ETV Bharat / politics

'ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ବିରୋଧରେ ଓ ବିକାଶ ପାଇଁ ଲଢେଇ କରିବି' - Cine Artist Manoj Mishra - CINE ARTIST MANOJ MISHRA

Congress MP Candidate Manoj Mishra: ବଲାଙ୍ଗୀର ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ସିନେ ତାରକା ମନୋଜ ମିଶ୍ର । ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ବିରୋଧରେ ଓ ବିକାଶ ପାଇଁ ଲଢେଇ କରିବେ ବୋଲି ସେ ପ୍ରତିକ୍ରିୟାରେ କହିଛନ୍ତି । ଅଧିକ ପଢନ୍ତୁ

Congress MP Candidate Manoj Mishra
Congress MP Candidate Manoj Mishra
author img

By ETV Bharat Odisha Team

Published : Apr 2, 2024, 8:42 PM IST

'ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ବିରୋଧରେ ଓ ବିକାଶ ପାଇଁ ଲଢେଇ କରିବି'

ବଲାଙ୍ଗୀର: ଆଜି କଂଗ୍ରେସ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ତାଲିକାରେ ବଲାଙ୍ଗୀର ସଂସଦୀୟ କ୍ଷେତ୍ର ପାଇଁ ଦଳ ଓଲିଉଡ ଅଭିନେତା ମନୋଜ ମିଶ୍ରଙ୍କୁ ଟିକେଟ ଦେଇଛି । ସାଂସଦ ପ୍ରାର୍ଥୀ ହେବା ପରେ ମନୋଜ ପ୍ରତିକ୍ରିୟା ରଖି ଦଳର ଶୀର୍ଷ ନେତୃତ୍ବଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ସେ ନିର୍ବାଚନରେ ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ବିରୋଧରେ ଓ ବିକାଶ ପାଇଁ ଲଢେଇ କରିବେ ବୋଲି କହିଛନ୍ତି ।

ମନୋଜ ସ୍ଥାନୀୟ ନେତା ନରସିଂହ ମିଶ୍ର, ଭକ୍ତ ଦାସ ଓ ଶରତ ପଟ୍ଟନାୟକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଏହାସହିତ ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି, "ଏଥର ବଲାଙ୍ଗୀରରେ ଜୋରଦାର ଲଢେଇ ହେବ । ପଶ୍ଚିମ ଓଡ଼ିଶା ପ୍ରତି ଆଜି ଯାଏଁ ହୋଇଥିବା ବୈମାତୃକ ମନୋଭାବ ରହିଛି ତା' ବିରୋଧରେ ଲଢେଇ ହେବ । ଯେଉଁଥିରେ ଦେଶ ସ୍ଵାଧୀନ ହେବାର ବର୍ଷ ବର୍ଷ ବିତିଥିଲେ ସୁଦ୍ଧା ଏ ଅଞ୍ଚଳର ବିକାଶ ହୋଇ ପାରିନାହିଁ । ଆଜିବି ଏଠିକାର ଅଧା ଜନବସତି ପେଟ ପାଟଣା ପାଇଁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ସେଠୁ କେତେ ଫେରୁଛନ୍ତି ତାହା ଲୋକେ ଜାଣନ୍ତି ।"

ଏହା ବି ପଢନ୍ତୁ- 8 ଲୋକସଭା, 47 ବିଧାନସଭା ଆସନ ସହ ଖାତା ଖୋଲିଲା କଂଗ୍ରେସ: ନୂଆପଡାରୁ ଶରତ, ନର୍ଲାରୁ ଭକ୍ତ ଓ ପାରାଳାଖେମୁଣ୍ଡିରୁ ବିଜୟ

ସେହିପରି ସ୍କୁଲରେ ଶିକ୍ଷକ ନାହାନ୍ତି, କଲେଜ ଅଛି ହେଲେ ଅଧ୍ୟାପକ ନାହାନ୍ତି, ଡାକ୍ତରଖାନା ମେଡିକାଲ କଲେଜ ଅଛି ହେଲେ ଡାକ୍ତର ନାହାନ୍ତି । ଯାହାଫଳରେ ଲୋକେ ବାହାରକୁ ଯାଉଛନ୍ତି । ତେବେ ସମାନ ଭାବରେ ଏଠିକାର ଲୋକେ ମଧ୍ୟ କର ଦେଉଛନ୍ତି । ହେଲେ ସେମାନେ କାହିଁକି ସେ ସବୁ ସୁବିଧାରୁ ବଞ୍ଚିତ ଅଛନ୍ତି ବୋଲି ମନୋଜ ପ୍ରଶ୍ନ କରିଛନ୍ତି । ସେହିପରି ଜଳସେଚନ ଏଠି ନା ଭଳି ଥିବା ବେଳେ ଏସବୁ ବୈମାତୃକ ମନୋଭାବ ବିରୋଧରେ ସେ ଲଢେଇ କରିବେ ବୋଲି କହିଛନ୍ତି । ଏହି ଅଞ୍ଚଳର ବିକାଶ ପାଇଁ ଲୋକ ତାଙ୍କ ସାଥିରେ ଆସିବେ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଯେମିତି ଆଗରୁ ସିନେମାକୁ ନେଇ ତାଙ୍କୁ ଏଠିକାର ଲୋକେ ସମର୍ଥନ ଦେଇଥିଲେ ଏଥର ମଧ୍ୟ ଲୋକ ସମର୍ଥନ ଦେବେ ବୋଲି ସେ କହିଛନ୍ତି । ମନୋଜ ମିଶ୍ର ସମ୍ବଲପୁର ମୂଳ ନିବାସୀ ହୋଇଥିବା ବେଳେ ସେ ପାଠପଢା ପରେ ଏନଏସଡିରେ ପାଠ ପଢିଥିଲେ । ପରେ ସେ ମୁମ୍ବାଇ ଯାଇ ବଲିଉଡରେ କାମ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ଓଡ଼ିଶା ଫେରି ଆସି ଏଠି ସିନେମା ତିଆରି କରିଥିଲେ । ଏହିପରି ନିକଟରେ ଆସିଥିବା ତାଙ୍କର ମାଇଣ୍ଡ ଗେମ ସିନେମାକୁ ନେଇ ବିବାଦ ଦେଖାଦେଇଥିଲା । ଏହାକୁ ନେଇ ଅଲଗା କୋଶଳ ରାଜ୍ୟ କଥା ପୁଣି ଜୋର ଧରିଥିଲା । ତେବେ ସିନେମା ଲାଇନରୁ ଏବେ ରାଜନୈତିକକୁ ଆସିଥିବା ମନୋଜ ମିଶ୍ର ଏଥିରେ କେତେ ସଫଳ ହେବେ ତାହା ସମୟ କହିବ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.