ETV Bharat / politics

LED ଭ୍ୟାନରେ କଂଗ୍ରେସର ହାଇଟେକ୍ ପ୍ରଚାର, ସରକାରଙ୍କ ବିଫଳତା ଭିଡିଓ ଦେଖିବେ ଲୋକ - Congress election campaign - CONGRESS ELECTION CAMPAIGN

LED Van Flags Off By Congress: କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଏଲଇଡି ଭ୍ୟାନରେ ପ୍ରଚାର କରିବ କଂଗ୍ରେସ । କଂଗ୍ରେସର ଗ୍ୟାରେଣ୍ଟି କାର୍ଡକୁ ଲୋକଙ୍କ ପାଖକୁ ମଧ୍ୟ ପହଞ୍ଚାଇବ LED ଭ୍ୟାନ । ଅଧିକ ପଢନ୍ତୁ

LED ଭ୍ୟାନରେ କଂଗ୍ରେସର ହାଇଟେକ୍ ପ୍ରଚାର, ସରକାରଙ୍କ ବିଫଳତା ସହ ଗ୍ୟାରେଣ୍ଟି କାର୍ଡର ଭିଡିଓର ପ୍ରଦର୍ଶନ

author img

By ETV Bharat Odisha Team

Published : Apr 9, 2024, 9:06 AM IST

LED ଭ୍ୟାନରେ କଂଗ୍ରେସର ହାଇଟେକ୍ ପ୍ରଚାର, ସରକାରଙ୍କ ବିଫଳତା ସହ ଗ୍ୟାରେଣ୍ଟି କାର୍ଡର ଭିଡିଓର ପ୍ରଦର୍ଶନ

ଭୁବନେଶ୍ବର: ସାଧାରଣ ନିର୍ବାଚନରେ କଂଗ୍ରେସ ଆପଣାଇବାକୁ ଯାଉଛି ସ୍ବତନ୍ତ୍ର ରଣକୌଶଳ । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଏଲଇଡି ଭ୍ୟାନରେ ପ୍ରଚାର କରିବ କଂଗ୍ରେସ । ଏହି ଏଲଇଡି ଭ୍ୟାନକୁ କଂଗ୍ରେସ ଭବନରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଉଦଘାଟନ କରାଯାଇଛି । ଏହାକୁ ନିର୍ବାଚନ ପ୍ରଚାରରେ ବ୍ୟବହାର କରିବ ଦଳ । ରାଜ୍ୟର ସମସ୍ତେ ନିର୍ବାଚନ ମଣ୍ଡଳୀରେ ଏହି ଭ୍ୟାନ ବୁଲିବ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନାର ବିଫଳତାକୁ ନେଇ ଭିଡ଼ିଓ କରାଯାଇଥିବା ବେଳେ ଏହି ଭିଡିଓ ଏଲଇଡ଼ି ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚାଯିବ । ଏହାସହ କଂଗ୍ରେସ ନିର୍ବାଚନରେ ସାଧାରଣ ଲୋକଙ୍କ ପାଇଁ ଯେଉଁ ଗ୍ୟାରେଣ୍ଟି କାର୍ଡ ପ୍ରସ୍ତୁତ କରିଛି ଏହାକୁ ନେଇ ଯେଉଁ ଇସ୍ତାହାର କରାଯାଇଛି ତା'ର ମଧ୍ୟ ପ୍ରଚାର ପ୍ରସାର ହେବ ।

ସୋମବାର ୩ଟି ଏଲଇଡ଼ିର ଉଦଘାଟନ ହୋଇଥିବା ବେଳେ ଆଗକୁ ଆହୁରି ୧୦୦ଟି ଏଲଇଡି ପ୍ରଚାର ଭ୍ୟାନ କାର୍ଯ୍ୟକ୍ଷମ କରାଯିବ ବୋଲି କହିଛି କଂଗ୍ରେସ । ଉଦଘାଟନୀ ଅବସରରେ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ କହିଛନ୍ତି ଯେ, ଲୋକତନ୍ତ୍ର, ଯୁବକଙ୍କୁ ରୋଜଗାର, ଶିକ୍ଷାର ପ୍ରଗତି, ଚାଷୀର ବିକାଶ, ଶ୍ରମିକର ହକ ଓ ନାରୀ ସମ୍ମାନର ଆଧାରକୁ ନେଇ ଆମେ ଲୋକଙ୍କ ପାଖକୁ ଯିବୁ । ବିଶେଷକରି ଓଡ଼ିଶାର ଵିକାଶ କେତେ ପ୍ରତିଶତ ହୋଇଛି ସେ ବିଷୟରେ ଲୋକମାନେ ଜାଣିବେ ଏହି ଭିଡିଓ ମାଧ୍ୟମରେ । ଖାଲି ଭିଡିଓ ମାଧ୍ୟମରେ ନୁହେଁ ଲିପିଲେଟ ପାମ୍ପଲେଟ ମାଧ୍ୟମର କଂଗ୍ରେସ ଓଡ଼ିଶାର ବିକାଶର କଥା କହି ଭୋଟ ଲୁଟୁଥୁବା ଜନସାଧାରଣଙ୍କୁ ବିକାଶର ବାସ୍ତବିକତା ଦେଖାଇବ ବୋଲି କହିଛନ୍ତ ଭକ୍ତ ଚରଣ ଦାସ ।

ଏହା ମଧ୍ୟ ପଢନ୍ତୁ... ରାଉରକେଲାରେ କଂଗ୍ରେସର ବିଜୟ ହେବ: ବିରେନ୍ଦ୍ରନାଥ ପଟ୍ଟନାୟକ - Rourkela Assembly Constituency

ସେହିପରି ସେ କହିଛନ୍ତି, ବିଜେପି ସରକାର ୧୦ ବର୍ଷରେ ଓ ବିଜେଡି ସରକାରର ୨୪ ବର୍ଷରେ ଆମେ କ'ଣ ପାଇଛୁ ଓ ହରେଇଛୁ ତାହାର ତଥ୍ୟ ପାଇଁ ଆମେ ଗାଆଁ ଗାଆଁ ବୁଲୁଛୁ । 10 ବର୍ଷରେ ବିଜେପିର ପ୍ରତିଶୃତି ଯାହା କହିଥିଲେ କିଛି ହୋଇନାହିଁ । ଯେଉଁସବୁ ପ୍ରୋଜେକ୍ଟ ହୋଇଛି ଓଡ଼ିଶାରେ ତାହା କଂଗ୍ରେସ ଅମଳରେ ହୋଇଥିଲା । ବିଜେପି କେବଳ ଲୋକଙ୍କୁ ଠକିଛି । ଅନ୍ୟପଟେ ବିଜେଡିର 24 ବର୍ଷରେ ଜଳସେଚନ ନାହିଁ । କୋରାପୁଟ କନ୍ଧମାଳ ଭଳି ଜିଲ୍ଲା ସମସ୍ୟାରେ ରହିଛି । ଉତ୍ପାଦନକୁ ଦ୍ଵିଗୁଣିତ ନାହିଁ । ଧାନର ମୂଲ୍ୟ ବୃଦ୍ଧି ହେଲା ନାହିଁ କି ଏମଏସପି ଦିଆଗଲା ନାହିଁ ।

ଏପରିକି ଯାହା ଉତ୍ପାଦନ ହେଉଛି ତାହାକୁ ବିକିବା ପାଇଁ ବଜାର ନାହିଁ । ମଣ୍ଡିରେ ଦ୍ରବ୍ୟ ମାସ ମାସ ଧରି ପଡିରହିଛି । ଋଣ ଛାଡ କରାଯାଇ ନାହିଁ । ବିଭିନ୍ନ ବର୍ଗର ଲୋକଙ୍କର ଏହିସବୁ ସମସ୍ୟାକୁ ନେଇ ପୁଣିଥରେ ଚାଷୀ, ମହିଳା, ଯୁବ ସମସ୍ତ ବର୍ଗର ଲୋକଙ୍କୁ ନ୍ୟାୟ ଦେବା ପାଇଁ ଗ୍ୟାରେଣ୍ଟି କାର୍ଡ କରିଛି କଂଗ୍ରେସ । ଏହି ଗ୍ୟାରେଣ୍ଟି ସହ ଶତାଧିକ ଭୋଟରେ ସରକାର ଗଠନ କରିବ କଂଗ୍ରେସ । ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧିଙ୍କ ନେତୃତ୍ବରେ ଯେଉଁ ୨୫ଟି ଗ୍ୟାରେଣ୍ଟି କରାଯାଇଛି ତାହା ଓଡିଶାର ଘରେ ଘରେ ପହଞ୍ଚିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.