ୟକ୍ତି ନୁହଁନ୍ତି " : ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ

ଡେରାଡୁନ: ସାଧାରଣ ନିର୍ବାଚନକୁ ଆଉ କେଇ ମାସ ବାକି ଥିବା ବେଳେ ଇଣ୍ଡିଆ ଗଠବନ୍ଧନରେ ଦେଖାଦେଇଛି ଫାଟ । ଓଲଟପାଲଟ ହୋଇଯାଇଛି ବିହାର ରାଜନୀତି ସମୀକରଣ । ଇଣ୍ଡିଆ ମେଣ୍ଟର କର୍ଣ୍ଣଧାର ତଥା ବିହାର ମଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ହେବାକୁ ଯାଉଛି ଏନଡିଏରେ ଘରୱାପସି । ତେବେ ବିଭିନ୍ନ ରାଜନୈତିକ ପାର୍ଟିର ନେତା ମାନଙ୍କ ତରଫରୁ ଆରମ୍ଭ ହୋଇଯାଇଛି ବୟାନବାଜି । ଏହି କ୍ରମ ରେ କଂଗ୍ରେସ ର ବରିଷ୍ଠ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ କହିଛନ୍ତି, "ନୀତିଶ କୁମାର ଆଦୌ ଭରସାଯୋଗ୍ୟ ବ୍ୟକ୍ତି ନୁହଁନ୍ତି । କାରଣ ସେ କେଉଁଠି ବି କାହା ସହିତ ବି ଯିବାକୁ ପ୍ରସ୍ତୁତ ରହିଥାନ୍ତି । ଯେଉଁ ନେତା ମାନଙ୍କ ଉପରେ ସେ ଆରୋପ ଲଗାଇଥାନ୍ତି , କିଛି ଦିନ ପରେ ସେହି ଲୋକ ମାନଙ୍କ ସହିତ ସେ ଦେଖାଯାଇଥାନ୍ତି ।"

ଏହା ମଧ୍ୟ ପଢନ୍ତୁ ... ବିହାର କ୍ଷମତାକୁ ଫେରିବ କି NDA ? ନୀତିଶଙ୍କ ଉପରେ ନଜର, କଣ କହୁଛି ସଂଖ୍ୟା ଗଣିତ

ଏହା ସହିତ ସେ କହିଛନ୍ତି, "ନୀତିଶ କୁମାର ଅନେକ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ରହିଥିବା ବେଳେ ଅନେକ ଥର ତାଙ୍କ ବିରୋଧରେ ଛିଡା ହୋଇଛନ୍ତି । ନୀତିଶ କୁମାରଙ୍କ ରାଜନୀତିରେ ଯେଉଁ ସ୍ତର ବୃଦ୍ଧି ହୋଇଛି ତାହା କେବଳ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧ କରିବା ଦ୍ବାରା ବଢିଛି । କଂଗ୍ରେସ ଦଳକୁ ନୀତିଶ କୁମାରଙ୍କ ଠାରୁ ଦୂରତା ଅବଲମ୍ବନ କରିବା ଜରୁରୀ ।"

ସେହିପରି ଇଣ୍ଡିଆ ମେଣ୍ଟର ଅନ୍ୟତମ ଭାଗୀଦାର ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ନେଇ ସେ କହିଛନ୍ତି, " କଂଗ୍ରେସ ଦଳକୁ ନିର୍ଣ୍ଣୟ କରିବା ଆବଶ୍ୟକ ଯେ ସେମାନେ ମମତା ବାନାର୍ଜୀ ଙ୍କ ସହିତ ରହିବେ ନା ବାମପନ୍ଥୀଙ୍କ ସାଥ୍ ଦେବେ । ତେବେ କଂଗ୍ରେସକୁ ମମତା ବାନାର୍ଜୀ ଙ୍କ ସାଥ୍ ଦେବା ଆବଶ୍ୟକ । କାରଣ ବାମଦଳ ଯେବେ ଭୁଲ କରେ ତେବେ କଂଗ୍ରେସ ଦଳକୁ ତାର ଶାସ୍ତି ମିଳିଥାଏ । ଟିଏମସି କୌଣସି ଭୁଲ କଲେ ତାର ମଧ୍ୟ ଶାସ୍ତି କଂଗ୍ରେସକୁ ମିଳିଥାଏ । କଂଗ୍ରେସକୁ ବାମଦଳ ମାନଙ୍କ ପ୍ରତି ଥିବା ପ୍ରେମକୁ ଭୁଲିବାକୁ ହେବ କାରଣ ମମତା ଏବଂ ବାମ ଦଳଙ୍କ ମଧ୍ୟ ରେ ଥିବା ଦୀର୍ଘ ଦିନର ଶତ୍ରୁତାକୁ ସମାଧାନ କରାଯାଇ ପାରିବ ନାହିଁ ।" ତେବେ ଆସନ୍ତାକାଲି ବିହାର ରାଜନୀତିରେ କିଛି ବି ସମ୍ଭବ ହୋଇପାରେ ବୋଲି ଆକଳନ କରିଛନ୍ତି ରାଜନୈତିକ ପଣ୍ଡିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.