ETV Bharat / politics

ପୁରୀରେ ହଟୁନି ସରକାରୀ ଦଳର ହୋର୍ଡିଂ, ଆନ୍ଦୋଳନ ଚେତାବନୀ ଦେଲା କଂଗ୍ରେସ - Election Code Of Conduct Violate

author img

By ETV Bharat Odisha Team

Published : Mar 24, 2024, 10:29 PM IST

Election Code Of Conduct Violate In Puri: ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ସତ୍ତ୍ବେ ଶାସକ ଦଳର ହୋର୍ଡିଂ ଓ ବ୍ୟାନରକୁ ପୁରୀ ଜିଲ୍ଲା ପ୍ରଶାସନ ହଟାଉନଥିବା ଅଭିଯୋଗ ଆଣିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

ପୁରୀରେ ନିର୍ବାଚନ ଆଚରଣ ବିଧିର ଉଲଘଂନ !
ପୁରୀରେ ନିର୍ବାଚନ ଆଚରଣ ବିଧିର ଉଲଘଂନ !
ପୁରୀରେ ନିର୍ବାଚନ ଆଚରଣ ବିଧିର ଉଲଘଂନ !

ପୁରୀ: ନିର୍ବାଚନୀ ଆଚରଣ ବିଧିର ଖୋଲା ଉଲ୍ଲଙ୍ଘନ ! ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ସତ୍ତ୍ବେ ଶାସକ ଦଳର ହୋର୍ଡିଂ ଓ ବ୍ୟାନରକୁ ହଟାଉନାହିଁ ପୁରୀ ଜିଲ୍ଲା ପ୍ରଶାସନ । ବିଭିନ୍ନ ପ୍ରକଳ୍ପ ବିଜ୍ଞାପନରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହିଛି । ପୁରୀ ସହରର ବିଭିନ୍ନ ସ୍ଥାନରେ ଏହା ଦେଖିବାକୁ ମିଳୁଛି । ତେବେ ପୁରୀ ଜିଲ୍ଲା ପ୍ରଶାସନ ହୋର୍ଡିଂ ହଟାଇବାରେ ପକ୍ଷପାତିତାକୁ କଡ଼ା ସମାଲୋଚନା କରିଛି ପୁରୀ ଜିଲ୍ଲା କଂଗ୍ରେସ । ପୁରୀ ଜିଲ୍ଲାପାଳ ଓ ଏସପି ବିଜେଡିର ଦଳୀୟ କର୍ମକର୍ତ୍ତା ପାଲଟିଥିବା ଅଭିଯୋଗ ଆଣିଛି କଂଗ୍ରେସ ।

ନିର୍ବାଚନକୁ ନେଇ ସାରା ଦେଶରେ ନିର୍ବାଚନୀ ଆଚରଣ ବିଧି (କୋଡ ଅଫ୍‌ କଣ୍ଡକ୍ଟ) ଲାଗୁ ହେବା ପରେ ଦଳୀୟ ଚିହ୍ନ ଓ ନେତା ଥିବା ହୋଡିଂକୁ ହଟା ଯାଉଛି । ହେଲେ ଏଥିରେ ବ୍ୟତିକ୍ରମ ଦେଖାଦେଇଥିବା ଅଭିଯୋଗ କରିଛି କଂଗ୍ରେସ । ପୁରୀ ସହରରେ ଏବେ ସୁଦ୍ଧା ବିଭିନ୍ନ ପ୍ରକଳ୍ପ ବିଜ୍ଞାପନରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହିଥିବା ହୋଡିଂ ଲାଗିଥିବା ବେଳେ ଏହାକୁ ନେଇ ପୁରୀ ଜିଲ୍ଲାପାଳ ଓ ଏସପିଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ପୁରୀ ଜିଲ୍ଲାପାଳ ଓ ଏସପି ବିଜେଡିର ଦଳୀୟ କର୍ମକର୍ତ୍ତା ସାଜିଥିବା କହିଛି କଂଗ୍ରେସ । ଯଦି ପୁରୀ ଜିଲ୍ଲା ପ୍ରଶାସନ ଶାସକ ଦଳର ହୋଡିଂ ଉଠାଇବା ପାଇଁ ପଦକ୍ଷେପ ନନିଏ ତେବେ କଂଗ୍ରେସ ଏହା ଉଠାଇବ ବୋଲି ଚେତାବନୀ ଦେଇଛି ।

ସେପଟେ ଆଗାମୀ ନିର୍ବାଚନ ପାଇଁ ପୁରୀ ଜିଲ୍ଲା କଂଗ୍ରେସ ଦଳର ଇସ୍ତାହାର ଲୋକଙ୍କ ନିକଟରେ ରଖିଛି । ଏକ ସାମ୍ୱାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇ ୯ ନିର୍ବାଚନୀ ଗ୍ୟାରେଣ୍ଟି ଉନ୍ନୋଚିତ କରିଛି କଂଗ୍ରେସ । ୨୪ ବର୍ଷର ବିଜେଡି ଶାସନ ଓ ୧୦ ବର୍ଷର ବିଜେଡି-ବିଜେପି ଶାସନରେ ଯାହା ହୋଇନାହିଁ, କଂଗ୍ରେସ ସରକାରକୁ ଆସିଲେ ତାହା କରି ଦେଖାଇବ ବୋଲି ପୁରୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜ୍ୟ କଂଗ୍ରେସ ଉପସଭାପତି ଶିବାନନ୍ଦ ରାୟ । କେନ୍ଦ୍ର ସରକାର ଶାସନ କାଳରେ କୃଷକ ଅବହେଳିତ ହେଉଛନ୍ତି । ଉଭୟ ଓଡିଶା ଓ କେନ୍ଦ୍ର ସରକାର ଧାନର ସଠିକ ମୁଲ୍ୟାଙ୍କନ ନକରିପାରିବାରୁ କୃଷକମାନେ ୠଣ ଗ୍ରସ୍ତ ହୋଇ ଆତ୍ମହତ୍ୟାର ପନ୍ଥା ଆପଣାଉଛନ୍ତି । ତେଣୁ କୃଷକମାନଙ୍କୁ ଋଣମୁକ୍ତ କରି ଉଚିତ ଧାନ ମୁଲ୍ୟ କୁଇଣ୍ଟାଲ ପ୍ରତି ୩ହଜାର ଟଙ୍କା ପ୍ରଦାନ କରାଯିବ । କୃଷକମାନଙ୍କ ପାଇଁ ମାସିକ ୨ହଜାର ଟଙ୍କାର ପେନସନ ବ୍ୟବସ୍ଥା କରାଯିବ ।

ଅନ୍ୟପଟେ ମୋଦି ଓ ନବୀନ ସରକାର ଉଭୟେ ବେକାରୀ ସମସ୍ୟାକୁ ସମାଧାନ କରିବାରେ ବିଫଳ ହୋଇଛନ୍ତି । ତେଣୁ କଂଗ୍ରେସ ସରକାରକୁ ଆସିଲେ ଓଡ଼ିଶାର ୫ଲକ୍ଷ ବେବାରୀ ଯୁବକ ଯୁବତିଙ୍କୁ ନିଯୁକ୍ତି ସହ ବେକାରୀ ଭତ୍ତା ବାବଦ ୩ ହଜାର ମାସିକ ପ୍ରଦାନ କରାଯିବ । ସଂୟ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ କଂଗ୍ରେସ ସରକାର ଋଣ ଛାଡ ସହ ଗୃହଲକ୍ଷ୍ମୀ ଯୋଜନାରେ ଗୃହର ମୁଖ୍ଯ ମହିଳାଙ୍କୁ ମାସିକ ୨ ହଜାର ଟଙ୍କା ଭତ୍ତା ଦିଆଯିବ ବୋଲି ଏଆଇସିସି ସଭ୍ଯ ସୁଜିତ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଗଜପତିରେ କଂଗ୍ରେସର ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ, ପୂର୍ବ ସ୍ଥିତିକୁ ଫେରିବ କି ଦଳ ? - Congress Guarantee Card

ଏହାସହ କେନ୍ଦ୍ର ସରକାର ଉଜ୍ଜ୍ବଳା ଯୋଜନା କରି ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି ଯୋଗୁ ଏହାର ପ୍ରଭାବ ସିଧାସଳଖ ହାଣ୍ଡିଶାଳରେ ପଡୁଛି । ତେଣୁ କଂଗ୍ରେସ ସରକାରକୁ ଆସିଲେ ପ୍ରତି ପରିବାରକୁ ୫ସହ ଟଙ୍କାରେ ଗ୍ୟାସ ସିଲିଣ୍ଡର ଯୋଗାଇବ ବୋଲି କହିଛନ୍ତି ସୁଜିତ । ଏହାସହ ସମସ୍ତଙ୍କ ପାଇଁ ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାରୀ ଓ ବେସରକାରୀ ଚିକିତ୍ସାଳୟରେ ମାଗଣା ଚିକିତ୍ସା, ବାଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତା ମାସିକ ୨୦୦୦ ଟଙ୍କା ସହ ରାଜ୍ୟରେ ପଛୁଆ ବର୍ଗ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି । ଏହି ସାମ୍ବାଦିକ ସମିଳନୀରେ ରାଜ୍ୟ କଂଗ୍ରେସ ଊପସଭାପତି ଶିବାନନ୍ଦ ରାୟ, ପୁରୀ ଜିଲ୍ଲା ସଭାପତି ଜୟନାରାୟଣ ପଟ୍ଟନାୟକ, ଏଆଇସିସି ସଭ୍ଯ ସୁଜିତ ମହାପାତ୍ର, ନଗର ସଭାପତି ଅମରେନ୍ଦ୍ର ପାଇକରାଏ, ମୁଖପାତ୍ର ସ୍ଵାଧୀନ ପଣ୍ଡାଙ୍କ ସହ ସାମାଜିକ ଗଣମାଧ୍ୟମ ଜିଲ୍ଲା ମୁଖ୍ଯ ମନୋଜ ବେହେରା ଓ ଚେତନ ମିଶ୍ର ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଅନିମେଶ ପଟ୍ଟନାୟକ ପରିଚାଳନା କରିଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.