ETV Bharat / politics

ବରିଷ୍ଠ ବିଧାୟକ ଜୟନାରାୟଣଙ୍କୁ ଭେଟିଲେ କ୍ୟାବିନେଟ ମନ୍ତ୍ରୀ ରବି ନାଏକ - Cabinet Minister Rabi Narayan Naik - CABINET MINISTER RABI NARAYAN NAIK

Minister Rabi Narayan Naik: ରାଜ୍ୟରେ ବିଜେପି ସରକାର ବନିବା ପରେ କ୍ୟାବିନେଟ ମନ୍ତ୍ରୀ ରବି ନାଏକ ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ଭେଟିଛନ୍ତି । ମନ୍ତ୍ରୀପଦ ଆଶାୟୀ ଥିବା ଜୟ ନାରାୟଣଙ୍କୁ ଏଥର ନିରାଶ ହେବାକୁ ପଡିଛି । ଅଧିକ ପଢନ୍ତୁ

Minister Rabi Narayan Naik
Minister Rabi Narayan Naik (ETV Bharat Odisha)
author img

By ETV Bharat Odisha Team

Published : Jun 13, 2024, 10:21 PM IST

ଭୁବନେଶ୍ବର: ଓଡ଼ିଶାରେ ପ୍ରଥମଥର ପାଇଁ ବିଜେପି ସରକାର ଗଠନ କରିଛି । ଏନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଶପଥ ନେଇଛନ୍ତି । ଭୁବନେଶ୍ବରସ୍ଥିତ ଜନତା ମଇଦାନରେ ଆୟୋଜିତ ଶପଥ ପାଠ ସମାରୋହରେ ମୋହନଙ୍କୁ ଶପଥ ପାଠ କରାଇଥିଲେ ରାଜ୍ୟପାଳ ରଘୁବର ଦାସ । ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ୧୬ ଜଣ ମନ୍ତ୍ରୀ ଶପଥ ନେଇଥିଲେ ।

Minister Rabi Narayan Naik (ETV Bharat Odisha)

ଆଜି ମୋହନ ସରକାରରେ ମନ୍ତ୍ରୀ ଭାବେ ଶପଥ ନେଇଥିବା କୁଚିଣ୍ଡା ବିଧାୟକ ରବି ନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର । ଜୟନାରାୟଣ ମିଶ୍ରଙ୍କ ବାସଭବନରେ ମିଠା ଖୁଆଇ ମନ୍ତ୍ରୀ ରବି ନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଜୟନାରାୟଣ । ଆଜି ରବି ନାୟକ ପୁରୀରୁ ଫେରି ଜୟନାରାୟଣ ମିଶ୍ରଙ୍କୁ ଭେଟିଥିଲେ । ବରିଷ୍ଠ ନେତା ଜୟନାରାୟଣ ମିଶ୍ରଙ୍କ ପାଦ ଛୁଇଁ ସେ ଆଶୀର୍ବାଦ ନେଇଥିଲେ । ଏହା ପରେ ସେ ମନ୍ତ୍ରୀ ରବି ନାୟକଙ୍କୁ ମିଠା ଖୁଆଇ ଶୁଭେଚ୍ଛା ଜଣାଇଥିଲେ ।

ଏହା ମଧ୍ୟ ପଢନ୍ତୁ ... ଏଣିକି ଆଉ ଲଗାମଛଡା ହୋଇ ପାରିବେ ନାହିଁ ଅଫିସର: କ୍ୟାବିନେଟ ମନ୍ତ୍ରୀ ରବି ନାୟକ - Minister Rabi Narayan Naik React

ଏଠି ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଗତକାଲି ଜୟନାରାୟଣ ମିଶ୍ର ଜନତା ମଇଦାନକୁ ଶପଥ ପାଠ କାର୍ଯ୍ୟକ୍ରମକୁ ଆସି ନ ଥିଲେ । ସେ ମନ ଉଣା କରିଛନ୍ତି ବୋଲି ଚର୍ଚ୍ଚା ହେଉଛି । ମନ୍ତ୍ରୀ ପଦ ପାଇଁ ଆଶାୟୀ ଥିବା ବେଳେ ତାଙ୍କୁ କିଛି ପଦ ପଦବୀ ମିଳିନାହିଁ । ଅନ୍ୟପଟେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେବା ପରେ ରବି ନାୟକ ପ୍ରତିକ୍ରିୟାରେ କହିଛନ୍ତି । ସରକାର ଠିକ ଭାବେ ଚାଲିବ ଓ ଅଫିସର ମାନେ ମଧ୍ୟ ଠିକ୍ ଭାବେ କାମ କରିବେ । ଲୋକଙ୍କ ଆଶା ଆକାଂକ୍ଷାକୁ ଦେଖି କାମ କରିବେ ଅଫିସର । ଏଣିକି ଲୋକଙ୍କ ପାଇଁ କାମ କରିବେ ସରକାରୀ ଅଧିକାରୀ । ରାଜ୍ୟବାସୀ ଏହି ବିଶ୍ବାସ ସରକାରଙ୍କ ଉପରେ ରଖନ୍ତୁ ।

ସୂଚନାଯୋଗ୍ୟ ଯେ ଶପଥ ପରେ କ୍ୟାବିନେଟ ବୈଠକରେ ମୋହନ ସରକାରଙ୍କ ପ୍ରଥମ କ୍ୟାବିନେଟରେ ୪ଟି ପ୍ରସ୍ତାବକୁ ମୋହର ବାଜିଥିଲା । ଆଜି ସକାଳେ ମଙ୍ଗଳ ଆଳତୀ ପରେ ପୁରୀ ଶ୍ରୀମନ୍ଦିରର ୪ ଦ୍ବାର ଖୋଲିଛି । ସେହିପରି ଶ୍ରୀମନ୍ଦିର କର୍ପସ ଫଣ୍ଡ ପାଇଁ ୫୦୦ କୋଟି ଟଙ୍କା ମଞ୍ଜୁର ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅନ୍ୟପକ୍ଷରେ ଖୁବଶୀଘ୍ର ସମୃଦ୍ଧ କୃଷକ ନୀତି ଯୋଜନା ଆସିବ । ଧାନ MSP ୩୧୦୦ ଟଙ୍କାକୁ ବୃଦ୍ଧି ନେଇ କମିଟି ଗଠନ ହେବ ବୋଲି ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଆଗାମୀ ୧୦୦ ଦିନ ଭିତରେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବାକୁ କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.