ETV Bharat / politics

‘କଂଗ୍ରେସ କହୁଛି, କ୍ଷମତାକୁ ଆସିଲେ ମୁସଲିମ ପର୍ସନାଲ ଲ’ କାର୍ଯ୍ୟକାରୀ କରିବ’ - Amit Shah in Assam - AMIT SHAH IN ASSAM

Amit Shah in Assam: ‘କଂଗ୍ରେସ କହୁଛି, କ୍ଷମତାକୁ ଆସିଲେ ମୁସଲିମ ପର୍ସନାଲ ଲ’ କାର୍ଯ୍ୟକାରୀ କରିବ’।ଆସାମରେ ଏମିତି କହିଲେ ଶାହ । ଅଧିକ ପଢନ୍ତୁ

‘କଂଗ୍ରେସ କହୁଛି, କ୍ଷମତାକୁ ଆସିଲେ ମୁସଲିମ ପର୍ସନାଲ ଲ’ କାର୍ଯ୍ୟକାରୀ କରିବ’

author img

By ETV Bharat Odisha Team

Published : Apr 9, 2024, 10:41 PM IST

ଗୌହାଟୀ: ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ ବିଜେପି ନେତାମାନେ ମାରାଥନ ପ୍ରଚାର ଜାରି ରଖିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଶାହ ଓ ରାଜନାଥଙ୍କ ପରି ଶୀର୍ଷ ନେତାମାନେ ବିଭିନ୍ନ ରାଜ୍ୟରେ ଦଳ ପାଇଁ ପ୍ରଚାର କରି ଭୋଟ ମାଗୁଥିବା ବେଳେ ପ୍ରତିଦ୍ବନ୍ଦୀ କଂଗ୍ରେସକୁ କଡା ଟାର୍ଗେଟ କରିବା ଜାରି ରଖିଛନ୍ତି । ଆଜି ଆସାମରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ବେଳେ ଭିନ୍ନ ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ଅମିତ ଶାହ । କଂଗ୍ରେସ ଯଦି କ୍ଷମତାକୁ ଆସେ, ତେବେ ଦେଶରେ ମୁସଲିମ ପର୍ସନାଲ ଲ’ କାର୍ଯ୍ୟକାରୀ କରାଯିବ । ଏକଥା କଂଗ୍ରେସ ନିଜେ ଘୋଷଣା କରିଛି ବୋଲି ଶାହ ଅଭିଯୋଗ କରିଛନ୍ତି ।

ଆଜି ଆସାମର ଲକ୍ଷ୍ମୀପୁରରେ ଏକ ସଧାରଣ ସଭାକୁ ସମ୍ବୋଧିତ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, କଂଗ୍ରେସ ତାର ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିଛି, ନିର୍ବାଚନରେ ଜନାଦେଶ ପାଇ କ୍ଷମତାକୁ ଆସିବା ପରେ ଦେଶରେ ମୁସଲିମ ପର୍ସନାଲ ଲ’ କାର୍ଯ୍ୟକାରୀ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ଏନଡିଏ ମେଣ୍ଟ ନା ରାହୁଲ ଗାନ୍ଧୀଙ୍କ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ । କିଏ କ୍ଷମତାକୁ ଆସିବା ଉଚିତ ଦେଶବାସୀ ନିଶ୍ଚୟ ନିଷ୍ପତ୍ତି ନେବେ ବୋଲି ଶାହ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- କେଜ୍ରିଓ୍ବାଲଙ୍କୁ ଶକ୍ତ ଝଟକା, EDର ଗିରଫଦାରୀକୁ ବୈଧ ଦର୍ଶାଇ ମାମଲା ଖାରଜ କଲେ ଦିଲ୍ଲୀ ହାଇକୋର୍ଟ - Delhi HC dismisses CM Kejriwal plea

ଶାହ କହିଛନ୍ତି, ‘‘ଏପ୍ରିଲ 19 ରେ ଆପଣମାନଙ୍କୁ ଚୟନ କରିବାକୁ ହେବ କିଏ ଆପଣଙ୍କ ସ୍ଥାନୀୟ ସାଂସଦ ହେବ । ଦେଶରେ କେଉଁ ମେଣ୍ଟ ସରକାର ଗଠନ କରିବ ଓ କିଏ ପ୍ରଧାନମନ୍ତ୍ରୀ ହେବ । ଆପଣଙ୍କ ସମ୍ମୁଖରେ ଦୁଇଟି ବିକଳ୍ପ ରହିଛି । ଏକଥା ଆପଣମାନେ ମନେ ରଖିବା ଆବଶ୍ୟକ ଯେ, ନରେନ୍ଦ୍ର ମୋଦି ଦେଶରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ଉଚିତ ଓ ବିଜେପି 4 ଶହ ଆସନ ସହ ନିର୍ବାଚନ ଜିତିବା ମଧ୍ୟ ଉଚିତ । ଆସାମରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ବାଲ୍ୟବିବାହ ପ୍ରଥା ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେହିପରି ଉତ୍ତରାଖଣ୍ଡରେ ମଧ୍ୟ ବିଜେପି ସରକାର ଏକକ ନାଗରିକ ସଂହିତା କାର୍ଯ୍ୟକାରୀ କରିଛି । ମାତ୍ର କଂଗ୍ରେସ ତାର ନିର୍ବାଚନୀ ଇସ୍ତାହରରେ କ୍ଷମତାକୁ ଆସିଲେ ମୁସଲିମ ପର୍ସନାଲ ଲ’ କାର୍ଯ୍ୟକାରୀ କରିବା କଥା କହୁଛି ।’’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.