ETV Bharat / politics

‘ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଯାଇଥିବା ଦଳୀୟ ନେତାଙ୍କୁ ବହିଷ୍କାର କରିଛି କଂଗ୍ରେସ’ - PM Modi in Chhattisgarh

PM Modi in Chhattisgarh: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ନିମନ୍ତରଣ ବର୍ଜନ କରିବା ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ । କହିଲେ କାର୍ଯ୍ୟକ୍ରମକୁ ଯାଇଥିବା ଦଳୀୟ ନେତାଙ୍କୁ ନିଲମ୍ବିତ କରିଛି କଂଗ୍ରେସ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Apr 8, 2024, 9:20 PM IST

‘ରାମ ମନ୍ଦିରର ପରିଦର୍ଶନରେ ଯାଇଥିବା ଦଳୀୟ ନେତାଙ୍କୁ ନିଲମ୍ବିତ କରିଛି କଂଗ୍ରେସ’

ରାୟପୁର: ସାଧାରଣ ନିର୍ବାଚନ ପାଇଁ ତୁଫାନୀ ପ୍ରଚାର ଜାରି ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବିଭିନ୍ନ ରାଜ୍ୟର ଏକାଧିକ କାର୍ଯ୍ୟକ୍ରମରେ ନିର୍ବାଚନୀ ପ୍ରଚାର ଜାରି ରଖିଛନ୍ତି ବିଜେପିର ଏହି ଶୀର୍ଷ ନେତା । ନିଜ ଦଳ ଓ ସରକାରର ଉପଲବ୍ଧି ଲୋକଙ୍କ ସାମ୍ନାରେ ରଖିବା ସହ ମୁଖ୍ୟ ବିରୋଧୀ ଦଳ କଂଗ୍ରେସକୁ ବିଭିନ୍ନ ପ୍ରସଙ୍ଗରେ କଡା ଟାର୍ଗେଟ କରିବାର ଧାରା ମଧ୍ୟ ପ୍ରଧାନମନ୍ତ୍ରୀ ଜାରି ରଖିଛନ୍ତି । ଆଜି ଛତିଶଗଡରେ ପ୍ରଚାର ବେଳେ କଂଗ୍ରେସକୁ ରାମ ମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବ ପ୍ରସଙ୍ଗ ସହ ଯୋଡି ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଭୁ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବରେ ଅଂଶଗ୍ରହଣ କରିବାକୁ ଅଯୋଧ୍ୟା ଯାଇଥିବା ନେତାଙ୍କୁ ମଧ୍ୟ କଂଗ୍ରେସ ବହିଷ୍କାର କରିବାକୁ ପଛାଇ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଆଜି ଛତିଶଗଡର ମାଓଅଧ୍ୟୁଷିତ ବସ୍ତରରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । ରାମ ମନ୍ଦିର ସମ୍ପର୍କରେ ଟିପ୍ପଣୀ କରି ପ୍ରଧାନମନ୍ତ୍ରୀ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି, ‘‘କଂଗ୍ରେସ ପ୍ରାଣପ୍ରତିଷ୍ଠା ଉତ୍ସବ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କଲା । କେବଳ ଏତିକି ନୁହେଁ, ଯେଉଁ ଦଳୀୟ ନେତାମାନେ ପ୍ରାଣପ୍ରତିଷ୍ଠା ଉତ୍ସବରେ ଅଂଶଗ୍ରହଣ କରିବା ପାଇଁ ଅଯୋଧ୍ୟା ଯାଇଥିଲେ, ସେମାନଙ୍କୁ ମଧ୍ୟ କଂଗ୍ରେସ ନିଲମ୍ବିତ କରିଛି । ବିଜେପି ଯାହା କହେ କାମରେ କରିକି ଦେଖାଏ । ଏଥର ରାମନବମୀ ଖାସ ହେବାକୁ ଯାଉଛି । ଏଥର ପ୍ରଭୁ ରାମଲାଲା ଟେଣ୍ଟରୁ ନୁହନ୍ତି ବରଂ ଭବ୍ୟ ମନ୍ଦିରରୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରିବେ । ଦୀର୍ଘ 5ଶହ ବର୍ଷର ସ୍ବପ୍ନ ପୂରଣ ହୋଇଛି ।’’

ଏହା ମଧ୍ୟ ପଢନ୍ତୁ :- ECI କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିବା TMC ନେତାଙ୍କୁ ଉଠାଇନେଲା ପୋଲିସ - TMC Leaders Protesting at EC Office

ତେବେ ଅନ୍ୟ କିଛି ରାଜ୍ୟରେ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗରେ କଂଗ୍ରେସର ପୂର୍ବ ସରକାରକୁ ମଧ୍ୟ ସମାଲୋଚନା କରିସାରିଛନ୍ତି । ତାମିଲନାଡୁ ଉପକୂଳରେ ଭାରତ ମହାସାଗର ମଧ୍ୟରେ ଶ୍ରୀଲଙ୍କା ନିୟନ୍ତ୍ରଣରେ ଥିବା କଚ୍ଚାତିବୁ ଦ୍ବୀପ ପ୍ରସଙ୍ଗରେ ମୋଦି କଂଗ୍ରେସର ତତ୍କାଳୀନ ସରକାରଙ୍କ ନୀତିକୁ ସମାଲୋଚନା କରିସାରିଛନ୍ତି । ଏହି ଭୁଲ ନିଷ୍ପତ୍ତି ପାଇଁ ଏବେ ଭାରତକୁ ବହୁମୂଲ୍ୟ ଦେବାକୁ ପଡୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେହିପରି କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେଙ୍କ କାଶ୍ମୀର ପ୍ରସଙ୍ଗ ଟିପ୍ପଣୀକୁ ମଧ୍ଯ ପ୍ରଧାନମନ୍ତ୍ରୀ ଟୁକଡେ ଟୁକଡେ ଗ୍ୟାଙ୍ଗର ଭାଷା ବୋଲି କହିଥିଲେ । କଂଗ୍ରେସ ଜାରି ରଖିଥିବା ନିର୍ବାଚନୀ ଇସ୍ତାହାରକୁ ମଧ୍ୟ ପ୍ରଧାନମନ୍ତ୍ରୀ ଟାର୍ଗେଟ କରିଥିଲେ । ଏହା କେବଳ ମିଛ ପ୍ରତିଶୃତି ଓ ମୁସଲିମ ଲିଗର ବିଚାରଧାରାର ପ୍ରତିଫଳନ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଯାହାକୁ ନେଇ କଂଗ୍ରେସ ଆଜି ନିର୍ବାଚନ ଆୟୋଗଙ୍କ ଠାରେ ଅଭିଯୋଗ ମଧ୍ୟ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.