ETV Bharat / politics

2ୟ ପର୍ଯ୍ୟାୟରେ 72 ଲୋକସଭା ପ୍ରାର୍ଥୀ ଘୋଷଣା କଲା BJP, ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କ ସହ ରହିଛନ୍ତି ବହୁ ହେଭିଓ୍ବେଟ

author img

By ETV Bharat Odisha Team

Published : Mar 13, 2024, 7:53 PM IST

Updated : Mar 13, 2024, 8:40 PM IST

BJP's 2nd List For Lok Sabha Polls inclueded 72 face with several heavyweight: 2ୟ ପର୍ଯ୍ୟାୟରେ 72 ଆସନରେ ପ୍ରାର୍ଥୀ ଘୋଷଣା କଲା BJP । ତାଲିକାରେ ଏକାଧିକ କେନ୍ଦ୍ରମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ ଆସିଥିଲା ପ୍ରଧାନମନ୍ତ୍ରୀଙ୍କ ସମେତ 195 ପ୍ରାର୍ଥୀଙ୍କ ନାମ । ଅଧିକ ପଢନ୍ତୁ

2ୟ ପର୍ଯ୍ୟାୟରେ 72 ଲୋକସଭା ପ୍ରାର୍ଥୀ ଘୋଷଣା କଲା BJP, ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କ ସହ ରହିଛନ୍ତି ବହୁ ହେଭିଓ୍ବେଟ
2ୟ ପର୍ଯ୍ୟାୟରେ 72 ଲୋକସଭା ପ୍ରାର୍ଥୀ ଘୋଷଣା କଲା BJP, ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କ ସହ ରହିଛନ୍ତି ବହୁ ହେଭିଓ୍ବେଟ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟରେ 72 ଆସନରେ ପ୍ରାର୍ଥୀ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି (ବିଜେପି) । ଏହି ପର୍ଯ୍ୟାୟରେ ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କ ସହ ବହୁ ହେଭିଓ୍ବେଟ ନେତାଙ୍କ ନାମ ପ୍ରକାଶ ପାଇଛି । କିଛି ଆସନରେ ନେତା ଅପରିବର୍ତ୍ତିତ ରହିଥିବା ବେଳେ ନୂଆ ଚେହେରା ମଧ୍ୟ ଟିକେଟ ପାଇଛନ୍ତି । ପ୍ରମୁଖ ଚେହେରାଙ୍କ ମଧ୍ଯରେ ଦଳର ଅନ୍ୟତମ ଭେଟେରାନ ନେତା ନୀତିନ ଗଡକରୀ ନିଜ ପାରମ୍ପରିକ ଆସନ ମହାରାଷ୍ଟ୍ର ନାଗପୁରରୁ ଲଢିବାକୁ ଯାଉଛନ୍ତି ।

ସେହିପରି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ମୁମ୍ବାଇ- ଉତ୍ତର ଆସନ, କେନ୍ଦ୍ରମନ୍ତ୍ରୀ ତଥା ଦଳର ଯୁବଚେହେରା ଅନୁରାଗ ଠାକୁର ହିମାଚଳ ପ୍ରଦେଶର ହରିମପୁର ସଂସଦୀୟ କ୍ଷେତ୍ର, ଦଳର ଦକ୍ଷିଣ ଭାରତର ବଡନେତା ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କର୍ଣ୍ଣାଟକର ଧରଓ୍ବାଡରୁ ଲଢିବାକୁ ଯାଉଛନ୍ତି । ସେହିପରି ଗତକାଲି ହରିୟାଣା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ମନୋହରଲାଲ ଖଟ୍ଟରଙ୍କୁ ମଧ୍ୟ ଲୋକସଭା ଟିକେଟ ଦେଇଛି ଦଳ । ତେବେ ଖଟ୍ଟରଙ୍କ ବାଦ ଦେଲେ ଅନ୍ୟ ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଦଳ ଲୋକସଭା ନିର୍ବାଚନ ଲଢାଇବାକୁ ଯାଉଛି । କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବଶବରାଜ ବୋମ୍ମାଇ ଓ ଉତ୍ତରାଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ବତ ମଧ୍ୟ ସାଧାରଣ ନିର୍ବାଚନରେ ନିଜ ଭାଗ୍ୟ ପରୀକ୍ଷା ଦେବେ ।

ଆଜି ତାଲିକାକୁ ରାଜ୍ୟଓ୍ବାରୀ ବିଶ୍ଳେଷଣ କଲେ, ଦିଲ୍ଲୀର ଦୁଇ ଆସନ, ଗୁଜୁରାଟର 7, ହରିୟାଣା 6, ହିମାଚଳ ପ୍ରଦେଶ 2, କର୍ଣ୍ଣାଟକରେ 20, ମଧ୍ୟ ପ୍ରଦେଶ 5, ମହାରାଷ୍ଟ୍ର 20, ତେଲେଙ୍ଗାନା 6, ତ୍ରିପୁରାରେ ଗୋଟିଏ ଆସନ ଓ ଉତ୍ତରାଖଣ୍ଡରେ 2ଟି ଆସନରେ ପ୍ରାର୍ଥୀ ଦେଇଛି ଦଳ । ସେହିପରି କେନ୍ଦ୍ରଶାସିତ ଅଞ୍ଚଳ ଦାଦ୍ରାନଗର ହାବେଳୀ ଓ ଡାମନ ଡିଉରେ ଜଣେ ପ୍ରାର୍ଥୀ ରହିଛନ୍ତି ।

ଏହାମଧ୍ୟ ପଢନ୍ତ :-ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା: କେଉଁଠୁ ଲଢିବେ କେଉଁ ହେଭିଓ୍ବେଟ, ଜାଣନ୍ତୁ

ଏକାକୀ 370 ରୁ ଅଧିକ ଆସନ ଓ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳଙ୍କ ଆସନ ସହ 400 ପାର କରିବାର ଘୋଷଣା କରିଥିବା ବିଜେପି ପ୍ରଥମ ପର୍ଯ୍ୟାୟରେ ମୋଟ 18 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 195 ଆସନରେ ପ୍ରାର୍ଥୀ ଦେଇଥିଲା । ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ମୋଟ 34 କେନ୍ଦ୍ରମନ୍ତ୍ରୀଙ୍କୁ ମିଶାଇ 195 ପ୍ରାର୍ଥୀଙ୍କ ତାଲିକା ଜାରି କରିଥିଲା । ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କ ଆସନ ଅପରିବର୍ତ୍ତିତ ରହିଥିବା ବେଳେ ରାଜ୍ୟସଭା ଯାଇ ମନ୍ତ୍ରୀ ହୋଇଥିବା କିଛି ହେଭିଓ୍ବେଟଙ୍କୁ ଦଳ ଚଳିତଥର ଲୋକସଭା ନିର୍ବାଚନୀ ମୈଦାନକୁ ଓହ୍ଲାଇଛି । ଦଳର ମୁଖ୍ୟ ରଣନୀତିକାର କେନ୍ଦ୍ର ଗୃହମନ୍ତ୍ରୀ ଶାହ ଗତଥର ପରି ନିଜ ପାରମ୍ପରିକ ଆସନ ଗୁଜୁରାଟର ଗାନ୍ଧୀନଗରରୁ ଲଢୁଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରୁ ଲଢିବେ । ସେହିପରି ଆମେଠୀ ଆସନ ବଜାୟ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ଦଳର ଆଗଧାଡିର ମହିଳା ଚେହେରା ସ୍ମୃତି ଇରାନୀ । ଆଜି ଘୋଷିତ ତାଲିକାରେ ମଧ୍ୟ କିଛି କେନ୍ଦ୍ରମନ୍ତ୍ରୀ ନିଜ ପାରମ୍ପରିକ ଆସନ ବଜାୟ ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 13, 2024, 8:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.