ETV Bharat / politics

ସୁନ୍ଦରଗଡ଼ରେ ଅଶ୍ବିନୀ ବୈଷ୍ଣବ, ବଣାଇ ଓ ରାଜଗାଙ୍ଗପୁରରେ ପ୍ରଚାର - Ashiwini Vaishnaw Campaign

author img

By ETV Bharat Odisha Team

Published : May 18, 2024, 9:56 PM IST

Ashiwini Vaishnaw Campaign: ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ସୁନ୍ଦରଗଡ଼ରେ ପ୍ରଚାର କରିଛନ୍ତି । ସେ ବଣାଇ ଏବଂ ରାଜଗାଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି । ଅଧିକ ପଢନ୍ତୁ

Ashiwini Vaishnaw Campaign
Ashiwini Vaishnaw Campaign (ETV Bharat Odisha)

ରାଉରକେଲା/ବଣାଇ : ବିଜେପି ଫୋକସରେ ପଶ୍ଚିମ ଓଡିଶା। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ବଣାଇ ଏବଂ ରାଜଗାଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି । ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲା ଦଖଲ ଲକ୍ଷ୍ୟରେ ବିଜେପି । ଦିନକୁ ଦିନ ବଢ଼ିବାରେ ଲାଗିଛି କେନ୍ଦ୍ରୀୟ ନେତାଙ୍କ ଗସ୍ତ ଏବଂ ପ୍ରଚାର । ଆଜି ପ୍ରଚାରର ଶେଷ ଦିନରେ ସୁନ୍ଦରଗଡ଼ ଲୋକସଭା ମଣ୍ଡଳୀ ଅଧିନସ୍ଥ ବଣାଇ ନିର୍ବାଚନ ମଣ୍ଡଳୀ ଏବଂ ରାଜଗାଙ୍ଗପୁରରେ ପ୍ରଚାର କରି ଜନ ସମାବେଶରେ ଯୋଗ ଦେଇଥିଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଆସନ୍ତା 20 ତାରିଖରେ ହେବାକୁ ଯାଉଛି । ତେଣୁ ସମସ୍ତ ଦଳ ପ୍ରଚାର ମାଧ୍ୟମରେ ନିଜର ସମ୍ପୂର୍ଣ୍ଣ ଶକ୍ତି ପ୍ରଦର୍ଶନ କରିଛନ୍ତି ।

ଆଜି ବିଜେପିର ଷ୍ଟାର ପ୍ରଚାରକ ତଥା ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆସି ରାଜ୍ୟ ସରକାରଙ୍କ ଅବହେଳା ଏବଂ କେନ୍ଦ୍ର ସରକାରଙ୍କ ସମସ୍ତ ଜନ କଲ୍ୟାଣକାରୀ ଯୋଜନା ଉପରେ ଆଲୋକପାତ କରିଥିଲେ । ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ଜନତାଙ୍କ ଉନ୍ନତି ନାଁରେ ସାଢେ ଚାରି କୋଟି ଓଡିଆଙ୍କୁ ଭୁଆଁ ବୁଲାଉଛନ୍ତି । ରାଜ୍ୟ ସରକାର ଓଡ଼ିଆ ଭାଇଭଉଣୀମାନଙ୍କ ପାଇଁ ୨୫ ବର୍ଷରେ କିଛି କରିପାରିଲେନାହିଁ । ବର୍ତ୍ତମାନ ମଧ୍ୟ ବିକାଶ ଠାରୁ ବହୁ ଦୂରରେ ସମ୍ପୂର୍ଣ୍ଣ ଅଞ୍ଚଳ । କେଉଁଠି ରାସ୍ତା ନାହିଁ ତ କେଉଁଠି ପାଣି ନାହିଁ, ଦୁର୍ଦ୍ଦିନରେ କାଟୁଛନ୍ତି ଲୋକେ ।" ତେବେ ବଣାଇରେ ବିଧାନସଭା ପ୍ରାର୍ଥିନୀ ସେବତୀ ନାୟକ ଏବଂ ରାଜଗାଙ୍ଗପୁର ପ୍ରାର୍ଥୀ ନରସିଂହ ମିଞ୍ଜଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟ କରାଇବା ଲାଗି ଲୋକଙ୍କୁ ଭୋଟ ଭିକ୍ଷା କରିଥିଲେ ।

ଏହା ବି ପଢନ୍ତୁ...ପାଲଲହଡା ପ୍ରଚାର କଲେ ହେମା ମାଳିନୀ, ଅଶୋକ ଓ ରୁଦ୍ରଙ୍କ ପାଇଁ ମାଗିଲେ ଭୋଟ୍ - HEMA MALINI IN PALLAHARA

କେନ୍ଦ୍ରମନ୍ତ୍ରୀ କହିଛନ୍ତି, "ଏଥର ମୋଦିଙ୍କ ଗ୍ୟାରେଣ୍ଟି ଯୋଗୁଁ ସାଢ଼େ ଚାରି କୋଟି ଓଡ଼ିଆଙ୍କ ଉନ୍ନତି ହେବ ଏବଂ ଏଥର ରାଜ୍ୟରେ ଡବଲ ଇଞ୍ଜିନ ସରକାର ହେବ । ରେଳ ବିଭାଗ ତାଳଚେର ବିମଳାଗଡ଼ ରେଳ ଲାଇନକୁ ନେଇ ଏଥର ୫୫୦ କୋଟି ଟଙ୍କା ଏଥର ମଧ୍ୟ ଦିଆଯାଇଛି । କିନ୍ତୁ ରାଜ୍ୟ ସରକାର ଆଜିବି ଜମି ଅଧିଗ୍ରହଣ କରିବାରେ ବିଫଳ । 28 କିଲୋମିଟର ରେଳ ଲାଇନ ବର୍ତ୍ତମାନ କମିଶନ ହୋଇଛି ଏବଂ ଏହି ବର୍ଷ ଶେଷ ସୁଦ୍ଧା ଅନୁଗୋଳ ଜିଲ୍ଲା ଖମାର ଯାଏଁ ରେଳ ଲାଇନ ଶେଷ ହେବ । କରମପଦା କିରିବୁରୁ ରେଳ ଲାଇନ ମଧ୍ୟ ଖୁବଶୀଘ୍ର ଶେଷ ହେବ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ପାଞ୍ଚଟି ଷ୍ଟେସନ ବିଶ୍ୱ ସ୍ତରୀୟ ହେବ । ରାଉରକେଲା, ପାନପୋଷ, ରାଜଗାଙ୍ଗପୁର, ବିମଲାଗଡ଼, ହେମଗିରି ଷ୍ଟେସନର ମଧ୍ୟ ଆସନ୍ତା ନିର୍ବାଚନ ପରେ ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହେବ । ଲାଠିକଟା ଏବଂ କଳୁଙ୍ଗା ମଧ୍ୟରେ ନୂଆ ରେଳ ଲାଇନ ପ୍ରକଳ୍ପ ନେଇ DPR ପ୍ରସ୍ତୁତ ହେଉଛି । ବନ୍ଧମୁଣ୍ଡା ଏବଂ ବିମଲାଗଡ଼ ମଧ୍ୟରେ ତୃତୀୟ ଓ ଚତୁର୍ଥ ରେଳ ଲାଇନ ତିଆରି ହେଉଛି । ସେହିପରି ବରସୁଆଁରୁ ବିମଲାଗଡ଼ ମଧ୍ୟରେ ଡବଲ ଲାଇନ ନିର୍ମାଣ ହେବ। ବନ୍ଧମୁଣ୍ଡା ରାଉରକେଲା ମଧ୍ୟରେ ଚତୁର୍ଥ ଏବଂ ପଞ୍ଚମ ରେଳ ଲାଇନ କାର୍ଯ୍ୟ ଚାଲିଛି ।

ଇଟିଭି ଭାରତ, ରାଉରକେଲା /ବଣାଇ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.