ETV Bharat / politics

ପଦାରେ ପଡିଲା ଅନ୍ତଃକନ୍ଦଳ, ନାମାଙ୍କନ ଶୋଭାଯାତ୍ରାରେ ମୁହାଁମୁହିଁ ଉମା-ସୁଜିତ ଗୋଷ୍ଠୀ - Internal Conflict In Puri Congress - INTERNAL CONFLICT IN PURI CONGRESS

Internal Conflict In Puri Congress: ନାମାଙ୍କନ ଦାଖଲ ଶୋଭାଯାତ୍ରାରେ ଘଟିଛି ନିର୍ବାଚନୀ ହିଂସା । ପୁଣି ମୁହାଁମୁହିଁ ହେଲେ କଂଗ୍ରେସ ନେତା ଉମା ବଲ୍ଲଭ ରଥ ଓ ସୁଜିତ ମହାପାତ୍ରଙ୍କ ଗୋଷ୍ଠୀ । ଅଧିକ ପଢନ୍ତୁ

Internal Conflict In Puri Congress
Internal Conflict In Puri Congress (Etv Bharat)
author img

By ETV Bharat Odisha Team

Published : May 6, 2024, 8:00 PM IST

Internal Conflict In Puri Congress (ETV BHARAT ODISHA)

ପୁରୀ: ଥମିବାର ନାଁ ନେଉନି ପୁରୀ କଂଗ୍ରେସରେ ଗୋଷ୍ଠୀ ବିବାଦ । ନାମାଙ୍କନପତ୍ର ଦାଖଲର ଶୋଭାଯାତ୍ରାରେ ପୁଣି ମୁହାଁମୁହିଁ ହେଲେ କଂଗ୍ରେସ ନେତା ଉମା ବଲ୍ଲଭ ରଥ ଓ ସୁଜିତ ମହାପାତ୍ରଙ୍କ ଗୋଷ୍ଠୀ । ପରସ୍ପରକୁ ମଧ୍ୟରେ ପୁଣି ହେଲା ମାରପିଟ୍ । ପୁରୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ପୁରୀ ବିଧାନସଭା ଆସନ ପାଇଁ ପୂର୍ବରୁ ଘୋଷଣା ହୋଇଥିବା କଂଗ୍ରେସ ପ୍ରାର୍ଥୀ ସୁଜିତ ମହାପାତ୍ରଙ୍କ ଟିକେଟ କଟାଯାଇ ଉମାବଲ୍ଲଭ ରଥଙ୍କୁ ଟିକଟ ଦିଆଯିବା ପରେ ସେ ଆଜି ନାମାଙ୍କନପତ୍ର ଦାଖଲ କରିବା ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସୁଥିଲେ । ତେବେ ସ୍ବାଧୀନ ପ୍ରାର୍ଥୀ ଭାବେ ସୁଜିତ ନାମାଙ୍କନ ପତ୍ର ଦାଖଲ କରି ଫେରିବା ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଉମା ଓ ସୁଜିତଙ୍କ ସମର୍ଥକ ମୁହାଁମୁହିଁ ହୋଇଥିଲେ । ପରେ ଏହା ମାରପିଟର ରୂପ ନେଇଥିଲା ।

ଏହା ମଧ୍ୟ ପଢନ୍ତୁ... ପୁରୀରେ ନିର୍ବାଚନୀ ହିଂସା, କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ମରଣାନ୍ତକ ଆକ୍ରମଣ ! - Election Violence In Puri

ଦୁଇ ସମର୍ଥକ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ପୁରୀ ପୋଲିସ ପକ୍ଷରୁ କୌଣସି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇନଥିବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ସେପଟେ ଏଭଳି ଘଟଣାକୁ ନିନ୍ଦା କରି ଉମାବଲ୍ଲଭ ରଥ କହିଛନ୍ତି ଯେ, ଏହା ଲୋକ କେବେ ବି ଗ୍ରହଣ କରିବେ ନାହିଁ । କଂଗ୍ରେସ ପ୍ରାର୍ଥୀ ଭାବେ ସୁଜିତ ମହାପାତ୍ରଙ୍କ ଟିକଟ କଟିବା ପରେ ଗତକାଲି ତାଙ୍କ ସମର୍ଥକ ମାନେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା କରିଥିଲେ । ପରେ ସମର୍ଥକ ମାନେ ପୁରୀ ବସଷ୍ଟାଣ୍ଡ ନିକଟରେ ପ୍ରଚାର କରୁଥିବା ଉମାବଲ୍ଲଭ ରଥଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଯେଉଁଥିରେ ଉମାବଲ୍ଲଭଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସୁଜିତ ମହାପାତ୍ର ଏବଂ ତାଙ୍କ ସମର୍ଥକଙ୍କୁ କୁମ୍ଭାରପଡ଼ା ଥାନାରେ ଅଟକ ରଖି ପଚରା ଉଚରା କରାଯାଇଥିଲା । ପରେ ଥାନାରେ ବ୍ୟକ୍ତିଗତ ମୁଚାଲିକାରେ ସୁଜିତଙ୍କୁ ଛଡ଼ା ଯାଇଥିଲା ।

ତେବେ ସୁଜିତ୍ କହିଛନ୍ତି, 'ଏହି ଘଟଣା ନିନ୍ଦନୀୟ । ଏହା ପଛରେ ତାଙ୍କର ହାତ ନାହିଁ । ତାଙ୍କ ସମର୍ଥକ ଭାଗ ପ୍ରବଣ ହୋଇ ଏଭଳି କାର୍ଯ୍ୟ କରିଛନ୍ତି ।' ତେବେ ପୁରୀ କଂଗ୍ରେସରେ ଏଭଳି ସ୍ଥିତିକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଜିଲ୍ଲା କଂଗ୍ରେସ ସଭାପତି କହିଛନ୍ତି ଆମ ଦଳରେ କୌଣସି ସମସ୍ୟା ନାହିଁ । ଏହା ଆମର ଆଭ୍ୟନ୍ତରୀଣ ବ୍ୟାପାର । ଆଗାମୀ ନିର୍ବାଚନରେ କଂଗ୍ରେସ ଏକଠି ହୋଇ ନିର୍ବାଚନ ଲଢିବା ସହ ସଫଳତା ପାଇବ ବୋଲି କଂଗ୍ରେସ ସଭାପତି ତଥା ପୁରୀ ଲୋକସଭା ପ୍ରାର୍ଥୀ ଜୟନାରାୟଣ ପଟ୍ଟନାୟକ କହିଛନ୍ତି । ଟିକଟ କଟିବାକୁ କେନ୍ଦ୍ର କରି ପୁରୀ କଂଗ୍ରେସରେ ଖୁଲମଖୁଲା ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଏହା ଗଣ୍ଡଗୋଳର ରୂପ ଧାରଣ କରିସାରିଛି । ତେବେ କଂଗ୍ରେସ ଦଳ ସାଙ୍ଗଠନିକ ସ୍ତରରେ ଅତ୍ୟନ୍ତ ଦୁର୍ବଳ ଥିବାବେଳେ ଏଭଳି ଗଣ୍ଡଗୋଳ ଏବଂ ଅର୍ନ୍ତଦ୍ବନ୍ଦ ଆଗାମୀ ନିର୍ବାଚନରେ କଂଗ୍ରେସ ଦଳ ପାଇଁ ବ୍ୟାପକ କ୍ଷତି କରିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.