ETV Bharat / politics

ନବୀନ ନିବାସରେ ଦ୍ୱିତୀୟ ପର୍ଯ୍ୟାୟ ବୈଠକ ଆରମ୍ଭ, ପ୍ରଥମ ପର୍ଯ୍ୟାୟରେ ଉପସ୍ଥିତ ନେତା ସାମିଲ

CM Naveen Calls Meeting At Neveen Niwas: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ନବୀନ ନିବାସରେ ଆଜି ଅପରାହ୍ନ 3.30 ଆୟୋଜିତ ହୋଇଥିଲା । ବୈଠକରେ ଦଳର ବରିଷ୍ଠ ନେତା ସାମିଲ ହୋଇଥିଲେ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Mar 6, 2024, 1:30 PM IST

Updated : Mar 6, 2024, 7:16 PM IST

CM Naveen Patnaik
CM Naveen Patnaik

ଭୁବନେଶ୍ବର: ରାଜ୍ୟରେ ହେବ କି ବିଜେଡି ଓ ବିଜେପି ମେଣ୍ଟ । ଏକାଠି ଲଢ଼ିବେ କି ଦୁଇ ପ୍ରମୁଖ ପାରମ୍ପରିକ ପ୍ରତିଦ୍ବନ୍ଦୀ । ଓଡ଼ିଶାରେ ଗତ କିଛି ଦିନ ଧରି ଏଭଳି ଚର୍ଚ୍ଚା ଲାଗି ରହିଥିବା ବେଳେ ଏହାରି ଭିତରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକିଛନ୍ତି ଗୁରୁତ୍ୱପୂର୍ଣ୍ଣ ବୈଠକ । ନବୀନ ନିବାସରେ ଆଜି ଅପରାହ୍ନ 3.30 ବୈଠକ ଆୟୋଜିତ ହୋଇଥିଲା । ବୈଠକରେ ଦଳର ବରିଷ୍ଠ ନେତାମାନେ ସାମିଲ ହୋଇଥିଲେ ।

ନବୀନ ନିବାସରେ ବୈଠକ ଶେଷ । ବୈଠକରୁ ବାହାରିଲେ ଦଳର ବରିଷ୍ଠ ନେତା, ମନ୍ତ୍ରୀ । ବୈଠକରେ ଯୋଗ ଦେଇଥିଲେ ମନ୍ତ୍ରୀ ରାଜା ସ୍ବାଇଁ, ଟୁକୁନି ସାହୁ, ଅଶୋକ ପଣ୍ଡା । ମନ୍ତ୍ରୀ ଅତନୁ ନାୟକ, ପ୍ରଫୁଲ୍ଲ ମଲ୍ଲିକ, ଜଗନ୍ନାଥ ସାରକା । ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ସସ୍ମିତ ପାତ୍ର । ସଞ୍ଜୟଦାସ ବର୍ମା, ମାନସ ମଙ୍ଗରାଜ, ପ୍ରଦୀପ ଅମାତ ।

ତେବେ ବିଜେଡି-ବିଜେପି ମଧ୍ୟରେ ହୋଇପାରେ ମେଣ୍ଟ । ଏନଡିଏ ଭିତରକୁ ଫେରିପାରେ ବିଜେଡି । ମେଣ୍ଟ ନେଇ ଆସନ୍ତାକାଲି ହୋଇପାରେ ଚୂଡାନ୍ତ ଘୋଷଣା । ଏପରି ଚର୍ଚ୍ଚାକୁ ବଳ ଯୋଗାଇଛି ଉଭୟ ଦଳ ପକ୍ଷରୁ ଆଜି ଡକାଯାଇଥିବା ବୈଠକ । ବିଜେପିର ବୈଠକ ଦିଲ୍ଲୀରେ ବସୁଥିବା ବେଳେ ତାହା ପୂର୍ବରୁ ବସିବ ବିଜେଡି ବୈଠକ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ଡାକିଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ନବୀନ ନିବାସରେ ଆଜି(ବୁଧବାର) ଅପରାହ୍ନ 3. 30 ବସିବାକୁ ଯାଉଛି ଏହି ବୈଠକ । ବୈଠକରେ ଦଳର ବରିଷ୍ଠ ନେତାମାନେ ସାମିଲ ହେବେ । ନବୀନ ନିବାସରୁ ଏନେଇ ନେତାମାନଙ୍କୁ ଡକରା ଆସିଛି ।

ଏହା ମଧ୍ୟ ପଢ଼ନ୍ତୁ...ଚଣ୍ଡିଖୋଲରେ ମୋଦିଙ୍କୁ ପ୍ରଶଂସାରେ ପୋତିଲେ ନବୀନ, ଦେଶକୁ ଆର୍ଥିକ ଶକ୍ତିକେନ୍ଦ୍ର କରାଉଛନ୍ତି ପ୍ରଧାନମନ୍ତ୍ରୀ

ଏହା ମଧ୍ୟ ପଢ଼ନ୍ତୁ...ବିରୋଧୀ କହିଲେ ପ୍ରଧାନମନ୍ତ୍ରୀଙ୍କ ପରିବାର ନାହିଁ, ବିଜେପି ନେତା ଲେଖିଲେ ‘ମୋଦି କା ପରିବାର’

ମିଳିଥିବା ସୂଚନା ଅନୁସାରେ ବୈଠକରେ 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ରହିବେ । ନବୀନ ଓ କାର୍ଯ୍ୟକ୍ରମ ସାରି ପାଣ୍ଡିଆନ ଖୁବଶୀଘ୍ର ନବୀନ ନିବାସରେ ପହଞ୍ଚିବେ । ସେହିପରି ବିଜେଡିର ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସମ୍ପାଦକ ମୁଖ୍ୟାଳୟ ସଞ୍ଜୟ ଦାସବର୍ମା, ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜ, ବରିଷ୍ଠ ଉପସଭାପତି ଦେବୀ ମିଶ୍ର, ମନ୍ତ୍ରୀ ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରଣବ ବଳବନ୍ତରାୟ, ଅରୁଣ ସାହୁ ପ୍ରମୁଖଙ୍କୁ ନବୀନ ନିବାସକୁ ଡାକରା ହୋଇଛି ।

ସେପଟେ ବିଜେପିର ଜାତୀୟ ନେତୃତ୍ୱଙ୍କ ଡାକରାରେ ଦିଲ୍ଲୀ ଯାଉଛନ୍ତି ରାଜ୍ୟ ବିଜେପିର କୋର ଟିମ । ଦିଲ୍ଲୀରେ ଅପରାହ୍ନ 5.30 ବିଜେପିର ବୈଠକ ଅନୁଷ୍ଠିତ ହେବ । ତେବେ ଦୁଇ ଦଳର ଏହି ଗୁରୁତ୍ବପୂର୍ଣ୍ଣ ବୈଠକ କେଉଁ ନିଷ୍କର୍ଷ ନିଷ୍ପତ୍ତି ନେବେ । କ'ଣ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ହେବ । ଏହାକୁ ନେଇ ଏବେ ରାଜନୈତିକ ମାହୋଲରେ ଚର୍ଚ୍ଚା ବଢ଼ିବାରେ ଲାଗିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 6, 2024, 7:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.